Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଆତଙ୍କିତ ହୁଅନ୍ତୁନି, ସାମାଜିକ ଦୂରତା ଅବଲମ୍ବନ ନକଲେ ଜିରୋ ଟୋଲେରାନ୍ସ :CMO

ଓଡ଼ିଶାରେ ପୁଣି 16ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ସମସ୍ତେ ଭୁବନେଶ୍ୱର ଅଂଚଳର ,ମୋଟ ହେଲା 39

14ରେ ନିଆଯିବ ସ୍କୁଲ ଓ କଲେଜ ଖୋଲିବା ନିଷ୍ପତ୍ତି: ପିଟିଆଇ ସୂତ୍ରରୁ ପ୍ରକାଶ

ସୁନ୍ଦରପଦା ଅଂଚଳକୁ ସିଲ କଲା ବିଏମସି

ଭୁବନେଶ୍ୱରରେ ଆଉ 2 ପଜିଟିଭ ଚିହ୍ନଟ. ମୋଟ ହେଲା 23

ଗୋଷ୍ଠୀ ସଂକ୍ରମଣର ଭୟ ନାହିଁ.8ରେ ସଟ ଡାଉନ ଉଠିବ, ଗହଳି କରିବେନି : ମୁଖ୍ୟ ଶାସନ ସଚିବ

ଭାରତରେ କରୋନା ମୃତ୍ୟୁ ସଂଖ୍ୟା 79କୁ ବୃଦ୍ଧି

କଳାହାଣ୍ଡି କରୋନା ଆକ୍ରାନ୍ତଙ୍କ ଗାଁ ସିଲ

କଟକ କେଶବପୁରରେ ପୁଲିସ ଉପରକୁ ଢେଲା ପଥର ମାଡ

banner

ଆମ ଭାଷା ଆମ ସାହିତ୍ୟ

ମୁଖ୍ୟ ଖବର

    ଫିଲିପାଇନ୍ସରେ ପୁଣି ବିପର୍ଯ୍ୟୟ: ଅଗ୍ନିକାଣ୍ଡରେ ୪୦ ମୃତ

    Share on :
    ajab-Image
    Date: Dec 25, 2017    Views: 6629


    ମାନିଲା : ଫିଲିପାଇନ୍ସରେ ଗୋଟିଏ ପରେ ଗୋଟିଏ ବିପର୍ଯ୍ୟୟ ଘଟିବାରେ ଲାଗିଛି । ଶନିବାର ଦକ୍ଷିଣ ଫିଲିପାଇନ୍ସର ଡାଭଓ ସହରରେ ଥିବା ଏକ ସପିଙ୍ଗ ମଲ୍ରେ ନିଆଁ ଲାଗି ଯାଇଥିଲା । ଏହା ଯୋଗୁ ପ୍ରାୟ ୪୦ ଜଣ ବ୍ୟକ୍ତି ନିଖୋଜ ହୋଇଯାଇଛନ୍ତି । ଦୁର୍ଘଟଣାର ଦିନକ ପରେ ସେଠାକାର ପ୍ରଶାସନ ଆଶଙ୍କା ବ୍ୟକ୍ତ କରି କହିଛି ଯେ ଏହି ବ୍ୟକ୍ତିମାନେ ଜୀବିତ ଥିବାର ସମ୍ଭାବନା ନାହିଁ । ତେଣୁ ସେମାନେ ମୃତୁ୍ୟବରଣ କରିଥିବାର ମନେ କରାଯାଉଛି । ଡାଭଓ ସହରରେ ଥିବା ନୁ୍ୟ ସିଟି କମର୍ସିଆଲ ସେଂଟର ନାମକ ଏକ ସପିଙ୍ଗ ମଲ୍ର ତୃତୀୟ ମହଲାରେ ନିଆଁ ଲାଗିଯାଇଥିଲା । ଏହି ନିଆଁ କିଛି ସମୟ ପରେ ଅନ୍ୟ ଏକ ମଲ୍କୁ ବ୍ୟାପିଯାଇଥିଲା । ତଳ ଦୁଇ ମହଲାରେ ଥିବା କର୍ମଚାରୀମାନେ କୌଣସି ପ୍ରକାରେ ସୁରକ୍ଷିତ ଭାବେ ସେଠାରୁ ବାହାରକୁ ପଳାଇବାରେ ସକ୍ଷମ ହୋଇଥିଲେ । ମାତ୍ର ଚତୁର୍ଥ ମହଲାରେ ଥିବା ଏକ ବିଜନେସ୍ ପ୍ରୋସେସ୍ ଆଉଟସୋର୍ସିଂ କମ୍ପାନୀର କର୍ମଚାରୀମାନେ ସେଠାକୁ ତଳକୁ ଆସିପାରିନଥିଲେ । ତେଣୁ ସେମାନେ ଏହି ଅଗ୍ନିକାଣ୍ଡରେ ଶିକାର ହୋଇଥିବା ଅନୁମାନ କରାଯାଉଛି । 

    Maximum 500 characters

    ଆମ ଭାଷା ଆମ ସାହିତ୍ୟ View all

    Find Us on Facebook