Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ବିଜେପି ମିଶ୍ରଣ ପର୍ବରେ ମୁହାଁମୁହିଁ

    Share on :
    Date: Dec 21, 2017    Views: 1684


    ଭୁବନେଶ୍ୱର : ବିଜେପିର ମିଶ୍ରଣ ପର୍ବରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ସ୍ଥିତି ଏମିତି ହୋଇଛି ଯେ ଉଭୟ ପକ୍ଷ ହାତାହାତି ପର୍ଯ୍ୟନ୍ତ ଯାଇଛନ୍ତି । ଠେଲାପେଲା ଓ ହୋହାଲ୍ଲା ଯୋଗୁ ମିଶ୍ରଣ ପର୍ବ ବାଧାପ୍ରାପ୍ତ ହୋଇଛି । ଯାହାକୁ ନେଇ ବିଜେପି ରାଜନୀତି ସରଗରମ ହୋଇଯାଇଛି । ପାଟକୁରାର ଗରଦପୁରରେ ଏହି ଘଟଣା ଏବେ ରାଜନୈତିକ ମହଲରେ ବେଶ ଚର୍ଚ୍ଚାର ଖୋରାକ ଯୋଗାଇଛି । 


    ମିଳିଥିବା ସୂଚନା ଅନୁଯାୟୀ ଆଜି ପାଟକୁରାର ଗରଦପୁରଠାରେ ବିଜେପି ପକ୍ଷରୁ ମିଶ୍ରଣ ପର୍ବର ଆୟୋଜନ କରାଯାଇଥିଲା । ତେବେ ଉକ୍ତ ମିଶ୍ରଣ ପର୍ବକୁ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ଡକାଯାଇନଥିଲା । ଯାହାକୁ ନେଇ ଫିଡିକି ଯାଇଛନ୍ତି ବିଜୟଙ୍କ ସମର୍ଥକ । ମିଶ୍ରଣ ପର୍ବ ବେଳେ କାହିଁକି ବିଜୟ ମହାପାତ୍ରଙ୍କୁ ଡକାଗଲା ନାହିଁ ବୋଲି ପ୍ରଶ୍ନ କରିବା ସହ ମିଶ୍ରଣ ପର୍ବକୁ ଆସିଥିବା କର୍ମୀମାନଙ୍କୁ ବିଜୟଙ୍କ ସମର୍ଥକମାନେ ଘଉଡ଼ାଇ ଦେଇଥିଲେ । ଫଳରେ ଘଟଣାସ୍ଥଳରେ ଉତେଜନା ପ୍ରକାଶ ପାଇବା ସହ ମିଶ୍ରଣ ପର୍ବ ଭଣ୍ଡୁର ହୋଇଯାଇଛି । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook