Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଏପଟେ ବିଜୟ, ସେପଟେ ଦାମ

    Share on :
    Date: Dec 23, 2017    Views: 724

    ଭୁବନେଶ୍ୱର : ଡିସେମ୍ବର ୨୨  । ଏହି ଦିନଟି ରାଜ୍ୟ ରାଜନୀତି ପାଇଁ ବେଶ ସ୍ମରଣୀୟ ହୋଇରହିବ  । ସେହିଦିନ ସକାଳେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା କମିଟିରୁ ବହିଷ୍କାର କରାଯାଇଥିଲା  । ଯାହାକୁ ନେଇ ଦିନ ତମାମ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା  । ତେବେ ସେହି ଚର୍ଚ୍ଚାର ଅନ୍ତ ନଘଟୁଣୁ ରାତି ୭ଟାରେ ନବୀନଙ୍କ ନିଷ୍ପତି ପୁଣି ରାଜ୍ୟ ରାଜନୀତିକୁ ସରଗରମ କରିଦେଇଥିଲା  । କୃଷି ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିଥିଲେ ନବୀନ  । 


    ଗୋଟିଏ ପଟେ ବିଜୟଙ୍କୁ ନେଇ ରାଜ୍ୟ ବିଜେପିର କେତେକ ବରିଷ୍ଠ ନେତାମାନେ ଟାର୍ଗେଟ କରି ଆସୁଥିଲେ । ବିଜୟଙ୍କ ରାଜ୍ୟ ସ୍ୱାର୍ଥ ସମ୍ବଳିତ ମନ୍ତବ୍ୟକୁ ସହଜରେ ହଜମ କରିପାରୁନଥିଲେ ରାଜ୍ୟ ବିଜେପି ନେତା  । କାହିଁକିନା ଏହାଦ୍ୱାରା ଦଳ ଅକଳରେ ପଡ଼ୁଥିଲା  । ତେବେ ବିଜୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଇନଥିଲା । କିନ୍ତୁ ଗରଦପୁରରେ ବିଜେପି ମିଶ୍ରଣ ପର୍ବ ବେଳେ ବିଜୟଙ୍କ ସମର୍ଥକମାନେ ଉତେଜନା ସୃଷ୍ଟି କରିବା ସହ ମିଶ୍ରଣ ପର୍ବ ଭଣ୍ଡୁରକୁ ସହଜରେ ଗ୍ରହଣ କରିପାରିନଥିଲା ଦଳ  । ଯଦିଓ ଏଥିରେ ବିଜୟଙ୍କର ସିଧାସଳଖ ଭୂମିକା ନଥିଲା ତଥାପିବି ଦଳ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି  । ଫଳରେ ବିଜେପିରେ ଆଉ ବିଜୟ ରହିବେ ନାହିଁ ବୋଲି ସ୍ପଷ୍ଟ ହୋଇଯାଇଛି  । 


    ସେହିପରି ରାତିରେ ଦାମଙ୍କୁ ବହିଷ୍କାର କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ନେତାମାନଙ୍କୁ ସ୍ପଷ୍ଟ ବାର୍ତା ଦେଇଛନ୍ତି  । ଦଳକୁ ଅକଳରେ ପକାଇବା ଭଳି କୌଣସି ମନ୍ତବ୍ୟକୁ ସେ ବରଦାସ୍ତ କରିବେ ନାହିଁ ବୋଲି ସ୍ପଷ୍ଟ ହୋଇଯାଇଛି  । ତେବେ ନବୀନଙ୍କ ଏଭଳି ଆଭିମୁଖ୍ୟ ପରେ ଦାମ ଆଉ କେବେ ବିଜେଡ଼ି ସରକାରରେ ମନ୍ତ୍ରୀ ହୋଇପାରିବେ ନାହିଁ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି  । କାହିଁକିନା ଆଉ ବର୍ଷକ ପରେ ନିର୍ବାଚନ  । ତେଣୁ ଦାମ ନବୀନଙ୍କ ଚତୁର୍ଥ ଦଫାର ଶେଷ ବର୍ଷରେ ଆଉ ସରକାରକୁ ଫେରିବାର ସମ୍ଭାବନା ନାହିଁ  । ସେହିପରି ପଂଚମ ଥର ନବୀନ ମୁଖ୍ୟମନ୍ତ୍ରୀ ହେଲେ, ଆଉ ମଧ୍ୟ ଦାମଙ୍କୁ ନେବେନାହିଁ ବୋଲି ପାୱାର କରିଡ଼ରରେ ଚର୍ଚ୍ଚା ହେଉଛି  । ତେବେ ଦାମଙ୍କ ବେଲଗାମ ତୁଣ୍ଡ ଫିଟିବ ନା ଫିଟିବନି, ଯଦି ଫିଟିବ ତାହା ବିଜେଡ଼ିକୁ ଅକଳରେ ପକାଇବ ନା ବିଜେପିକୁ ? ସେନେଇ ବି ଚର୍ଚ୍ଚା ଆରମ୍ଭ ହୋଇଛି  ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook