Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଅନଲାଇନ ଟିକେଟ ବିଭ୍ରାଟ, ଷ୍ଟାଡ଼ିୟମ ନିକଟରେ ହଙ୍ଗାମା

    Share on :
    Date: Dec 20, 2017    Views: 465

    କଟକ : ଘରେ ବସି ସହଜରେ ଅନଲାଇନ୍ ଟିକେଟ କଲେ  । ଆଗତୁରା ଟଙ୍କା ବି ଦେଲେ  । ହେଲେ ସହଜରେ ମିଳିଥିବା ଏଇ ଅନଲାଇଟ୍ ଟିକେଟ ଏବେ ଦର୍ଶକଙ୍କ ପାଇଁ କାଳ ହୋଇଛି  । ଟିକେଟ୍ରେ ଦସ୍ତଖତ ଓ ସିଟ୍ ନମ୍ବର ନଥିବାରୁ ହରଡଘଣାରେ ପଡ଼ିଛନ୍ତି ଦର୍ଶକ  । ତେବେ ଏଭଳି ଦର୍ଶକଙ୍କୁ ଷ୍ଟାଡ଼ିୟମ ଭିତରକୁ ଯିବା ପାଇଁ ଅନୁମତି ମିଳିବ ବୋଲି ଓସିଏ ପକ୍ଷରୁ ଘୋଷଣା କରାଯାଇଥିଲେ  । ହେଲେ ଏବେ ଦସ୍ତଖତ କି ସିଟ୍ ନମ୍ବର ନଥିଲେ ଷ୍ଟାଡ଼ିୟମ୍ ଭିତରକୁ ଛାଡ଼ୁନି ପୁଲିସ୍  । ଫଳରେ ବାଟବାଟୀ ଷ୍ଟାଡ଼ିୟମ ନିକଟରେ ଦର୍ଶକମାନେ ହଙ୍ଗାମା କରିଛନ୍ତି  । ଗେଟ୍ ସାମ୍ନାରେ ସେମାନେ ଧାରଣା ବି ଦେଇଛନ୍ତି  । ସେପଟେ ଅନଲାଇନରେ ଟିକେଟ ବିକିଥିବା ସଂସ୍ଥାର ଅଧିକାରୀଙ୍କୁ ଧରି ଚଲେଇ ଚଲେଇ ନେବା ଭଳି ଅଭାବନୀୟ ଦୃଶ୍ୟ ବି ଦେଖିବାକୁ ମିଳିଛି  । ଏଭଳି ଏକ ଅପ୍ରୀତିକର ସ୍ଥିତି ଏବେ ପୁଲିସ ପ୍ରଶାସନ ଏବଂ ଓସିଏର ଚିନ୍ତା ବଢାଇଦେଇଛି  ।

    Maximum 500 characters

    ଖେଳ ଖବର View all

    Find Us on Facebook