May 21, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ନାହିଁ ଆଶ୍ରୟସ୍ଥଳ, ପୋଲ ତଳ ଭରସା

    Share on :
    Date: Dec 30, 2017    Views: 172


    ଭଦ୍ରକ: ଆମେ ବର୍ଷବର୍ଷ ଧରି ଏହି ପୋଲ ଛାତତଳେ ରହୁଛୁ, ଯିଏ ଯେମିତି ଦେଲେ ସେଇଥିରେ ଖାଇ ବଞ୍ଚôଛୁ । ଆଉ ଏବେ କିଛି ଲୋକ ମଝିରେ ମଝିରେ ଆଣି ଭଲ ଖାଇବାକୁ ଦେଉଛନ୍ତି । ଶୀତ, ଖରା, କାକର ଓ ବର୍ଷା ସବୁବେଳେ ଏହି ପୋଲତଳେ ରହିବାର ଆମର ରହିବାର ଅଭ୍ୟାସ, ପ୍ରବଳ ଥଣ୍ଡାରେ ବନ୍ତଛକ ପୋଲତଳ ମଝିଡ଼ିଭାଇଡ଼ର ଉପରେ ଲମ୍ବାହୋଇ ଛିଣ୍ଡାକନ୍ଥା, ପାଲ, ଅଖା, ଘୋଡ଼ାଇ ହୋଇ ଶୋଉଥିବା ୩୦,୪୦,୫୦ ଭଳି ବର୍ଷର ରୋଗାଗ୍ରସ୍ତ ପରିଚୟହୀନ ମଣିଷଙ୍କ ପାଖରୁ ଏହି କଥା ଶୁଣିବାକୁ ମିଳିଛି । ଆଉ ଦୁଇଜଣ ଲୋକ ଅଛନ୍ତି, ପ୍ରାୟ ସମୟରେ ଆସି ବିସ୍କୁଟ୍ ବ୍ରେଡ଼ ବି ଦେଇ ଯାଆନ୍ତି । ତାଙ୍କ ଭିତରୁ ଜଣଙ୍କ ନାଁ ହରବାବୁ ସେ ଜିଲା ଅଫିସ୍ରେ କିରାଣି ଅଛନ୍ତି କେବଳ ଆମେ ତାଙ୍କୁ ଭଲ ଭାବରେ ଚିହ୍ନିଛୁ ବୋଲି କୁହନ୍ତି ସେମାନେ ଆଉ ବିଏସଏସବାଲା ବି ଆସି ବହୁଥର ଖାଇବାକୁ ଦେଲେଣି  । ୨୬ବର୍ଷ ବିତିଗଲାଣି ବାଲେଶ୍ୱରରୁ ଅଲଗା ହୋଇ ଭଦ୍ରକ ଜିଲା ସ୍ୱତନ୍ତ୍ର ଭାବେ ଜିଲା ହେବାରେ ।  ହେଲେ ବଦଳିଲାନି ଜିଲାର ମୁଖଶାଳା । ଯିଏ ଭଦ୍ରକ ଜିଲାକୁ ପ୍ରବେଶ କରିବେ ଭଦ୍ରକର ମୁଖ୍ୟ ଦ୍ୱାର କୁହାଯାଉଥିବା ବନ୍ତଛକ ତଳେ ଏମାନଙ୍କୁ ଦେଖିବେ । 
    ଭଦ୍ରକର ରାଜନେତା, ଶିଳ୍ପପତି, ମାନ୍ୟଗଣ୍ୟ, ବହୁ ବିକାଶମଞ୍ଚ, ହଜାରରୁ ଉଦ୍ଧ୍ୱର୍ ପଞ୍ଜିକୃତ ଏନଜିଓ ପ୍ରାୟ ସମସ୍ତେ ନିଜ ଘରେ ଆନନ୍ଦରେ ରହିଥାନ୍ତି । ଏମାନଙ୍କ କଥା ପଡ଼ିଲେ ସେମାନଙ୍କୁ ଅଭିଶପ୍ତ ବୋଲି କହିବାକୁ ବି କେତେକ ପଛାଇ ନଥାନ୍ତି । ଭଦ୍ରକର ଉନ୍ନୟନ ମୂଳକ କାର୍ଯ୍ୟର ଖସଡ଼ା ପ୍ରସ୍ତୁତ କରାଯାଉଛି । ଲୋକପ୍ରିୟ ସରକାର ଗଢିବା ପାଇଁ ଭଦ୍ରକବାସୀ ସମ୍ପୂର୍ଣ୍ଣ ରୂପେ ସମସ୍ତ ସ୍ନେହ ସହାନୁଭୂତି ଅଜାଡ଼ି ଦେଇଛନ୍ତି । ଯାହାକି ସବୁ ନେତା ଶାସକ ମାନଙ୍କ ହାତରେ । ତଥାପି ଏପରି ରାସ୍ତାକଡ଼, ପ୍ଲାଟଫର୍ମ, ପୋଲତଳେ ପଡ଼ିରହୁଥିବା ଆଉ ମାନସିକ ଲଙ୍ଗଳା ମୂକୁଳା ହୋଇ ସମସ୍ତଙ୍କ ଆଖି ଆଗରେ ଘୁରିବୁଲୁଥିବା ମଣିଷ ମାନଙ୍କୁ ଟିକେ ବଞ୍ଚାଇ ରଖିବା ପାଇଁ କାହିଁକି ସେମାନଙ୍କ ମାନବିକତା ଦୃଷ୍ଟିକୋଣ ଭିତରକୁ ଆସୁନାହିଁ ବୋଲି ପ୍ରଶ୍ନବାଚୀ ସୃଷ୍ଟି କରୁଛି । କେତେଦିନ ପର୍ଯ୍ୟନ୍ତ ଫାଇଲ୍ ଘୁରୁଥିବ ? କେବେ ସରକାରଙ୍କ ଦ୍ୱାରା ନିର୍ମାଣ ହେବ ଏମାନଙ୍କ ପାଇଁ ଘରଖଣ୍ଡେ ! କେବେ ଏମିତି ଥଣ୍ଡା କାକରରେ ପଡ଼ି ପଡ଼ି ଶେଷରେ ଜୀବନ ହାରୁଥିବା ସେଇ ମଣିଷଙ୍କୁ ଟିକେ ଆଶ୍ରା ମିଳିବ ବୋଲି ଏବେ ବିଭିନ୍ନ ମହଲରେ ଆଲୋଚନା ହେଉଛି । ତଥାପି ଏଭଳି ଲୋକଙ୍କ ପାଇଁ ପ୍ରଶାସନ ପକ୍ଷରୁ ରାଜନେତାଙ୍କ ସହାୟତାରେ ପଦକ୍ଷେପ ଗ୍ରହଣ କରାଯାଇ ଜରାନିବାସ କିମ୍ବା ଆଶ୍ରୟସ୍ଥଳ କରାଯିବାର ଆବଶ୍ୟକତା ରହିଛି ବୋଲି କୁହାଯାଉଛି ।

    Maximum 500 characters

    ବିଶେଷ View all

    Find Us on Facebook