Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସ୍ୱାସ୍ଥ୍ୟବିଜ୍ଞାନ

ମୁଖ୍ୟ ଖବର

    ବିପଜ୍ଜନକ ବୀଜାଣୁ

    Share on :
    Date: Jan 2, 2018    Views: 542


    କ୍ଲୋଷ୍ଟିଡୀଅମ୍ ହେଉଛି ଏକ ବିପଜ୍ଜନକ ବୀଜାଣୁ  । ଏହା ଅମ୍ଳଜାନର ଅନୁପସ୍ଥିତିରେ ମଧ୍ୟ ଜୀବିତ ରହିପାରେ  । ଏହା ବୋଟାକ୍ସ ପ୍ରସ୍ତୁତ କରେ, ଯାହା ବ୍ୟବହାର କରି ପ୍ଲାଷ୍ଟିକ୍ ସର୍ଜରୀ ଦ୍ୱାରା ତ୍ୱଚାକୁ କୋମଳ କରାଯାଏ  । ମାତ୍ର ଯଦି ଏହି ବୀଜାଣୁ ଖାଦ୍ୟରେ ମିଶେ, ତାହା ହେଲେ ଜୀବନ ମଧ୍ୟ ନେଇଯାଇପାରେ  । କେବଳ ହାତଗୋଡ଼ ନୁହେଁ, ଶ୍ୱାସ ଓ ହୃତ୍ସ୍ପନ୍ଦନ ନିମନ୍ତେ ଦାୟୀ ମାଂସପେଶୀକୁ କ୍ଷତି ପହଞ୍ଚାଇଥାଏ  । କମ୍ପାଇଲୋ ବ୍ୟାକ୍ଟର ଏବଂ ସାଲମୋନେଲା ପରି ବୀଜାଣୁ ଆମିଷ ଭୋଜନ ଦ୍ୱାରା ବ୍ୟାପେ  । କେତେକ ଦେଶରେ ମାଂସକୁ ଅଧିକ ସମୟ ସିଝାଯାଏନାହିଁ  । ଫଳରେ ଟାଇଫଏଡ଼୍ ରୋଗ ବହୁତ ଶୀଘ୍ର ବ୍ୟାପିଥାଏ ଏବଂ ସଂକ୍ରମଣ ବହୁତ କମ୍ ସମୟରେ ପ୍ରସାର ଲାଭ କରେ  । ପେଟରେ ମଧ୍ୟ ନାନା ପ୍ରକାର ଗଣ୍ଡଗୋଳ ଦେଖାଦିଏ  । ବାନ୍ତି ମଧ୍ୟ ହୋଇଥାଏ  । ଏଥିଯୋଗୁଁ ଜୀବନ ଚାଲିଯିବାର ଆଶଙ୍କା ରହିଛି  । ତେବେ ସବୁ ବୀଜାଣୁ, ଭୂତାଣୁ ଓ କବକ କ୍ଷତିକାରକ ନୁହଁନ୍ତି  । ଦହି, ପାଉଁରୁଟି ଆଦି ପ୍ରସ୍ତୁତି ସମୟରେ ପ୍ରକି୍ରୟାକରଣ ନିମନ୍ତେ ଏମାନଙ୍କୁ ବ୍ୟବହାର କରାଯାଇଥାଏ  ।

    Read more

    ୭୦ ଲକ୍ଷ ପରିବାରକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ସହାୟତା

    ଭୁବନେଶ୍ବର : ନବୀନ ସରକାର ଏକ ବଡ ଘୋଷଣା କରିଛନ୍ତି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ପ୍ରତି ପରିବାରକୁ ୫ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ସୁରକ୍ଷା ସହାୟତା ପ୍ରଦାନ କରାଯିବ। ଏହି ଯୋଜନା ଅଗଷ୍ଟ ୧୫ରୁ ଆରମ୍ଭ ହେବ। ଏଥିରେ ୭୦ ଲକ୍ଷ ପରିବାର ଉପକୃତ ହେବେ। ସେହିପରି ସବୁ ...

    Read more

    ଚିକିତ୍ସା ଅବହେଳା : ପ୍ରସବ ପରେ ଆଖି ବୁଜିଲେ ମାଜିଷ୍ଟ୍ରେଟ୍‍

    ସମ୍ବଲପୁର : ଚିକିତ୍ସା ଅବହେଳା ଯୋଗୁଁ ପ୍ରସବର ୩ ଘଣ୍ଟା ପରେ ସମ୍ବଲପୁର ପ୍ରଥମ ଶ୍ରେଣୀ ଜେଏଫଏମସି ଜୁଡ଼ିସିଆଲ୍‍ ମାଜିଷ୍ଟ୍ରେଟ୍‍ ଚମ୍ପାବତି ହାତୀଙ୍କର ମୃତୁ୍ୟ ଘଟିଛି  । ଅପରପକ୍ଷରେ ଏନେଇ ତାଙ୍କ ସ୍ୱାମୀ ଅମୂଲ୍ୟ ହାତୀ ଅଇଁଠାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି ...

    Maximum 500 characters

    ସ୍ୱାସ୍ଥ୍ୟବିଜ୍ଞାନ View all

    Find Us on Facebook