Jan 16, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶଖବର

ମୁଖ୍ୟ ଖବର

    ଗୁଜରାଟ ଓ ହିମାଚଳରେ ବିଜେପି

    Date: Dec 18, 2017    Views: 118

    ଭୁବନେଶ୍ୱର : ବହୁ ପ୍ରତୀକ୍ଷିତ ଗୁଜୁରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି  । ଉଭୟ ରାଜ୍ୟରେ ବିଜେପି ବାଜିମାତ୍ କରିଥିବାବେଳେ କଂଗ୍ରେସକୁ ପୁଣି ନିରାଶ ହେବାକୁ ପଡ଼ିଛି  । ତେବେ ମୋଦି ଓ ଶାହାଙ୍କ ଗଡ଼ ଗୁଜୁରାଟରେ କଂଗ୍ରେସ ତା’ର ଦମ୍ ଦେଖାଇବାରେ ସମର୍ଥ ହୋଇଛି  । ଗୁଜୁରାଟରେ ବିଜେପି ମିଶନ ୧୫୦ ନେଇ ନିର୍ବାଚନ ପ୍ରଚାର କରିଥିବାବେଳେ ଦଳ ୧୦୦ ଅଙ୍କ ଛୁଇଁବାରେ ବିଫଳ ହୋଇଛି  । ଗୁଜୁରାଟରେ ସରକାର ଗଢ଼ିବା ପାଇଁ ୯୨ ଆସନ ଆବଶ୍ୟକ ଥିବାବେଳେ ବିଜେପିକୁ ୯୯ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି  । ଅପରପକ୍ଷରେ କଂଗ୍ରେସ ଏକାକୀ ୭୭ ଆସନ ଜିଣିପାରିଛି  । ୨୦୧୨ ତୁଳନାରେ ବିଜେପି କମ୍ ଆସନ ପାଇଥିବାବେଳେ କଂଗ୍ରେସ ତାହାର ସ୍ଥିତି ପୂର୍ବାପେକ୍ଷା ମଜବୁତ୍ କରିପାରିଛି  । ସେହିପରି ଏନସିପିକୁ ଗୋଟିଏ, ଭାରତୀୟ ଟ୍ରାଇବାଲ ପାର୍ଟିକୁ ୨ଟି ଓ ସ୍ୱାଧୀନ ପ୍ରାର୍ଥୀ ଭାବେ ୩ ଜଣ ବିଜୟୀ ହୋଇପାରିଛନ୍ତି  ।


    ଅପରପକ୍ଷରେ ହିମାଚଳ ପ୍ରଦେଶରେ ରାଜନୀତି ପୂର୍ବଭଳି କଡ଼ ଲେଉଟାଇଛି  । ହିମାଚଳ ପ୍ରଦେଶର ୬୮ ଆସନ ମଧ୍ୟରୁ ୪୪ ଆସନ ଜିଣି ବିଜେପି ସରକାର ଗଢ଼ିବାକୁ ଯାଉଥିବାବେଳେ ଶାସକ କଂଗ୍ରେସକୁ ୨୧ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି  । ସେହିପରି ସ୍ୱାଧୀନ ଭାବେ ୨ ଜଣ ବିଜୟୀ ହୋଇଥିବାବେଳେ ସିପିଆଇ ଗୋଟିଏ ଆସନରେ ଜିଣିଛି  ।

    Maximum 500 characters

    ଦେଶଖବର View all

    Find Us on Facebook