Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଉଦ୍ଧାର ହେଲା ସହିଦ ପ୍ରଦୀପଙ୍କ ମୃତଦେହ

    Share on :
    Date: Jan 1, 2018    Views: 261

    ଭୁବନେଶ୍ୱର : ଜାମ୍ମୁକାଶ୍ମୀର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଓଡ଼ିଆ ପୁଅ ପ୍ରଦୀପ ପଣ୍ଡାଙ୍କ ମୃତଦେହ ଉଦ୍ଧାର ହୋଇଛି  । ଗତକାଲି ସେ ସହିଦ ହୋଇଥିଲେ ମଧ୍ୟ ପ୍ରବଳ ଗୁଳିଗୋଳା ବିନିମୟ ଚାଲିଥିବାରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇପାରିନଥିଲା  । ତେବେ ଆଜି ତାଙ୍କ ମୃତଦେହ ଓଡ଼ିଶା ଆସିପାରିବ ନାହିଁ  । ବିମାନ ନଥିବା ଓ ପୋଷ୍ଟମର୍ଟମ କରାଯାଇନଥିବାରୁ ତାଙ୍କର ମୃତଦେହ ଆସନ୍ତାକାଲି ଓଡ଼ିଶା ଅଣାଯିବ ବୋଲି ସିଆରପିଏଫ ପକ୍ଷରୁ କୁହାଯାଇଛି  ।


    ସୂଚନାଯୋଗ୍ୟଯେ, ରବିବାର ଭୋରରୁ ଆତଙ୍କବାଦୀମାନେ ଆତ୍ମଘାତୀ ଆକ୍ରମଣ କରିବାରୁ ୫ ଜଣ ଯବାନ ସହିଦ ହୋଇଥିଲେ  । ୫ ସହିଦଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଲିପାଲୋଇ ଗ୍ରାମର ପ୍ରଦୀପ ପଣ୍ଡା ମଧ୍ୟ ଥିଲେ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook