Jul 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ବେସରକାରୀ ସ୍କୁଲରେ ପଢ଼ୁଛନ୍ତି ରାଜ୍ୟର ୧୭% ପିଲା, ଆଗରେ ଖୋର୍ଦ୍ଧା (୪୩%), ଝାରସୁଗୁଡ଼ା (୩୨%) ଓ କଟକ (୩୧%)

    Share on :
    Date: Dec 15, 2017    Views: 356

    ଅ ଆ ନୁହେଁ ଏବିସିଡ଼ି, ଏକ ଦୁଇ ନୁହେଁ ୱାନ ଟୁ
    ସରକାରୀ ସ୍କୁଲରୁ ମୁହଁ ଫେରାଉଛନ୍ତି ଅଭିଭାବକ


    ଭୁବନେଶ୍ୱର : ଅ,ଆ କି ୧,୨,୩,୪ ନୁହେଁ ଏବେ ପିଲାଙ୍କ ମୁହଁରେ ଶୁଭୁଛି ଏବିସିଡ଼ି ଅବା ୱାନ ଟୁ ଥ୍ରୀ ଫୋର  । ୮ ବର୍ଷ ତଳେ ବାପାମା’ ପୁଅଝିଅକୁ ନେଇ ସରକାରୀ ସ୍କୁଲକୁ ଯାଉଥିବାବେଳେ ଏବେ କିନ୍ତୁ ଅଭିଭାବକମାନେ ସେମାନଙ୍କ ବାଟ ବଦଳାଇ ଦେଇଛନ୍ତି  । ସରକାରୀ ସ୍କୁଲ ବଦଳରେ ସେମାନେ ବେସରକାରୀ ସ୍କୁଲ ମୁହାଁ ହୋଇଛନ୍ତି  । ୨୦୦୯-୧୦ରେ ରାଜ୍ୟର ୮.୨୯% ପିଲା ବେସରକାରୀ ସ୍କୁଲ୍ରେ ନାମ ଲେଖାଉଥିବାବେଳେ ୨୦୧୬-୧୭ରେ ତାହା ୧୬.୭୭%କୁ ବୃଦ୍ଧି ପାଇଛି  । ତେବେ ଖାଲି ଇଂରାଜୀ ମାଧ୍ୟମ ବେସରକାରୀ ସ୍କୁଲ୍ ନୁହେଁ ସରସ୍ୱତୀ ଶିଶୁ ମନ୍ଦିର ଭଳି ଓଡ଼ିଆ ମାଧ୍ୟମ ବିଦ୍ୟାଳୟଗୁଡ଼ିକର ଚାହିଦା ବି ବୃଦ୍ଧି ପାଇବାରେ ଲାଗିଛି  । ଏଥିପାଇଁ ବହୁ କାରକକୁ ଦାୟୀ କରାଯାଇପାରିବ  । ଗୋଟିଏ ପଟେ ବିପର୍ଯ୍ୟସ୍ତ ସରକାରୀ ଶିକ୍ଷା ଓ ଶିକ୍ଷକ ଅଭାବରୁ ଅଭିଭାବକମାନେ ସରକାରୀ ସ୍କୁଲକୁ ମୁହଁ ମୋଡ଼ି ଦେଇଥିବାବେଳେ ଅପରପକ୍ଷରେ ସହରାଂଚଳର ବିକାଶ, ଶିଳ୍ପାୟନ ଓ ସାଧାରଣ ଲୋକଙ୍କ ଆର୍ଥିକ ମାନଦଣ୍ଡରେ ଅଭିବୃଦ୍ଧି ମଧ୍ୟ ବେସରକାରୀ ସ୍କୁଲ ପ୍ରତି ଅଭିଭାବକମାନଙ୍କୁ ଆକôୃଷ୍ଟ କରୁଥିବା ଦେଖିବାକୁ ମିଳିଛି  । ଏକ୍ଷେତ୍ରରେ ସର୍ବାଗ୍ରେ ଖୋର୍ଦ୍ଧା ରହିଛି  । ଖୋର୍ଦ୍ଧା ଜିଲ୍ଲାର ୪୩.୩୨% ପିଲା ବେସରକାରୀ ସ୍କୁଲ୍ରେ ପଢ଼ୁଥିବାବେଳେ ଝାରସୁଗୁଡ଼ାର ୩୨.୦୪% ଓ କଟକର ୩୧.୪୦% ପିଲା ବେସରକାରୀ ସ୍କୁଲ୍ରେ ପଢ଼ୁଥିବା ଲକ୍ଷ୍ୟ କରାଯାଉଛି  । ତେବେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକରେ ଏହି ହାର ସ୍ୱାଭାବିକ ଭାବେ କମ୍ ରହିଛି  ।


    ୨୦୦୯-୧୦ରେ ରାଜ୍ୟର ସ୍କୁଲମାନଙ୍କରେ ମୋଟ୍ ୬୬୨୧୭୪୧ ଜଣ ନାମ ଲେଖାଇଥିବାବେଳେ ବେସରକାରୀ ସ୍କୁଲ୍ରେ ଏହି ସଂଖ୍ୟା ଥିଲା ୫୪୯୧୬୧  । ଅର୍ଥାତ୍ ରାଜ୍ୟର ମୋଟ୍ ଛାତ୍ରଛାତ୍ରୀଙ୍କ ତୁଳନାରେ ବେସରକାରୀ ସ୍କୁଲ୍ରେ ୮.୨୯% ପିଲା ନାମ ଲେଖାଇଥିଲେ  । ୨୦୧୦-୧୧ରେ ବେସରକାରୀ ସ୍କୁଲ୍ରେ ନାମ ଲେଖାଇଥିବା ପିଲାଙ୍କ ହାର ୯.୫୪%କୁ ବୃଦ୍ଧି ପାଇଥିବାବେଳେ ୨୦୧୧-୧୨ରେ ତାହା ୧୦.୬୯%କୁ ବୃଦ୍ଧି ପାଇଥିଲା  । ଯେତେବେଳେକି ୨୦୧୨-୧୩ରେ ଏହି ହାର ୧୦.୭୨% ରହିଥିବାବେଳେ ୨୦୧୩-୧୪ରେ ୧୨.୦୪%, ୨୦୧୪-୧୫ରେ ୧୩.୫୯%, ୨୦୧୫-୧୬ରେ ଏହି ହାର ୧୫.୬୮%କୁ ବୃଦ୍ଧି ପାଇଥିଲା  ।


    ୨୦୧୬-୧୭ ଶିକ୍ଷା ବର୍ଷରେ ରାଜ୍ୟର ବିଭିନ୍ନ ସ୍କୁଲମାନଙ୍କରେ ୬୧୯୮୦୨୫ ପିଲା ନାମ ଲେଖାଇଥିଲେ  । ସେଥିମଧ୍ୟରୁ ୧୦୩୯୧୨୦ ପିଲା ବେସରକାରୀ ସ୍କୁଲରେ ନାମ ଲେଖାଇଥିଲେ  । ମୋଟ୍ ଛାତ୍ରଛାତ୍ରୀମାନଙ୍କ ତୁଳନାରେ ଏମାନଙ୍କ ହାର ୧୬.୭୭% ରହିଛି  । ଅର୍ଥାତ ୨୦୦୯-୧୦ ତୁଳନାରେ ଏହି ହାର ଦ୍ୱିଗୁଣିତ ହୋଇଛି  । ୮ ବର୍ଷ ମଧ୍ୟରେ ବେସରକାରୀ ସ୍କୁଲର ଶକ୍ତି ଦିଗୁଣା ବୃଦ୍ଧି ପାଇଥିବାବେଳେ ଏହା ରାଜ୍ୟର ସରକାରୀ ଶିକ୍ଷା ବ୍ୟବସ୍ଥା ପ୍ରତି ସ୍ୱତଃ ଅଙ୍ଗୁଳି ନିଦେ୍ର୍ଧଶ କରୁଛି  ।


    ତଥ୍ୟ ଅନୁଯାୟୀ ଅନୁଗୁଳର ୨୨.୩୪% ପିଲା ବେସରକାରୀ ସ୍କୁଲରେ ନାମ ଲେଖାଉଥିବାବେଳେ ବାଲେଶ୍ୱରରେ ୧୨.୮୩%, ବରଗଡ଼ରେ ୧୫.୪୬%, ଭଦ୍ରକରେ ୧୩.୨୧% ପିଲା ବେସରକାରୀ ସ୍କୁଲରେ ପଢ଼ୁଛନ୍ତି  । ସେହିପରି ବଲାଙ୍ଗୀରରେ ୧୦.୩୨%, ବୌଦ୍ଧରେ ୭.୭୯% ପିଲା ବେସରକାରୀ ସ୍କୁଲକୁ ପସନ୍ଦ କରିଛନ୍ତି  । ଅପରପକ୍ଷରେ କଟକର ୩୧.୪୦%, ଦେବଗଡ଼ରେ ୧୦.୪୯%, ଢେଙ୍କାନାଳର ୧୫.୮୬%, ଗଜପତିରେ ୧୦.୬୧%, ଗଂଜାମରେ ୧୮.୪୪%, ଜଗତସିଂହପୁରରେ ୨୯.୫୫% ଓ ଯାଜପୁରରେ ୧୬.୮୭% ପିଲା ବେସରକାରୀ ସ୍କୁଲ୍ରେ ପଢ଼ୁଛନ୍ତି  । ଏତଦବ୍ୟତୀତ ଝାରସୁଗୁଡ଼ାରେ ୩୨.୦୪%, କେନ୍ଦ୍ରାପଡ଼ାରେ ୧୫.୪୯%, କେନ୍ଦୁଝରରେ ୧୫.୭୨% ଓ ଖୋର୍ଦ୍ଧାରେ ୪୩.୩୨% ପିଲାମାନେ ବେସରକାରୀ ସ୍କୁଲରେ ନାମଲେଖାଇଥିବା ଦେଖିବାକୁ ମିଳିଥିଲା  । ନୟାଗଡ଼ରେ ୧୪.୫୯%, ପୁରୀରେ ୨୦.୧୫%, ରାୟଗଡ଼ାରେ ୧୦.୦୪%, ସମ୍ବଲପୁରରେ ୨୪.୭୩%, ସୋନପୁରରେ ୧୪.୪୩% ଓ ସୁନ୍ଦରଗଡ଼ରେ ୨୩.୫୭% ପିଲା ବେସରକାରୀ ସ୍କୁଲରେ ନାମ ଲେଖାଇଛନ୍ତି  ।
    ତେବେ ଆଦିବାସୀ ଅଧ୍ୟୁଷିତ ଓ ଅବିକଶିତ ଅଂଚଳରେ ସରକାରୀ ସ୍କୁଲରେ ଅଧିକ ପିଲା ନାମ ଲେଖାଇଥିବାବେଳେ ବେସରକାରୀ ସ୍କୁଲ୍ରେ ଏହି ହାର ଅନ୍ୟ ଜିଲ୍ଲାଗୁଡ଼ିକ ତୁଳନାରେ କମ୍ ରହିଛି  । ତେବେ ୮ ବର୍ଷର ତଥ୍ୟ ସହ ଅନୁଶୀଳନ କଲେ ସେହି ଅଂଚଳମାନଙ୍କରେ ବି ବେସରକାରୀ ସ୍କୁଲର ଚାହିଦା ବଢ଼ିବାରେ ଲାଗିଛି  । କଳାହାଣ୍ଡିରେ ୯.୯୧%, କନ୍ଧମାଳରେ ୬.୨୧%, କୋରାପୁଟରେ ୯.୮୫%, ମାଲକାନାଗିରି ୫.୫୭%, ମୟୂରଭଂଜରେ ୯.୧୬%, ନବରଙ୍ଗପୁରରେ ୪.୨୦% ଓ ନୂଆପଡ଼ାରେ ୮.୭୭% ପିଲା ବେସରକାରୀ ସ୍କୁଲ୍ରେ ନାମ ଲେଖାଇଛନ୍ତି  ।

     

    Maximum 500 characters

    ବିଶେଷ View all

    Find Us on Facebook