Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଅପହଞ୍ଚ ଇଲାକା ସାଜିଛି ସାପକାତିଆ ଗାଁ

    Share on :
    Date: Dec 30, 2017    Views: 246


     ତିହିଡି: ସବୁ ଗାଁକୁ ସ୍ଥାୟୀ ରାସ୍ତା ଯୋଗାଇ ଦେବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ । ଏନେଇ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରାଯାଉଛି । ହେଲେ ଭଦ୍ରକ ଜିଲା ·ନ୍ଦବାଲି ନିର୍ବାଚନ ମଣ୍ଡଳୀ ଅଧିନ ତିହିଡି ବ୍ଲକ ବାରସର ପଞ୍ଚାୟତ ସାପକାତିଆ ଗାଁ ଆଜିବି ଅପହଞ୍ଚ ଇଲାକା ହୋଇ ପଡିରହିଛି । ସ୍ୱାଧୀନତାର ପ୍ରକୃତ ସ୍ୱାଦ ଏହି ଗ୍ରାମବାସୀଙ୍କ ପାଇଁ ସତେ ଯେପରି ସାତସପନ ପାଲଟିଛି । ପାନୀୟ ଜଳଯୋଗାଣ ସୁବିଧା ନଥିବା ବେଳେ ବ୍ଲକ ପ୍ରଶାସନର ଚରମ ଅବହେଳାର ଶିକାର ହେଉଛି ଏହି ଗାଁ । ପ୍ରାୟ ଏକ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ଗାଁ ଲୋକେ ·ଷ ଉପରେ ନିର୍ଭର କରିଥାନ୍ତି । ଏହି ଗାଁ ଦମକଳ ବାହିନୀ ଓ ଆମ୍ବୁଲାନ୍ସ ସେବାରୁ ଏବେବି ବଞ୍ଚିତ ଅଛନ୍ତି । ବର କନିଆଁଙ୍କ ପାଇଁ ଏହି ଇଲାକା କେବଳ ସବାରୀ ପାଲିଙ୍କି ସାହା ହୋଇଥାଏ । ବାକି ରହିଲା ସରକାରୀ ବିଦ୍ୟାଳୟ, ଏହି ଗାଁର ନିୟୋଜିତ ଶିକ୍ଷକମାନେ ନାନା ସମସ୍ୟା ମଧ୍ୟରେ ବର୍ଷା ଦିନେ କାର୍ଯ୍ୟ ତୁଲାଇଥାନ୍ତି । ବର୍ଷାଦିନେ ଏଠାକାର ଅଧିବାସୀ କାଦୁଅ ପଚର ପଚର ରାସ୍ତାରେ ଯାତାୟତ କରିଥାନ୍ତି । ସ୍କୁଲ, କଲେଜ ପଢୁଆ ପିଲାମାନେ ପାଠ ପଢାରେ ପ୍ରାୟତଃ ଡୋରୀ ବାନ୍ଧି ହୋଇଥିବା ବେଳେ ସାଇକେଲ ବା ବାଇକ୍ ଗୃହସ୍ଥଙ୍କ ପିଣ୍ଡାରେ ରଖାଯାଏ ଯାହା ଶୀତ ଋୁତୁରେ ବାହାରକୁ ବାହାର କରିଥାନ୍ତି । ଅନ୍ୟପଟେ ଗ୍ରୀଷ୍ମ ଋୁତୁରେ ଅଦିନିଆ ବର୍ଷା ହେଲେ କଥା ସରେ । ସାଇକେଲା ବା ବାଇକ୍ଗୁଡିକ ରାସ୍ତା କଡରେ ପଡିରହିବା ସାର ହୋଇଥାଏ । ବିଗତ ବଷ୍ୟ ବର୍ଷ ଧରି ଏହି ଅଧିବାସୀମାନେ ବ୍ଲକ ଠାରୁ ଆରମ୍ଭ କରି ଜିଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ନିକଟରେ ଗୁହାରୀ କରିଥିଲେ ମଧ୍ୟ ଏଯାବତ କୌଣସି ସୁଫଳ ମିଳିନାହିଁ । ସେହିପରି ନିର୍ବାଚନ ପୂର୍ବରୁ ନେତାମାନଙ୍କ ପ୍ରତିଶ୍ରୁତି ପାଣିରେ ଗାର ହୋଇଯାଏ । ତେବେ ବିଳମ୍ବ ହେଲ ମଧ୍ୟ ଏଇ ନିକଟରେ ପଞ୍ଚାୟତ ସଦର ମହକୁମା ସହ ସଂଯୋଗ ଲାଗି ପଇତପୁରରୁ ସାପକାତିଆ ପର୍ଯ୍ୟନ୍ତ ରାସ୍ତା ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ସାମିଲ କରାଯାଇଛି ଏବଂ ଆଗାମୀ ଦିନରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ଲକ୍ଷ୍ୟ ରହିଛି । ହେଲେ ଏହି ଗାଁଲୋକେ କେଉଁ ଆବାହମାନ କାଳରୁ କଁପଡା ରାସ୍ତା ଉପରେ ନିର୍ଭର କରିଥାନ୍ତି । କାଁ ଭାଁ ପଞ୍ଚାୟତ କାର୍ଯ୍ୟାଳୟ ସହ ଯୋଗାଯୋଗ ରହୁଥିବା ବେଳେ ଦୈନିକ ତିହିଡି ବ୍ଲକ, ତହସିଲ, ମେଡିକାଲ, ବ୍ୟାଙ୍କ ଅନ୍ୟାନ୍ୟ କାର୍ଯ୍ୟ ଲାଗି କାଁପଡା ଦେଇ ଯିବାକୁ ପଡିଥାଏ । ଏହି ମାଟି ରାସ୍ତା ଉପରେ ଏକ ସ୍ଥାୟୀ ରାସ୍ତା ନିର୍ମାଣ ଲାଗି ଜନ ଜାଗୃତି ପକ୍ଷରୁ ପ୍ର୍ରଶାସନ ନିକଟରେ ଫେରାଦ ହେବା ଲାଗି ଅଣ୍ଟା ଭିଡିଛନ୍ତି । ପ୍ରସନ୍ନ ଦାସ, ସୁଦାମ ମଳିକ, ଦିଲ୍ଲିପ ଦାସ, ଦିବାକର ଦାସ, ସୁକଦେବ ଦାସ, ପପୁ ଦାସ ଓ ଲକ୍ଷ୍ମୀ ଦାସ ପ୍ରମୁଖ ସଦସ୍ୟମାନେ ସାପକାତିଆ ଗାଁକୁ ଯାଇ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ଗ୍ରାମର ୱାର୍ଡ ସଦସ୍ୟା ଜାନକୀ ଦାସ, ଗାଁ କମିଟିର ସଭାପତି ଧମୁାଳି ଦାସ, ସର୍ବେଶ୍ୱର ଦାସ, ବଳରାମ ଦାସ, ବୈଦ୍ୟନାଥ ଦାସ ଓ ଚକ୍ରଧର ଦାସଙ୍କ ସହ ଆଲୋଚନା କରି ଫେରିଛନ୍ତି । କାଁପଡାରୁ ସାପକାତିଆ ପାର୍ଯ୍ୟନ୍ତ ରାସ୍ତା ଅନୁଦାନ କରାନଯିବା ପର୍ଯ୍ୟନ୍ତ ଏହି ଜନ କାଗୃତି ସଂଗଠନ ଗ୍ରାମବାସୀଙ୍କ ସହ ମିଶି ଶାନ୍ତିପୂର୍ଣ୍ଣ ଆନେ୍ଦାଳନରେ ଝାସ ଦେବେ ବୋଲି ଜିଲାପାଳଙ୍କୁ ଏକ ଦାବିପତ୍ର ମାଧ୍ୟମରେ ଚେତାବନୀ ଦେଇଛନ୍ତି । 

    Maximum 500 characters

    ବିଶେଷ View all

    Find Us on Facebook