Jan 16, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ୨୭୦ ବୁଥ୍ର ଜନତାଙ୍କ ପାଖରେ ପହଚିଂବ ମୋଦିଙ୍କ "ମନ୍ କି ବାତ୍’ : ବିଜେପି

    Date: Dec 30, 2017    Views: 47


    ଭୁବନେଶ୍ୱର : ପ୍ରତି ମାସର ଶେଷ ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେଡିଓ ମାଧ୍ୟମରେ  ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଦେଶ ବାସୀଙ୍କୁ ଉଦେ୍ଧଶ୍ୟରେ ଅଭିଭାଷଣ ରଖିଥାନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ  ଦେଶରେ ଘଟୁଥିବା ସାଂପ୍ରତିକ ପରିସ୍ଥିତି, ଅର୍ଥନୀତି, ବାଣିଜ୍ୟ , ଶିକ୍ଷା ସହ ସମାଜ ସଂସ୍କାର ଉପରେ ନିଜର ମତ ରଖିବା ସହ ସାଧାରଣ ଜନତାଙ୍କ ଚିଠିର ଉତର ମଧ୍ୟ ଦେଇଥାନ୍ତି । ତେବେ ଏଭଳି ଏକ ମହତ୍ କାର୍ଯ୍ୟକ୍ରମକୁ ବିଜେପୁର ନିର୍ବାଚନ ମଣ୍ଡଳୀରେ ଥିବା ୨୭୦ ବୁଥ୍ର ଜନତାଙ୍କ ପାଖରେ ପହଚାଂଇବାକୁ ରାଜ୍ୟ ବିଜେପି ଲକ୍ଷ୍ୟ ରଖିଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ବିଜେପି କର୍ମକର୍ତାମାନେ ପ୍ରତିଟି ବୁଥ୍ରେ ସାଧାରଣ ଜନତାଙ୍କ ପାଖରେ  ପହଂଚି ରେଡିଓ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଶୁଣାଇବା ସହ ବିଜେପୁରବାସୀଙ୍କୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ବନ୍ଧରେ ଅବଗତ କରାଇବେ । ଏହି କାର୍ଯ୍ୟକ୍ରମ ଶୁଣିବା ପରେ ବିଜେପି ପଦାଧିକାରୀମାନେ ବୁଥ୍ରେ ଥିବା ବିଭିନ୍ନ ସମସ୍ୟା ସମ୍ବନ୍ଧରେ ସାଧାରଣ ଲୋକଙ୍କ ସହ ଆଲୋଚନା କରିବେ ବୋଲି ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ସୁଚନା ଦେଇଛନ୍ତି ।  
    ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ବିଧାୟକ ଦଳ ନେତା କେ.ଭି ସିଂହଦେଓ, କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ସମସ୍ତ ବିଧାୟକ, ରାଜ୍ୟ ପଦାଧିକାରୀ ଓ ବିଭିନ୍ନ ମୋର୍ଚ୍ଚାର ପଦାଧିକାରୀମାନେ ବିଜେପୁରର ୨୭୦ ବୁଥ୍ରେ ମୋଦୀଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ସାଧାରଣ ଜନତାଙ୍କ ସହ ଶୁଣିବେ । ଏଥି ସହ ବିଜେପି ପଦାଧିକାରୀମାନେ ରାଜ୍ୟସରକାରଙ୍କ ସ୍ଥାଣୁତା, ଅପରାଗତା ଓ ଭଷ୍ଟ୍ରାଚାର ନୀତି ଯୋଗୁଁ ବିଜେପୁରବାସୀ ଯେଉଁ ଭଳି ଭାବେ ପ୍ରତିଟିି କ୍ଷେତ୍ରରେ  ଅଣଦେଖାର ଶିକାର ହୋଇଛନ୍ତି ସେ ସମ୍ବନ୍ଧରେ ମଧ୍ୟ ଆଲୋଚନା କରିବେ । ଦୀର୍ଘ ୧୮ ବର୍ଷଧରି ରାଜ୍ୟରେ ନବୀନ ସରକାରଙ୍କ ଶାସନ ଚାଲିଥିବାବେଳେ ବିଜେପୁରବାସୀ କେତେ ଯୋଜନାର ଲାଭ ଉଠାଇଛନ୍ତି ଏବଂ କେତେ ପ୍ରତାରଣାର ଶିକାର ହୋଇଛନ୍ତି ସେ ନେଇ ମଧ୍ୟ ବିଜେପି ନେତୃବୃନ୍ଦ ଆଲୋଚନା କରିବେ । ଏହା ସହ ବିଜେପି ନେତୃବୁନ୍ଦମାନେ ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ଯୋଜନା ସଂର୍ପକରେ ବିଜେପୁରବାସୀଙ୍କୁୁ ସୂଚନା ଦେବା ସହ ରାଜ୍ୟକୁ କେନ୍ଦ୍ରର ଅନୁଦାନ ସଂର୍ପକରେ ମଧ୍ୟ ଅବଗତ କରାଇବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି । 
    ବିଜେପୁରର ବିଧାୟକ ସ୍ୱର୍ଗୀୟ ସୁବଳ ସାହୁଙ୍କ ମୃତୁ୍ୟ ପରେ ବିଜେପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀ ଯେଉଁ ଭଳି ଭୁଆଁ ବୁଲାଇଛନ୍ତି ତାହା ଅତି ଦୁର୍ଭାଗ୍ୟଜନକ । ଖୋଦ୍ ମୁଖ୍ୟମନ୍ତ୍ରୀ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ନାମରେ ଏକ ଜଳ ସେଚ ପ୍ରକଳ୍ପ ଘୋଷଣା କରି ପରେ ଅତିରିକ୍ତ ବଜେଟ୍ରେ ଅର୍ଥ ନଦେବା ହେଉଛି ସ୍ୱଭାବ କବିଙ୍କ ସହ ବିଜେପୁରବାସୀଙ୍କୁ କିଭଳି ଅପମାନିତ କରିଛନ୍ତି ସେ ସମ୍ବନ୍ଧରେ ମଧ୍ୟ ଆଲୋଚନା କରାଯିବ ।  ବିଜେପୁରରେ ମରୁଡି ଚକଡା ପୋକ, ନକଲି କୀଟନାଶକ ଓ ଅଦିନିିଆ ବର୍ଷାରେ ହଜାର ହଜାର ଫସଲ ନଷ୍ଟ ହୋଇଥିବାବେଳେ ଚାଷୀ ଆତ୍ମହତ୍ୟ ପ୍ରସଂଗରେ ବିଜେପି ପଦାଧିକାରୀମାନେ ଚାଷୀ ମାନଙ୍କ ସହ ଆଲୋଚନା କରିବେ ବୋଲି ଶ୍ରୀ ସମୀର ମହାନ୍ତି କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତିଙ୍କ ସମେତ ରାଜ୍ୟ ସଂପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ଓ ରାଜ୍ୟ ବିଜେପି ପ୍ରବକ୍ତା ସଜ୍ଜନ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ । 

    Maximum 500 characters

    ରାଜନୀତି View all

    Find Us on Facebook