May 21, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଜଣେ ପିଲାକୁ ଜଣେ ଶିକ୍ଷକ

    Share on :
    Date: Dec 30, 2017    Views: 221


    ଯାଜପୁର: ‘ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ’ ଏଭଳି ସ୍ଲୋଗାନ ଦେଉଛନ୍ତି ସରକାର । ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବାକୁ କରାଯାଉଛି ଉଦ୍ୟମ । କୌଣସି ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ଦୂରିଭୂତ କରିବା ନିମନ୍ତେ ସଂଖ୍ୟା ଆଧାରରେ ଶିକ୍ଷକ ନିଯୁକ୍ତ କରୁଛନ୍ତି । କିନ୍ତୁ ଆଜିବି ସରକାରଙ୍କ ଏଭଳି ଉଦ୍ୟମ ଫେଲ୍ ମାରିବାରେ ଲାଗିଛି । କେଉଁଠି ଶିକ୍ଷକ ଅଭାବକୁ ନେଇ ଆନେ୍ଦାଳନ କରାଯାଉଥିବା ବେଳେ ଅଭିଭାବକ ଏବଂ ପିଲା ମିଶି ତାଲା ପକାଇବା ଯାଏ କଥା ଯାଉଛି । କିନ୍ତୁ ଧର୍ମଶାଳା ବ୍ଲକ ବୃନ୍ଦାଦେଇପୁର ପଞ୍ଚାୟତର ରଘୁନାଥପୁର ଉର୍ଦ୍ଧୁ ପ୍ରାଥମିକ ବିଦ୍ୟାଳୟରେ ଭିନ୍ନତା ଦେଖିବାକୁ ମିଳିଛି । ୧୯୭୪ ମସିହାରେ ପ୍ରତିଷ୍ଠା ଲାଭ କରିଥିବା ଏହି ବିଦ୍ୟାଳୟ ଅବସ୍ଥା ସଂପୁର୍ଣ୍ଣ ଭିନ୍ନ । ୫ଟି ଶ୍ରେଣୀରେ ୮ଜଣ ଛାତ୍ର ଥିଲାବେଳେ ଜଣେ ମାତ୍ର ଶିକ୍ଷକ ନିଯୁକ୍ତି ପାଇଛନ୍ତି । ହେଲେ ଏହି ୮ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରତିଦିନ ଜଣେ କିମ୍ବା ଅତିବେଶିରେ ୨ ଜଣ ଛାତ୍ର ଆସୁଛନ୍ତି ପାଠ ପଢିବାକୁ । ଉପସ୍ଥାନରେ ଏହା ରହୁଥିବାରୁ ମଧ୍ୟାହ୍ନଭୋଜନ ବ୍ୟବସ୍ଥା ପୁରାପୁରି ଠପ୍ । ପାଖରେ ସଂଖ୍ୟାଲଘୁ ସଂପ୍ରଦାୟର ବସ୍ତିଟିଏ ଥିଲେ ମଧ୍ୟ ଉର୍ଦ୍ଧୁ ସ୍କୁଲ ଲେଖାଯାଇ ଉର୍ଦ୍ଧୁ ଶିକ୍ଷାଦାନ କରିବା ପାଇଁ ଶିକ୍ଷକ ନିଯୁକ୍ତି କରାଯାଇନାହିଁ । 
    ଯାହାଫଳରେ ସଂଖ୍ୟାଲଘୁ ସଂପ୍ରଦାୟର ଛାତ୍ରଛାତ୍ରୀମାନେ ଏଠାକୁ ଆସୁ ନାହଁନ୍ତି । ଅପରପକ୍ଷରେ ଜିଲା ଶିକ୍ଷା ବିଭାଗର ଅନେକ ଅଧିକାରୀ ସ୍କୁଲ ପରିଦର୍ଶନ କରି ସ୍କୁଲ ବନ୍ଦ କରିବାର ନିଷ୍ପତ୍ତି ନେଇଛନ୍ତି । ହେଲେ ସରକାରୀ କାଗଜ କଲମରେ ଏ ନିଷ୍ପତ୍ତି ଏପର୍ଯ୍ୟନ୍ତ ନିଆଯାଇ ପାରିନାହିଁ । ଆସୁଥିବା ଜଣେ ଅଧେ  ଛାତ୍ରଛାତ୍ରୀଙ୍କୁ ବୁଧବାର, ଶନିବାର ଦିନ ଅଣ୍ଡା ଟିଏ ଦେଇଦେଲେ ସେମାନେ ଖୁସି । ହେଲେ ଛାତ୍ରମାନଙ୍କ ପାଠପଢା ଚୁଲିକି ଗଲାଣି ଆସୁଥିବା ଜଣେ ଅଧେ ଛାତ୍ରଛାତ୍ରୀ ସାମାନ୍ୟ ପ୍ରଶ୍ନର ଉତ୍ତର ମଧ୍ୟ ଦେଇ ପାରୁନାହାଁନ୍ତି । ପୁରା ଭୁଶୁଡି ପଡିଥିବା ଶିକ୍ଷା ବ୍ୟବସ୍ଥାକୁ ସଜାଡିବାକୁ ଆନ୍ତରିକତା କାହାର ନଥିବା ଭଳି ଜଣାଯାଉଛି । ତେଣୁ ସ୍କୁଲ ବନ୍ଦ କରିବାର ନିଷ୍ପତ୍ତି ଯଥାଶିଘ୍ର ନିଆଯାଇ ପାଖ ଗାଁକୁ ଲାଗିଥିବା ସ୍କୁଲରେ ପିଲା ମାନଙ୍କର ପଢିବା ବ୍ୟବସ୍ଥା କରାଗଲେ ସେମାନେ ଦି ଅକ୍ଷର ପାଠ ପଢିପାରନ୍ତେ । ଅପରପକ୍ଷରେ ଶିକ୍ଷକ ଅଭାବ ଥିବା ସ୍କୁଲକୁ ସେଠାରେ ଥିବା ଶିକ୍ଷକଙ୍କୁ ବଦଳି କରାଗଲେ ସଂପୃକ୍ତ ସ୍କୁଲର ଶିକ୍ଷା ବ୍ୟବସ୍ଥା ବଦଳି ପାରନ୍ତା । ତେଣୁ କାଗଜ କଲମରେ ଅଟକି ଥିବା ନିଦେ୍ର୍ଧଶକୁ ତୁରନ୍ତ ବ୍ୟବସ୍ଥିତ କରାଗଲେ ଅନେକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ୱଳ ହୋଇପାରନ୍ତା ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି ।

    Maximum 500 characters

    ବିଶେଷ View all

    Find Us on Facebook