Jan 16, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଆଂଚଳିକ ଦଳଗୁଡ଼ିକ ମଧ୍ୟରେ ସମନ୍ୱୟ ପାଇଁ ଆହ୍ୱାନ ଦେଲେ ନବୀନ

    Date: Dec 25, 2017    Views: 506

    ଭୁବନେଶ୍ୱର : ସଂଘୀୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଆଂଚଳିକ ଦଳଗୁଡ଼ିକ ମଧ୍ୟରେ ସୁସମନ୍ୱୟ ରକ୍ଷା କରିବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି  । 


    ସେହିପରି ମହାନଦୀ ପ୍ରସଙ୍ଗରେ ସଂସଦରେ ତୃଣମୂଳ କଂଗ୍ରେସ ସମର୍ଥନ ଦେଇଥିବାରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଓ ପୋଲାଭରମ ପ୍ରସଙ୍ଗରେ ଓଡ଼ିଶାକୁ ସମର୍ଥନ ଦେଇଥିବାରୁ ତେଲେଙ୍ଗାନା ରାଷ୍ଟ୍ର ସମିତିର ସଭାପତି କେ ଚନ୍ଦ୍ରଶେଖର ରାଓଙ୍କୁ ନବୀନ ଧନ୍ୟବାଦ ଦେଇଛନ୍ତି  । 


    ମାଓବାଦୀଙ୍କ ବିରୋଧରେ ଲଢେ଼ଇ ପାଇଁ କେନ୍ଦ୍ରୀୟ ସଶସ୍ତ୍ର ବଳ ନିୟୋଜନ କରିବା ସକାଶେ କେନ୍ଦ୍ର ସରକାର ରାଜ୍ୟଠାରୁ ଅର୍ଥ ଦାବି କରିଥିବାବେଳେ କେନ୍ଦ୍ର ସରକାର ଏହି ଅର୍ଥ ବହନ କରିବା ଦରକାର ବୋଲି ନବୀନ କହିଛନ୍ତି  । ସୂଚନାଯୋଗ୍ୟଯେ, ନିକଟରେ କେନ୍ଦ୍ରୀୟ ବଳ ନିୟୋଜନ ପାଇଁ ଓଡ଼ିଶା ସରକାରଙ୍କ ଠାରୁ କେନ୍ଦ୍ର ସରକାର ୩ ହଜାର କୋଟି ଦାବି କରିଛନ୍ତି  । ଖୋଲା ବଜାରରୁ ୫୫ ଶହ କୋଟି ଟଙ୍କା ଋଣ ନେବା ସଂକ୍ରାନ୍ତରେ ନବୀନ କହିଲେଯେ, ଓଡ଼ିଶା ସରକାର ବିତୀୟ ଶୃଙ୍ଖଳାକୁ ଅନୁପାଳନ କରୁଥିବାବେଳେ ଆମର ଋଣ ସୀମିତ ରହିଛି ବୋଲି କହିଥିଲେ  ।


    ରାଜ୍ୟର ୪୩ ଶହ ଗ୍ରାମ ପଂଚାୟତରେ ବ୍ୟାଙ୍କିଂ ସୁବିଧା ନଥିବାବେଳେ ଆର୍ଥିକ ଅନ୍ତର୍ଭୁକ୍ତି  କରିବା ସମ୍ଭବପର ନୁହେଁ  । ଏନେଇ କେନ୍ଦ୍ର ସରକାରଙ୍କ ସହ ରାଜ୍ୟ ସରକାର ଆଲୋଚନା ଜାରି ରଖିଛନ୍ତି ବୋଲି ନବୀନ କହିଥିଲେ  ।
    ପୁରାତନ ମନ୍ଦିର ଓ ସ୍ମାରକୀର ସୁରକ୍ଷା ପାଇଁ ରାଜ୍ୟ ସରକାର ଖୁବଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି  । ଏନେଇ ଖୁବଶୀଘ୍ର ଭଲ ଖବର ପାଇବେ ବୋଲି ନବୀନ କହିଥିଲେ  ।

    Maximum 500 characters

    ରାଜନୀତି View all

    Find Us on Facebook