Jun 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ମନ୍ତ୍ରୀ ହେବା ମୋ ସାମ୍ବିଧାନିକ ଅଧିକାର ନୁହେଁ : ଦାମ

    Share on :
    Date: Dec 23, 2017    Views: 913

    ଭୁବନେଶ୍ୱର : ମନ୍ତ୍ରୀମଣ୍ଡଳରୁ ବହିଷ୍କାର ପରେ ଗଣମାଧ୍ୟମକୁ ଡାକ୍ତର ଦାମୋଦର ରାଉତ କହିଛନ୍ତିଯେ, ନିର୍ବାଚନରେ ହାର ଜିତ୍ ଯେଭଳି ଏକ ପ୍ରକ୍ରିୟା, ଠିକ୍ ସେମିତି କ୍ଷମତା ରାଜନୀତିରେ ମନ୍ତ୍ରୀ ପଦ ରହିବା ନରହିବା ମଧ୍ୟ ଏକ ପ୍ରକ୍ରିୟା  । ଯାହା ହବା କଥା ହୋଇସାରିଛି  । ତେଣୁ ସେ ଏନେଇ ମନ୍ତବ୍ୟ ଦେବାକୁ ଚାହୁଁନାହାନ୍ତି ବୋଲି ଦାମ କହିଥିଲେ  ।


    ତେବେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତରରେ ଦାମ କହିଲେଯେ, ମୁଖ୍ୟମନ୍ତ୍ରୀଙ୍କର ଯାହା ଉପରେ ଆସ୍ଥା ଥାଏ ତାଙ୍କୁ ମନ୍ତ୍ରୀ କରିଥା’ନ୍ତି  । ଯାହା ଉପରେ ଆସ୍ଥା ହରାନ୍ତି ତାଙ୍କୁ ମନ୍ତ୍ରୀମଣ୍ଡଳରେ ରଖନ୍ତି ନାହିଁ  । ଏହା ସାମ୍ବିଧାନିକ ବିଧିବ୍ୟବସ୍ଥା  । ଏଥିରେ ମୋର ଅବଶୋଷ ନାହିଁ  । ମୁଁ ଚାରି ଦଶନ୍ଧି ଧରି ସାଧାରଣ ଜୀବନରେ ଅଛି ଓ ରହିବି  । ନିର୍ବାଚନୀମଣ୍ଡଳୀ ଲୋକମାନେ ମୋତେ ମନ୍ତ୍ରୀ ହେବା ପାଇଁ ଭୋଟ୍ ଦେଇନଥିଲେ  । ସେମାନଙ୍କ ପ୍ରତିନିଧିଭାବେ ମୁଁ ସେମାନଙ୍କ ସୁଖ ଦୁଃଖରେ ସାମିଲ୍ ହେବି । ମନ୍ତ୍ରୀ ହେବା ମୋର ସାମ୍ବିଧାନିକ ଅଧିକାର ନୁହେଁ ବୋଲି ଡାକ୍ତର ରାଉତ କହିଛନ୍ତି  ।


    ଗଣମାଧ୍ୟମ ପ୍ରତିନିଧିମାନେ ଅନ୍ୟ ପ୍ରସଙ୍ଗରେ ତାଙ୍କର ମତାମତ ଜାଣିବାକୁ ଚାହିଁବାରୁ ଡାକ୍ତର ରାଉତ ଚିହିଁକି ଉଠିଥିଲେ  । ସେ କହିଲେଯେ, ମୋତେ ଅଯଥା କଥା ପଚାରନ୍ତୁ ନାହିଁ  । ତୁମେ କ’ଣ ପୁଲିସଯେ, ମୋତେ ଜେରା କହିବ ବୋଲି କହିଥିଲେ  । ଦୟାକରି ଆପଣମାନେ ଏଠାରୁ ଯାଆନ୍ତୁ, ମୋର ଆଉ କିଛି କହିବାର ନାହିଁ ବୋଲି କହିଥିଲେ  । ତେବେ ଗଣମାଧ୍ୟମ ପ୍ରତିନିଧିମାନେ ସେଠାରୁ ନହଟି ପୂର୍ବଭଳି ସୁଟିଂ ଜାରି ରଖିବାରୁ ଦାମବାବୁ ଖପ୍ପା ହୋଇଯାଇଥିଲୁ  । ଆପଣ ତୁରନ୍ତ ଯାଆନ୍ତୁ  । ମୁଁ ମୋର ନିର୍ବାଚନମଣ୍ଡଳୀ ଲୋକଙ୍କ ସହ କଥା ହେବି  । ଏଥିରୁ ମୋର କ’ଣ ଲାଭ ମିଳିବ ବୋଲି ଦାମ କହିଥିଲେ  ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook