Jan 16, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ମିଛ ଓ ଅପପ୍ରଚାର ଏବେ ବିଜେପିର ଏଜେଂଡା: ବିଜୟ

    Date: Dec 22, 2017    Views: 1030


    ଭୁବନେଶ୍ୱର : ମିଛ ଓ ଅପପ୍ରଚାର ଏବେ ବିଜେପିର ଏଜେଂଡା ହୋଇଛି । ଲୋକଙ୍କ ସ୍ୱାର୍ଥ ପାଇଁ କାମ ନକରି ବିଜୟ ମହାପାତ୍ରଙ୍କ ବିରୋଧରେ ଷଡ଼ଯନ୍ତ୍ର ଏବେ ରାଜ୍ୟସ୍ତରୀୟ ନେତାଙ୍କ ମୁଖ୍ୟ କାମ ହୋଇଛି । ଯୋଜନାବଦ୍ଧ ଭାବେ ଚକ୍ରାନ୍ତ କରି ମୋତେ ଦଳରୁ ବାହାର କରିବାକୁ ଚାହୁଁଛନ୍ତି । ଯଦି ମୋତେ ଦଳରୁ ବାହାର କରାଗଲେ ଦଳ ମଜଭୁତ ହେବ ତାହାହେଲେ ଭଲକଥା । କେନ୍ଦ୍ରାପଡ଼ା ଜିଲ୍ଲା ବିଜେପିରୁ କମିଟିରୁ ବିଜୟ ମହାପାତ୍ରଙ୍କୁ ବହିଷ୍କାର କରିବା ପରେ ବରିଷ୍ଠ ବିଜେପି ନେତା ବିଜୟ  ମହାପାତ୍ର ଏଭଳି ପ୍ରତିକି୍ରୟା ପ୍ରକାଶ କରିଛନ୍ତି । 

    ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ଜିଲ୍ଲା ବିଜେପିରେ ଅସନ୍ତୋଷ ତେଜିଲା । ଗତକାଲି ପାଟପୁରାର ଗରଦପୁରଠାରେ ବିଜେପିର ମିଶ୍ରଣ ପର୍ବରେ ଘଟିଥିବା ଗଣ୍ଡଗୋଳ ନେଇ ଆଜି ଜିଲ୍ଲା ବିଜେପି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଜିଲ୍ଲା ବିଜେପି କମିଟିରୁ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କୁ ବହିଷ୍କୃତ କରାଯାଇଛି । ଏଥି ସହିତ ତାଙ୍କୁ ଜିଲ୍ଲା ବିଜେପି ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ପଦରୁ ମଧ୍ୟ ତାଙ୍କୁ ବହିଷ୍କାର କରାଯାଇଛି । ଆହୁରି ମଧ୍ୟ ତାଙ୍କର କେତେକ ସମର୍ଥକଙ୍କୁ ଦଳରୁ ବହିଷ୍କାର କରାଯିବାକୁ ସୁପାରିଶ୍ କରାଯାଇଥିବା ସୂଚନା ଦେଇଛନ୍ତି ବିଜେପି ଜିଲ୍ଲା ସଭାପତି ଦୁର୍ଯେ୍ୟାଧନ ସାହୁ । ଦଳୀୟ ସମ୍ମିଳନୀକୁ ଭଣ୍ଡୁର କରିଥିବା ଅଭିଯୋଗରେ ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କୁହାଯାଇଛି । 

    ଗତକାଲି ପାଟକୁରାର ଗରଦପୁରଠାରେ ବିଜେପି ପକ୍ଷରୁ ମିଶ୍ରଣ ପର୍ବର ଆୟୋଜନ କରାଯାଇଥିଲା । ତେବେ ଉକ୍ତ ମିଶ୍ରଣ ପର୍ବକୁ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ଡକାଯାଇନଥିଲା । ଯାହାକୁ ନେଇ ଫିଡିକି ଯାଇଥିଲେ ବିଜୟଙ୍କ ସମର୍ଥକ । ମିଶ୍ରଣ ପର୍ବ ବେଳେ କାହିଁକି ବିଜୟ ମହାପାତ୍ରଙ୍କୁ ଡକାଗଲା ନାହିଁ ବୋଲି ପ୍ରଶ୍ନ କରିବା ସହ ମିଶ୍ରଣ ପର୍ବକୁ ଆସିଥିବା କର୍ମୀମାନଙ୍କୁ ବିଜୟଙ୍କ ସମର୍ଥକମାନେ ଘଉଡ଼ାଇ ଦେଇଥିଲେ । ଫଳରେ ଘଟଣାସ୍ଥଳରେ ଉତେଜନା ପ୍ରକାଶ ପାଇବା ସହ ମିଶ୍ରଣ ପର୍ବ ଭଣ୍ଡୁର କରିଥିଲେ । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook