May 21, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

କଳା

ମୁଖ୍ୟ ଖବର

    ଆରପାରିରେ ଯାତ୍ରା ସମ୍ରାଟ ଅନନ୍ତ ଓଝା

    Share on :
    Date: Jan 1, 2018    Views: 120

    ଭୁବନେଶ୍ୱର :  ବିଶିଷ୍ଟ ନାଟ୍ୟକାର ଓ ନାଟ୍ୟ ନିଦେ୍ର୍ଧଶକ ଅନନ୍ତ ଓଝାଙ୍କର ପରଲୋକ ହୋଇଯାଇଛି । ମୃତୁ୍ୟ ବେଳକୁ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା  । ମୁଖ ଗହ୍ୱର କର୍କଟରେ ପୀଡ଼ିତ ହୋଇ ବେଙ୍ଗାଲୁରର ଏଚଏସଜି ହସପିଟାଲରେ ଶ୍ରୀ ଓଝା ଚିକିତ୍ସିତ ହେଉଥିଲେ  । ରବିବାର ସଂଧ୍ୟାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହୋଇ ପଡ଼ିଥିଲା  । ସଂଧ୍ୟା ପ୍ରାୟ ୬ଟାରେ ତାଙ୍କର ଦେହାନ୍ତ ଘଟିଥିଲା  । ତାଙ୍କ ପରଲୋକରେ ଯାତ୍ରା ଜଗତରେ ଶୋକର ଛାୟା ଖେଳିଯାଇଛି  ।


    ବିଗତ ତିନିଦଶନ୍ଧି ଧରି ଯାତ୍ରା ଦର୍ଶକଙ୍କୁ ସୁପରହିଟ ନାଟକମାନେ ଭେଟି ଦେଇ ଚହଳ ସୃଷ୍ଟି କରିଥିଲେ ଅନନ୍ତ ଓଝା  । ୧୯୫୯ ମସିହା ନଭେମ୍ବର ୯ରେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକର ବୀରନୀଳକଣ୍ଠପୁର ଗ୍ରାମରେ ସେ ଜନ୍ମ ଗ୍ରହଣ କରିଥିଲେ  । ୧୯୮୬ରେ ତାଙ୍କର ପ୍ରଥମ ନାଟକ ‘କଳାହାତ’ ବେଶ ପ୍ରଂଶସା ସାଉଁଟି ଥିଲା  । ଗାନ୍ଧିବାଦ ଆଜି କବର ତଳେ, ମୋ ପେଁକାଳି ବଜାଇ ଦେ, ବିଦେଶିନୀ, ଜୀଅନ୍ତା ଶବ, ନର୍କରୁ ନିର୍ମାଲ୍ୟ, ହାତକଡ଼ି ଦେବି କାହା ହାତରେ, ଭଗବାନ ଆଜି କାଠ ଗଡ଼ାରେ, ଆଖିô ତୁ କାନେ୍ଦନା ଆଦି ବହୁ ସୁପରହିଟ୍ ନାଟକ ସେ ଦର୍ଶକଙ୍କୁ ଭେଟି ଦେଇଥିଲେ  ।

    Maximum 500 characters

    କଳା View all

    Find Us on Facebook