Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଭୁଲ କରିନି, କ୍ଷମା ମାଗିବିନି : ଦାମ

    Share on :
    Date: Dec 20, 2017    Views: 1569

    ଭୁବନେଶ୍ୱର : “ବ୍ରାହ୍ମଣମାନେ ଭିକ ମାଗନ୍ତି’ ବୋଲି ଦାମଙ୍କ ମନ୍ତବ୍ୟକୁ ନେଇ ଗତକାଲି ଠାରୁ ନେଇ ଆଜି ଦିନ ତମାମ ଘମାସନ ଚର୍ଚ୍ଚା ଚାଲିଛି  । ଗଣମାଧ୍ୟମରୁ ନେଇ ସାମାଜିକ ଗଣମାଧ୍ୟମ ପର୍ଯ୍ୟନ୍ତ ସମସ୍ତେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି  । ଏପରିକି ଦାମ କ୍ଷମା ମାଗନ୍ତୁ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇବା ପରେ ମୁହଁ ଖୋଲିଛନ୍ତି ଡାକ୍ତର ରାଉତ  ।


    ଏହି ପ୍ରସଙ୍ଗ ନେଇ କ୍ଷମା ମାଗିବେ କି ? ବୋଲି ପ୍ରଶ୍ନର ଉତରରେ  ଡାକ୍ତର ରାଉତ କହିଲେଯେ, ସେ କିଛି ଭୁଲ୍ କରିନାହାନ୍ତି  । ବ୍ରାହ୍ମଣମାନେ ପୂଜାର୍ଚ୍ଚନା କରନ୍ତି  । ସେମାନଙ୍କୁ ଆମେ ବହୁତ ସମ୍ମାନ ଦେଇଥାଉ  । ଧର୍ମ ଆଶାରେ ଆମେ ବ୍ରାହ୍ମଣମାନଙ୍କୁ ଦାନ ଦେଇଥାଉ  । ପୁରୀ ବ୍ରାହ୍ମଣମାନେ ଭିକ୍ଷା ନିଅନ୍ତିନି ଆଉ କ’ଣ ଟିକସ ନିଅନ୍ତି କି ବୋଲି ଦାମ କହିଛନ୍ତି  । ଆଦିବାସୀଙ୍କୁ ଉପଲକ୍ଷ୍ୟ କରି ସେ ଏକଥା କହିଥିଲେ  । ପେଟ ପୋଡ଼ିଗଲେ ବି ଆଦିବାସୀ ଭିକ ମାଗନ୍ତି ନାହିଁ ବୋଲି କହିଥିଲି  । କିଛି ଲୋକ ରାଜନୈତିକ ଉଦେ୍ଧଶ୍ୟରେ ଏଭଳି ଚର୍ଚ୍ଚା କରୁଛନ୍ତି ବୋଲି ଦାମ କହିଛନ୍ତି  ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook