Jun 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ୨ଜି ଦୁର୍ନୀତି : ସମସ୍ତେ ନିଦେ୍ର୍ଧାଷରେ ଖଲାସ

    Share on :
    Date: Dec 21, 2017    Views: 545

    ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ୨ଜି ଦୁର୍ନୀତିର ରାୟ ପ୍ରକାଶ ପାଇଛି  । ତେବେ ଯେଉଁ ଦୁର୍ନୀତିକୁ ନେଇ ସାରା ଦେଶରେ ହାଲାବୋଲ ହୋଇଥିଲା ସେହି ଦୁର୍ନୀତିର ସମସ୍ତ ଅଭିଯୁକ୍ତମାନେ ନିଦେ୍ର୍ଧାଷରେ ଖଲାସ ହୋଇଛନ୍ତି  । ପୂର୍ବତନ ଟେଲିକମ ମନ୍ତ୍ରୀ ଏ ରାଜା ଓ ଡିଏମକେ ନେତ୍ରୀ କାନିମୋଝୀଙ୍କ ସମସ୍ତେ ନିଦେ୍ର୍ଧାଷ ବୋଲି କୋର୍ଟ ରାୟ ଦେଇଛନ୍ତି  । 


    ୨ ଜି ଦୁର୍ନୀତିକୁ ନେଇ ଉପା ସରକାର ବହୁ ସମାଲୋଚନାର ଶିକାର ହୋଇଥିଲା  । ଏହି ଦୁର୍ନୀତି ପ୍ରସଙ୍ଗକୁ ମଧ୍ୟ ବିଜେପି ନିର୍ବାଚନୀ ପ୍ରସଙ୍ଗ କରିଥିଲା  । ଆଜି ଏହି ମାମଲାର ରାୟ ପ୍ରକାଶ ବେଳେ କିଛି ସମୟ ବିଳମ୍ବ ହୋଇଥିଲା  । କାହିଁକିନା ଏ ରାଜାଙ୍କର ହଜାର ହଜାର ସମର୍ଥକ ତାମିଲନାଡ଼ୁର ଆସି ଦିଲ୍ଲୀ କୋର୍ଟରେ ପହଁଚିଥିଲେ  । ଫଳରେ ସୁରକ୍ଷା ସମସ୍ୟା ସୃଷ୍ଟି ହୋଇଥିଲା  । ପୁଲିସ ପକ୍ଷରୁ କୋର୍ଟ ରୁମ୍ ଭିତରେ କଡର଼୍ନ କରାଯିବା ସହ ମେଟାଲ ଡିଟେକ୍ଟର ଖଂଜା ଯାଇଥିବା ଦେଖିବାକୁ ମିଳିଥିଲା  ।


    ଏ ରାଜା ତାଙ୍କ କ୍ଷମତାର ଅପବ୍ୟବହାର କରି ୨ ଜି ସ୍ପେକ୍ଟ୍ରମ ଆବଂଟନ କରିଥିବା ଅଭିଯୋଗ ଆସିଥିଲା  । ଫଳରେ ଭାରତ ସରକାର ୧.୭୬ ଲକ୍ଷ କୋଟି ଟଙ୍କା ହରାଇଥିଲେ ବୋଲି କୁହାଯାଉଥିଲା  । ତେବେ ଯେଉଁ ପଦ୍ଧତିରେ ସ୍ପେକ୍ଟ୍ରମ ଆବଂଟନ ହୋଇଥିଲା ତାହା ଠିକ୍ ନଥିଲା ବୋଲି ସୁପ୍ରିମକୋର୍ଟ କହିବା ସହ ସମସ୍ତ ଲାଇସେନ୍ସ ରଦ୍ଧ କରିବାକୁ ପୂର୍ବରୁ ରାୟ ଦେଇ ସାରିଥିଲେ  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook