Jun 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆଜି ଶପଥ ହିମାଚଳ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଜୟରାମ ଠାକୁର

    Share on :
    Date: Dec 27, 2017    Views: 201

    ସିମଳା : ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଜୟରାମ ଠାକୁର ଆଜି ଶପଥ ଗ୍ରହଣ କରିବେ  । ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଉପସ୍ଥିତ ରହିବେ  ।

    ଗୁଜୁରାଟ ଭଳି ହିମାଚଳ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କର ଶପଥ ଗ୍ରହଣ ଉତ୍ସବକୁ ବେଶ ଧୂମଧାମରେ କରିବା ପାଇଁ ବିଜେପି ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି  । ସିମଳାର ଐତିହାସିକ ରିଡ଼ଗେ ମଇଦାନରେ ଦଳ ପକ୍ଷରୁ ଏକ ମେଗା ଶୋ’ର ଆୟୋଜନ ହୋଇଛି  । ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ, ରମଣ ସିଂହ, ବସୁନ୍ଧରା ରାଜେ ସିନ୍ଧିଆ, ଯୋଗୀ ଆଦିତ୍ୟନାଥଙ୍କ ସମେତ ବହୁ ନେତା ଉପସ୍ଥିତ ରହିବେ ବୋଲି ଜାଣିବାକୁ ମିଳିଛି  ।

    ସୂଚନାଯୋଗ୍ୟଯେ, ହିମାଚଳ ପ୍ରଦେଶ ନିର୍ବାଚନରେ ବିଜେପି ୬୮ ଆସନରୁ ୪୪ ଆସନ ହାସଲ କରିଥିଲା  । ତେବେ ମୁଖ୍ୟମନ୍ତ୍ରୀ ପ୍ରତ୍ୟାଶୀ ପ୍ରେମ କୁମାର ଧୂମାଲ ନିର୍ବାଚନରେ ପରାସ୍ତ ହୋଇଥିଲେ  । ଫଳରେ ପାଂଚ ଥର ବିଧାୟକ ହୋଇଥିବା ବିଜେପି ନେତା ଜୟରାମ ଠାକୁରଙ୍କ ଉପରେ ମୁଖ୍ୟମନ୍ତ୍ରୀ ଭାବେ ମୋହର ଲାଗିଥିଲା  ।    

    Maximum 500 characters

    ଦେଶ ବିଦେଶ View all

    Find Us on Facebook