Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସ୍ୱାସ୍ଥ୍ୟବିଜ୍ଞାନ

ମୁଖ୍ୟ ଖବର

    ଥଣ୍ଡା ଓ ସର୍ଦିରୁ ରକ୍ଷା କରେ ଭିଟାମିନ୍ ଡି’

    Share on :
    Date: Jan 2, 2018    Views: 294


    ବି୍ରଟେନ୍ର ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, ନିୟମିତ ଶରୀର ଭିଟାମିନ୍ ଡି’ ଯୁକ୍ତ ପୋଷଣ ତତ୍ୱ ଗ୍ରହଣ କରିବା ଦ୍ୱାରା ଥଣ୍ଡା ଓ ସର୍ଦିରୁ ସୁରକ୍ଷା ମିଳେ  । ସେମାନେ ମତ ଦେଇଛନ୍ତି ଯେ, ସୂର୍ଯ୍ୟଙ୍କ କିରଣରୁ ମିଳୁଥିବା ଭିଟାମିନ୍ କେବଳ ହାଡ଼ଗୁଡ଼ିକୁ ଶକ୍ତ ଏବଂ ସବଳ ରଖିନଥାଏ ବରଂ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ  । ଶରୀରକୁ ଥଣ୍ଡା ଏବଂ ସର୍ଦିରୁ ମୁକ୍ତ ରଖିବା ପାଇଁ ଦୈନନ୍ଦିନ ଖାଦ୍ୟରେ ଭିଟାମିନ୍ ଡି’ ରହିବା ଜରୁରୀ  । ଶରୀର ମଧ୍ୟରେ ଥିବା ପ୍ରତିରୋଧକ ପ୍ରଣାଳୀ ଭିଟାମିନ୍ ଡି’ ତତ୍ୱକୁ ଉପଯୋଗ କରି କ୍ଷତିକାରକ ସୂକ୍ଷ୍ମ ଭୂତାଣୁଗୁଡ଼ିକୁ ପ୍ରତିହତ କରିବାର ଶକ୍ତି ଉପôନ୍ନ କରେ  । ଯଦ୍ୱାରା ଥଣ୍ଡା, ସର୍ଦି ସମେତ ଅନ୍ୟାନ୍ୟ ରୋଗର ଭୂତାଣୁ ଶରୀର ମଧ୍ୟକୁ ସଂକ୍ରମଣ କରିପାରେନାହିଁ  । ଯେଉଁମାନଙ୍କଠାରେ ଭିଟାମିନ୍ ଡି’ ତତ୍ତ୍ୱର ଅଭାବ ରହିଛି, ସେମାନେ ଭିଟାମିନ୍ ଡି’ ବଟିକା ସେବନ କରିପାରିବେ  । ଏହି ସିଦ୍ଧାନ୍ତରେ ପହଞ୍ଚିବା ଲାଗି ବୈଜ୍ଞାନିକମାନେ ୨୫ଟି ଭିନ୍ନ ଭିନ୍ନ ଅଧ୍ୟୟନରେ ୧୧ ହଜାର ୩୨୧ ଜଣ ଲୋକଙ୍କୁ ସାମିଲ କରିଥିଲେ  । 

    Maximum 500 characters

    ସ୍ୱାସ୍ଥ୍ୟବିଜ୍ଞାନ View all

    Find Us on Facebook