ମୁଖ୍ୟ ଖବର
ଏକ ଅନ୍ତର୍ଜାତୀୟ ବୈଜ୍ଞାନିକ ଦଳ ଏଭଳି ଏକ ରୋବଟ୍ ନିର୍ମାଣ କରିଛନ୍ତି, ଯାହା ବୟସ୍କମାନଙ୍କୁ ସହାୟତା କରିପାରିବ । ଜାପାନ ଏବଂ ଇଉରୋପୀୟ ସଂଘ ପକ୍ଷରୁ ୨୦ ଲକ୍ଷ ପାଉଣ୍ଡ ବ୍ୟୟ ଅଟକଳର ପ୍ରକଳ୍ପରେ ନିର୍ମିତ ଏହି ରୋବଟ୍ ସାଂସ୍କୃତିକ ଏବଂ ସମ୍ବେଦନଶୀଳ । ଆଗାମୀ ତିନି ବର୍ଷ ଭିତରେ ଏହି ରୋବଟ୍ ବୟସ୍କମାନଙ୍କୁ ଯୋଗାଇ ଦିଆଯିବ ବୋଲି ଲକ୍ଷ୍ୟ ରଖାଯାଇଛି । ବୟସ୍କମାନଙ୍କ ଜୀବନଶୈଳୀରେ ସୁଧାର ଆଣିବା ଲାଗି ପ୍ରସ୍ତୁତ କରାଯାଉଥିବା ରୋବଟ୍ କାର୍ଯ୍ୟକ୍ଷମ ହେଲେ ଜରାଶ୍ରମର ଆବଶ୍ୟକତା ପଡ଼ିବ ନାହିଁ । ତେବେ ରୋବଟ୍କୁ ସମ୍ପୂର୍ଣ୍ଣ ଭାବେ ସକି୍ରୟ କରିବା ଲାଗି ପାଖାପାଖି ୩ ବର୍ଷ ଲାଗିବ ବୋଲି ଏଥିରେ କାର୍ଯ୍ୟ କରୁଥିବା ବୈଜ୍ଞାନିକମାନେ ମତ ଦେଇଛନ୍ତି ।
ଆଜିକାଲି କେତେକ ପରିବାରରେ ଉଭୟ ପତିପତ୍ନୀ ପରିବାରର ଗୁଜୁରାଣ ମେଣ୍ଟାଇବା ଲାଗି ବାହାରେ କାମ କରୁଥିବାରୁ ନିଜ ପିତାମାତା ତଥା ଶାଶୂଶ୍ୱଶୁରଙ୍କ ସେବା ଲାଗି ସମୟ ଦେଇପାରନ୍ତିନାହିଁ । ବାଧ୍ୟ ହୋଇ ସେମାନଙ୍କୁ ଜରାଶ୍ରମ ଅଥବା କେୟାର ସେଣ୍ଟର୍ରେ ଛାଡ଼ିଥାଆନ୍ତି । ମାତ୍ର ସେଠାରେ ବୃଦ୍ଧବୃଦ୍ଧାମାନେ ଦୀର୍ଘ ଦିନ ଧରି ନିଜ ପୁତ୍ରକନ୍ୟା, ଝିଅଜୋଇଁ ଓ ନାତିନାତୁଣୀମାନଙ୍କୁ ନଦେଖିପାରି ଗଭୀର ମନସ୍ତାପ ମଧ୍ୟରେ ଦିନ ବିତାଇଥାଆନ୍ତି । ଏଭଳି ସମସ୍ୟାକୁ ସୁଧାରିବା ପାଇଁ ଜାପାନ ଏବଂ ଇଉରୋପୀୟ ସଂଘର ଏକ ଅନ୍ତର୍ଜାତୀୟ ବୈଜ୍ଞାନିକ ଦଳ ଏଭଳି ବିଶେଷ ଧରଣର ରୋବଟ୍ ପ୍ରସ୍ତୁତ କରିବାକୁ ଯାଉଛନ୍ତି ।
ଏହି ରୋବଟ୍ର ବିଶେଷତ୍ୱ ହେଲା ବୃଦ୍ଧବୃଦ୍ଧାଙ୍କ ଆବଶ୍ୟକତାକୁ ଚାହିଁ ଔଷଧ, ଖାଦ୍ୟପେୟ ଯୋଗାଇବା ସହ ଦୈନନ୍ଦିନ ଜୀବନକୁ ଆରାମଦାୟକ କରିପାରିବ । ବୃଦ୍ଧବୃଦ୍ଧାଙ୍କ ଆବଶ୍ୟକତାକୁ ଚାହିଁ ସମସ୍ତ ନିଦେ୍ର୍ଧଶ ମାନିବ । ଏହି ରୋବଟ୍ର ନାମ ରଖାଯାଇଛି ପେପର୍ ରୋବଟ୍ । ସଫ୍ଟବ୍ୟାକ୍ ରୋବଟିକ୍ସ ନାମକ ଏକ କମ୍ପାନୀ ଏହି ରୋବଟ୍ ପ୍ରସ୍ତୁତ କରୁଛି । ଏଭଳି ରୋବଟ୍ ସହ ସାମଞ୍ଜସ୍ୟ ଥିବା ଭିନ୍ନ ଧରଣର ରୋବଟ୍କୁ ଜାପାନର ବିଭିନ୍ନ ଡାକ୍ତରଖାନାରେ ବ୍ୟବହାର କରାଯାଇଆସୁଛି । ଯଦ୍ୱାରା ରୋଗୀମାନଙ୍କୁ ଗୋଟିଏ ସ୍ଥାନରୁ ଆଉ ଅନ୍ୟ ସ୍ଥାନକୁ ନେବାଆଣିବା କରିବା, ନିର୍ଦ୍ଧାରିତ ସମୟରେ ଖାଦ୍ୟ ଏବଂ ଔଷଧ ଦେବା ଭଳି କାର୍ଯ୍ୟ ସମ୍ପନ୍ନ ହୋଇପାରୁଛି ।
Comments ସମସ୍ତ ମତାମତ 0