May 21, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ସିରିଜ୍ ପୋଛିନେଲା ଭାରତ

    Share on :
    Date: Dec 25, 2017    Views: 152


    ମୁମ୍ବାଇ: ଚଳିତ ଟି-୨୦ ସିରିଜ୍କୁ ୩-୦ରେ ପୋଛିନେଇଛି ଟିମ୍ ଇଣ୍ଡିଆ । ଗତ ୨୦ ତାରିଖରୁ କଟକର ବାରବାଟୀ ଷ୍ଟାଡିୟମ୍ରେ ପ୍ରଥମ ମ୍ୟାଚ୍କୁ ୯୩ ରନ୍ର ଜିତିଥିବା ଟିମ୍ ଇଣ୍ଡିଆ ଆଜି ଏଠାରେ ଖେଳାଯାଇଥିବା ତୃତୀୟ ମ୍ୟାଚ୍ରେ ୫ ୱିକେଟ୍ରେ ଜିତି ଘରୋଇ ମାଟିରେ ଶ୍ରୀଲଙ୍କାକୁ ଧୂଳି ଚଟାଇଛି । ଶ୍ରୀଲଙ୍କାକୁ ବ୍ୟାଟି ପାଇଁ ଆହ୍ୱାନ ଦେଇ ଇନିଂଶ୍କୁ ୧୩୯/୫ରେ ସୀମିତ ରଖିବା ପରେ ୧୯.୨ ଓଭରରେ ୧୩୯/୫ କରି ଭାରତ ଏହି ବିଜୟ ହାସଲ କରିଛି । ନିରୋଶନ ଡିକ୍ୱାଲା ଓ ଉପୁଲୁ ତରଙ୍ଗାଙ୍କ ମାଧ୍ୟମରେ ଇନିଂସ ଆରମ୍ଭ କରିଥିବା ଶ୍ରୀଲଙ୍କା ମାତ୍ର ୧୮ ରନ୍ ମଧ୍ୟରେ ଦୁଇ ୱପ୍ନରଙ୍କ ସମେତ ତିନି ବ୍ୟାଟସମ୍ୟାନ୍ଙ୍କୁ ହରାଇଥିଲା । ଭାରତ ପକ୍ଷରୁ ଉନାଦକତ ଓ ପାଣ୍ଡ୍ୟା ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । ଦୀର୍ଘଦିନ ପରେ ଦ୍ୱିତୀୟ ଟି-୨୦ ଖେଳିବାର ସୁଯୋଗ ପାଇଥିବା ମହମ୍ମଦ ସିରାଜ ଗୋଟିଏ ୱିକେଟ ନେଇଥିଲେ ହେଁ ୪ଓଭରରେ ୪୫ ରନ୍ ବ୍ୟୟ କରିଥିଲେ । ଜବାବରେ ଟିମ୍ ଇଣ୍ଡିଆ ୫ ୱିକେଟ୍ ହରାଇ ୧୩୯ ରନ୍ କରି ଲଗାତାର ତୃତୀୟ ବିଜୟ ହାସଲ କରିଥିଲା । ଦଳ ପକ୍ଷରୁ ଓପ୍ନର ଲୋକେଶ ରାହୁଳ ୪ ରନ୍ କରି ଆଉଟ ହୋଇଥିଲେ । ରୋହିତ ଶର୍ମା ୨୭, ମନୀଷ ପାଣ୍ଡେ ୩୨ ଓ ଶ୍ରେୟସ ଆୟର ୩୦ରନ୍ କରି ଦଳର ବିଜୟରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । ଏହାଛଡ଼ା ଦିନେଶ କାର୍ତିକ ୧୮ ଓ ମହେନ୍ଦ୍ର ସିଂ ଧୋନି ୧୬ ରନ୍ କରି ଅପରାଜିତ ଥିଲେ । ଉନାଦକତ ଉଭୟ ମ୍ୟାନ୍ ଅଫ ଦି ମ୍ୟାଚ୍ ଓ ମ୍ୟାନ୍ ଅଫ୍ ଦି ସିରିଜ୍ ବିବେଚିତ ହୋଇଥିଲେ । 

    Maximum 500 characters

    ଖେଳ ଖବର View all

    Find Us on Facebook