Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସ୍ୱାସ୍ଥ୍ୟବିଜ୍ଞାନ

ମୁଖ୍ୟ ଖବର

    ପିଆଜର ଉପକାରିତା

    Share on :
    Date: Dec 21, 2017    Views: 978

    ପିଆଜ, ପିଆଜ ଗଛ ଓ ପତ୍ରରୁ ବିଭିନ୍ନ ପ୍ରକାର ଜୀବନ ରକ୍ଷାକାରୀ ଔଷଧ ପ୍ରସ୍ତୁତ ହୋଇଥାଏ  । 
    - ପିଲା ଶୁଖି ଯାଉଥିଲେ ଗୋଟିଏ ବଡ଼ ଓଲି ପିଆଜକୁ କାଟି କିଛି ସମୟ ପାଣିରେ ପକାଇବା ପରେ, ସେହି ପାଣିରେ ନିୟମିତ କିଛି ଦିନ ପିଲାକୁ ଗାଧୋଇ ଦେଲେ ପିଲା ସବଳ ଓ ହୃଷ୍ଟପୃଷ୍ଟ ହୋଇଥାଏ  । 
    - ପିଲାର ପାଟି ଫିଟୁନଥିଲେ ନିୟମିତ କିଛି ଦିନ ପିଆଜ ଖୋଇବା ଅଭ୍ୟାସ କଲେ ପିଲାର ପାଟି ଫିଟିବ  । ପିଲା ଅଧିକ ଶକ୍ତିଶାଳୀ ହେବ  । 
    - ପେଟ ବାମ୍ପି ମାରୁଥିଲେ ସମ ପରିମାଣରେ ପିଆଜ ରସ ସହିତ ଅଦାରସ ଓ ମହୁ ମିଶାଇ ଦିନକୁ ୩ ଚାମଚ କରି  ୨/୩ ଦିନ ସେବନ କଲେ ପେଟ ଫମ୍ପାରୁ ଆରୋଗ୍ୟ ମିଳେ  । 
    - ଅଜୀର୍ଣ୍ଣ ହୋଇଥିଲେ ଗୋଟିଏ ବଡ଼ ଓଲି ପିଆଜର ରସରେ ଲୁଣ ମିଶାଇ ଦିନକୁ ୨ ଥର କରି ୨/୩ ଦିନ ଖାଇଲେ ନିଶ୍ଚୟ ଉପଶମ ମିଳେ  । 
    - ଅନ୍ଧାରକଣା ହୋଇଥିଲେ ରୋଗୀ ପ୍ରତିଦିନ ସକାଳେ ଓ ରାତିରେ ପିଆଜ ରସକୁ ସଫା କନାରେ ଛାଣି ୨ ବୁନ୍ଦା କରି କିଛି ଦିନ ଆଖିରେ ପକାଇଲେ ଅନ୍ଧାରକଣା ଭଲ ହୋଇଥାଏ  । 
    - ଶ୍ୱାସ ରୋଗ ଦ୍ୱାରା କଷ୍ଟ ହେଉଥିଲେ ନିୟମିତ ପ୍ରତିଦିନ ଅଭ୍ୟାସ କରି ଗୋଟିଏ ଓଲି ପିଆଜକୁ ଚୋବାଇ ଖାଇବା ଦ୍ୱାରା ଥଣ୍ଡା ଶର୍ଦ୍ଧି ଦୂର ହୋଇଥାଏ ଓ ଶ୍ୱାସରୁ ଆରୋଗ୍ୟ ମିଳେ  । 
    - ଦେହରେ ଚମ ଉକୁଣୀ ହେଲେ ପ୍ରତ୍ୟହ ପିଆଜ ରସ ସହିତ ଭଲ କର୍ପୂର ମିଶାଇ ଦେହରେ ମାଲିସ କଲେ କିଛି ଦିନରେ ଚମ ଉକୁଣୀ ମରିଯାଆନ୍ତି  । 
    - ଦାନ୍ତମାଢ଼ି ଫୁଲିଥିଲେ ଗୋଟିଏ ବଡ଼ ଓଲି ପିଆଜକୁ ଅଧା ଛେଚି ଫୁଲା ସ୍ଥାନରେ କିଛି ସମୟ ଚାପି ରଖି ପରେ ପାଟି ଖୋଲି ଲାଳତକ ବାହାର କରିଦେଲେ ଦାନ୍ତମାଢ଼ି ଫୁଲା କମିଯାଏ ଓ କଷ୍ଟ ଦୂର ହୋଇଥାଏ  । 
    - ଶ୍ୱାସ ରୋଗ ଥିଲେ ଅଦା, ପିଆଜ ଓ କାଗେଜି ଲେମ୍ବୁ ରସ ସମାନ ଭାଗରେ ନେଇ ଅର୍ଦ୍ଧରାତ୍ରରେ ମିଶ୍ରିତ କରି ମହୁ ମିଶାଇ ଚାଟିଲେ ଶ୍ୱାସ ଦୂର ହୋଇଯାଏ  । ଏହା ଲାଗେ ଲାଗେ ୧୦/୧୫ ଦିନ କରିବା ଦରକାର  ।

    Read more

    ଫ୍ରିଜରେ କଟା ପିଆଜ ରଖୁଛନ୍ତି କି ! ସାବଧାନ

    ପିଆଜ ଖାଇବା ଦ୍ୱାରା ଆମର ବହୁ ଉପକାର ହୋଇଥାଏ। ପିଆଜକୁ ନିୟମିତ ତରକାରୀ ହେଉ ଅଥବା ବିଭିନ୍ନ ଖାଦ୍ୟ ସାମଗ୍ରୀରେ ବ୍ୟବହାର କରାଯାଇଥାଏ। ତରକାରୀ ଠାରୁ ଆରମ୍ଭ କରି ସାଲାଡ଼ ପର୍ୟ୍ୟନ୍ତ ପିଆଜ ସବୁଥିରେ ଆବଶ୍ୟକ ଅଟେ। କିନ୍ତୁ ବେଳେ ବେଳେ କଟା ପିଆଜ ଏବଂ ପିଆଜକୁ ବହୁ ଲୋକେ ...

    Read more

    ବେଆଇନ ପିଆଜ ମହଜୁଦକାରୀଙ୍କ ବାତିଲ ହେବ ଲାଇସେନ୍ସ

    ଭୁବନେଶ୍ୱର :  ପିଆଜ ଦରବୃଦ୍ଧି ରୋକିବାକୁ କେନ୍ଦ୍ରସରକାରଙ୍କ ନୂଆ ଗାଇଡ୍ ଲାଇନ ପରେ ରାଜ୍ୟସରକାର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି  । ଧାର୍ଯ୍ୟ କୋଟାଠାରୁ ଅଧିକ ପିଆଜ ରଖିଲେ ଲାଇସେନ୍ସ ରଦ୍ଧ କରାଯିବାକୁ ସରକାର ନିଦେ୍ର୍ଧଶ ଦେଇଛନ୍ତି  । ଏଥିପାଇଁ ଖାଦ୍ୟ, ...

    Read more

    ଆମଦାନୀ ହେଲା ୨୪୦୦ ଟନ ପିଆଜ

    ନୂଆଦିଲ୍ଲୀ: ପିଆଜର ଅହେତୁକ ଦର ବୃଦ୍ଧି ନେଇ କେନ୍ଦ୍ର ସରକାର ଉଦ୍ବେଗ ପ୍ରକାଶ କରିଛନ୍ତି । ଦେଶରେ ପିଆଜର ସେତେଟା ଅଭାବ ନଥିବା ବେଳେ ଅଯଥାରେ ଦର ବୃଦ୍ଧି ପାଉଥିବାରୁ କେନ୍ଦ୍ର ଉପଭୋକ୍ତା ବ୍ୟାପାର ବିଭାଗ ପକ୍ଷରୁ ପରିସ୍ଥିତି ଉପରେ ତୀକ୍ଷ୍ନ ନଜର ରଖାଯାଇଛି । ...

    Maximum 500 characters

    ସ୍ୱାସ୍ଥ୍ୟବିଜ୍ଞାନ View all

    Find Us on Facebook