Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ପ୍ରଶାସନ ଖବର

ମୁଖ୍ୟ ଖବର

    ୪ ଆଇଏଏସ୍ ହେଲେ ପ୍ରମୁଖ ସଚିବ

    Share on :
    Date: Dec 31, 2017    Views: 474


    ଭୁବନେଶ୍ୱର: ରାଜ୍ୟରେ କାର୍ଯ୍ୟରତ ଥିବା ଆଇଏଏସ୍ଙ୍କୁ ପଦୋନ୍ନତି ଦିଆଯାଇଥିବା ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ନୂତନ ପଦୋନ୍ନତି ଅନୁଯାୟୀ ୧୯୯୩ ବ୍ୟାଚ୍ର ଚାରିଜଣ ଆଇଏଏସ୍ ଅଫିସର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ୱ ତୁଲାଇବେ । ସେମାନେ ହେଉଛନ୍ତି ପଞ୍ଚାୟତ ରାଜ ବିଭାଗ ଶାସନ ସଚିବ ଦେଓରଂଜନ ସିଂହ, ଅବକାରୀ ସଚିବ ନିକୁଞ୍ଜ ବିହାରୀ ଧଳ, ସାଧାରଣ ପ୍ରଶାସନ ବିଭାଗ ସଚିବ ଅଶୋକ କୁମାର ମୀନା ଏବଂ ଆଦିବାସୀ ହରିଜନ କଲ୍ୟାଣ ଉନ୍ନୟନ ସଚିବ ସୁରେନ୍ଦ୍ର କୁମାର । ସେହିପରି ୭ଜଣ ଅଫିସର କମିଶନର ତଥା ସଚିବ ପାହ୍ୟାକୁ ଉନ୍ନୀତ ହୋଇଛନ୍ତି । ସେମାନେ ହେଲେ ୨୦୦୨ ବ୍ୟାଚ୍ର ଗିରୀଶ ଏସ୍ଏନ୍, ଡଃ କି୍ରଷ୍ଣନ୍ କୁମାର, ମୃଣାଳିନୀ ବର୍ସୱାଲ, ବିଶ୍ୱନାଥ ମଲ୍ଲିକ, ଆନନ୍ଦ ଚନ୍ଦ୍ର ଶିଆଳ, ମହେନ୍ଦ୍ର କୁମାର ମଲ୍ଲିକ ଏବଂ ୱିଲିୟମ୍ ବାଇଲଙ୍ଗ । 

    Read more

    ଓଡ଼ିଶାରୁ କିଏ ପାଇଲେ ଆଇଏଏସ

    ଭୁବନେଶ୍ୱର: କେନ୍ଦ୍ରୀୟ ଲୋକସଭା ଆୟୋଗ(ୟୁପିଏସସି ) ଦ୍ୱାରା ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷା-୨୦୧୮ର ଫଳ ପ୍ରକାଶ ପାଇଛି । ଏଥିରେ ସାରା ଦେଶରୁ ୭୫୯ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି ।
    ତେବେ ଏହି ପରୀକ୍ଷାରେ ଓଡ଼ିଶାରର ସୌମ୍ୟରଞ୍ଜନ ରାଉତ ୧୧୮ତମ ସ୍ଥାନ ...

    Read more

    ପଦୋନ୍ନତି ପାଇବେ ୨୮ ଆଇଏଏସ

    ଭୁବନେଶ୍ୱର : ରାଜ୍ୟର ୨୮ ଆଇଏଏସ ପଦୋନ୍ନତି ପାଇବେ  । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ୨୦୧୯ ଜାନୁଆରୀ ପହିଲାରୁ ଏହା କାର୍ଯ୍ୟକାରୀ ହେବ  । ୧୯୯୪ ବ୍ୟାଚର ୩ ଜଣ ପ୍ରମୁଖ ଶାସନ ସଚିବ, ୨୦୦୩ ବ୍ୟାଚର ୧୧ ଜଣ କମିଶନର ପାହ୍ୟା ଏବଂ ୨୦୦୬ ବ୍ୟାଚର ୧୪ ଜଣ ସିଲେକ୍ସନ ...

    Read more

    ଆଇଏଏସ ସ୍ତରରେ ଅଦଳବଦଳ

    ଭୁବନେଶ୍ବର : ରାଜ୍ୟ ସରକାର ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି। ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଥିବା ସିଜେ ବେଣୁଗୋପାଳଙ୍କୁ ଆଇଟି ବିଭାଗର ପ୍ରମୁଖ ସଚିବ ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ପରିବହନ କମିଶନର ମଧୁସୂଦନ ପାଢ଼ୀଙ୍କୁ ରାଜ୍ୟପାଳଙ୍କ ପ୍ରମୁଖ ...

    Maximum 500 characters

    ପ୍ରଶାସନ ଖବର View all

    Find Us on Facebook