Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

କଳା

ମୁଖ୍ୟ ଖବର

    ପ୍ରିୟଙ୍କାଙ୍କ ଫ୍ୟାମିଲି

    Share on :
    Date: Dec 22, 2017    Views: 201


    ମିସ୍ ୱାର୍ଲଡରୁ ଯେତେବେଳେ ପ୍ରିୟଙ୍କା ଚୋପ୍ରା ବଲିଉଡ୍ ହୀରୋଇନ୍ ହୋଇଥିଲେ, ସେତେବେଳେ ଅଭିନୟ କ୍ଷେତ୍ରରେ ସେ ତାଙ୍କର କେହି ସଂପର୍କୀୟ ନଥିଲେ  । ସେ ନିଜ ଶିଙ୍ଗରେ ମାଟି ତାଡ଼ି ସୁପର ହୀରୋଇନ୍ ବି ବନିଗଲେ କିଛି ବର୍ଷରେ  ।
    ଏବେ ଗ୍ଲାମର ୱାର୍ଲଡ୍ରେ ତାଙ୍କ ପରିବାର ବା ସଂପର୍କୀୟମାନଙ୍କ ଭିତରେ ସେ ଆଉ ଏକୁଟିଆ ନୁହଁନ୍ତି  । ତାଙ୍କ ପଦାଙ୍କ ଅନୁସରଣ କରି ଇତିମଧ୍ୟରେ ଆହୁରି ତିନିଜଣ ସଂପର୍କୀୟାଙ୍କର ବଲିଉଡ୍ରେ ଏଣ୍ଟ୍ରି ହୋଇଗଲାଣି  । ଏମାନେ ହେଲେ ପରିଣୀତି ଚୋପ୍ରା, ମୀରା ଚୋପ୍ରା ଓ ବବି ଚୋପ୍ରା  ।
    ପରିଣୀତି ହେଉଛନ୍ତି ପ୍ରିୟଙ୍କା ଚୋପ୍ରାଙ୍କ କଜିନ୍, ଯିଏ କି ସଉକରେ ସିନେମା ଲାଇନ୍କୁ ଆସି ‘ଲେଡିଜ୍ ଭର୍ସେସ୍ ଭିକି ବହଲ୍’ରେ ଅଭିନୟ କରିଥିଲେ  । ସେହି ଫିଲ୍ମ ପାଇଁ ସେ ଉଚ୍ଚପ୍ରଶଂସା ପାଇବା ସହିତ ପୁରସ୍କାର ମଧ୍ୟ ଜିତିଲେ  । ତା’ପରେ ସେ ଆକ୍ଟିଂକୁ ପ୍ରଫେସନ୍ କରି ‘ଇଶ୍କେ ଜାଦେ’ ଓ ‘ଶୁଦ୍ଧ ଦେଶୀ ରୋମାନ୍ସ’ ଭଳି ସିନେମାରେ କାମ କରିସାରିଲେଣି  ।
    ଏହି ପରିବାରର ଆଉ ଜଣେ ସଦସ୍ୟା ହେଲେ ବବି ଚୋପ୍ରା, ଯିଏକି ବଲିଉଡ୍ରେ ପାଦ ଥାପିଲେଣି  । ସେ ସଂପର୍କରେ ପ୍ରିୟଙ୍କା ଚୋପ୍ରାଙ୍କର ପିଉସୀ ଝିଅ ଭଉଣୀ  । ବବି ପ୍ରିୟଙ୍କାଙ୍କ ସହିତ ଏକ ବିଜ୍ଞାପନରେ କାମ କରିସାରିଛନ୍ତି  । ଏହାପରେ ସେ ଗ୍ଲାମ୍ର ଦୁନିଆଁରେ ବେଶ୍ ପରିଚିତା ହୋଇଗଲେଣି  ।
    ସାଉଥ୍ର ନାମୀ ନାୟିକା ମୀରା ଚୋପ୍ରା ଏବେ ବଲିଉଡ୍ରେ ବି ଏଣ୍ଟ୍ରି ନେଇସାରିଲେଣି   । କିନ୍ତୁ ତାଙ୍କ ସଂପର୍କରେ ବିଶେଷ କିଛି ଜଣା ନଥିଲା  । ସବୁଠୁଁ ବଡ଼ କଥା ହେଲା ପ୍ରିୟଙ୍କା ଚୋପ୍ରାଙ୍କର ମୀରା ଜଣେ ସଂପର୍କୀୟ ଭଉଣୀ, ଏକଥା କାହାକୁ ଜଣାନଥିଲା  । ପ୍ରିୟଙ୍କା ମଧ୍ୟ ଏ ବିଷୟରେ କଥା କହୁନଥିଲେ  । ଏବେ ମୀରାଙ୍କୁ ବଲିଉଡ୍ରେ ସଫଳତା ମିଳୁଛି, ତା’ ଅବଶ୍ୟ ଦେଖିବା କଥା  ।

    Maximum 500 characters

    କଳା View all

    Find Us on Facebook