Jan 16, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶଖବର

ମୁଖ୍ୟ ଖବର

    ସଂସଦରେ ମହାନଦୀ ତାତି

    Date: Dec 20, 2017    Views: 190

    ଭୁବନେଶ୍ୱର : ସଂସଦରେ ଦେଖିବାକୁ ମିଳିଛି ମହାନଦୀ ତାତି  । ଲୋକସଭା ଓ ରାଜ୍ୟସଭାରେ ଏନେଇ ବିଜୁ ଜନତା ଦଳ ପକ୍ଷରୁ ମୁଲତବୀ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ତାହାକୁ ସରକାର ଗ୍ରହଣ କରିନଥିଲେ  । ଉଭୟ ସଦନରେ ସାଂସଦମାନେ ପ୍ରବଳ ହଟ୍ଟଗୋଳ କରିବାରୁ ଲୋକସଭା ଓ ରାଜ୍ୟସଭାକୁ ୧୨ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଥିଲା  ।
    ପରେ ବିଜେଡ଼ି ସାଂସଦମାନେ ସଂସଦ ପରିସରରେ ଥିବା ମହାତ୍ମାଗାନ୍ଧୀ ପ୍ରତିମୂର୍ତି ତଳେ ବିକ୍ଷୋଭ କରିଥିଲେ  । ବିଜେଡ଼ି ସାଂସଦ ଭର୍ତୃହରି ମହତାବ, ପ୍ରସନ୍ନ ପାଟ୍ଟଶାଣୀ, ପ୍ରସନ୍ନ ଆଚାର୍ଯ୍ୟ, ତଥାଗତ ଶତପଥୀ, ପ୍ରତାପ ଦେବ, ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ଝିନ ହିକକା, ଭାସ୍କର ରାଓ, ସରୋଜିନୀ ହେମ୍ବ୍ରମ, କଳିକେଶ ସିଂହଦେଓ, ଦିଲ୍ଲୀପ ତିର୍କୀ ପ୍ରମୁଖ ପ୍ଲାକାଡର଼୍ ଧରି ପ୍ରତିବାଦ କରିଥିଲେ  ।

    Maximum 500 characters

    ଦେଶଖବର View all

    Find Us on Facebook