Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଦିବ୍ୟାଙ୍ଗକୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ

    Share on :
    Date: Dec 19, 2017    Views: 250

    ଭୁବନେଶ୍ୱର : କାମନା ପିପାସାରେ ଜର୍ଜରିତ ରାକ୍ଷାସମାନେ ଶେଷକୁ ଦିବ୍ୟାଙ୍ଗକୁ ବି ଛାଡ଼ିଲେନି  । ରାତିରେ ଘରେ ପଶି ଦିବ୍ୟାଙ୍ଗକୁ ଦୁଷ୍କର୍ମ କରିଛନ୍ତି  । ତଥାପି ମନ ବୁଝିଲାନି  । ପ୍ରମାଣ ନଷ୍ଟ କରିବା ପାଇଁ ଗଳାକାଟି ହତ୍ୟା ଉଦ୍ୟମ ବି କରିଛନ୍ତି  । ଏଭଳି ଅମାନବୀୟ ଘଟଣା ବ୍ରହ୍ମପୁର ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଛି  ।
    ଜରଡ଼ା ଥାନା ପୁହୁଣ୍ଡି ଗାଁରେ ଏମିତି ଅଭାବନୀୟ ଘଟଣା ଘଟିଛି  । ମିଳିଥିବା ସୂଚନା ଅନୁସାରେ ଦୃଷ୍ଟିହୀନ ଝିଅଟି ଗତକାଲି ରାତିରେ ନିଜ ମା’ଙ୍କ ନିକଟରେ ଶୋଇଥିଲା  । ସକାଳୁ ସକାଳୁ ଝିଅକୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା  । ତାଙ୍କ ଗଳାରୁ ଧାର ଧାର ହୋଇ ରକ୍ତ ନିଗୁଡ଼ିଥିଲା  । ମା’ଙ୍କ ନିକଟରେ ତାଙ୍କୁ କେହି ଉଠାଇ ନେଇ ପ୍ରଥମେ ଦୁଷ୍କର୍ମ କରି ପରେ ଗଳାକାଟି ହତ୍ୟା ଉଦ୍ୟମ କରିଥିବା କୁହାଯାଉଛି  । ଏନେଇ ପରିବାର ପକ୍ଷରୁ ଥାନାରେ ମାମଲା ରୁଜୁ କରାଯାଇନଥିଲେ ହେଁ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି  ।

    Maximum 500 characters

    ଆଂଚଳିକ View all

    Find Us on Facebook