Jun 20, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଦଶବର୍ଷ ମଧ୍ୟରେ ବନ୍ଦ ହୋଇଛି ୧୦୩୬, ଖୋଲିଛି ୧୪୨୪୨ ସ୍କୁଲ୍

    Share on :
    Date: Dec 15, 2017    Views: 238

    ଭୁବନେଶ୍ୱର : ୨୦୦୭ରୁ ୨୦୧୭ ମଧ୍ୟରେ ରାଜ୍ୟରେ ୧୦୩୬ ବିଦ୍ୟାଳୟ ବନ୍ଦ ହୋଇଥିବାବେଳେ ୧୪୨୪୨ ସ୍କୁଲ୍ ନୂତନ ଭାବେ ଖୋଲାଯାଇଛି  । ୨୦୦୭ରୁ ଏଯାବତ୍ ୯୯୭ ସରକାରୀ ପ୍ରାଥମିକ ବିଦ୍ୟାଳୟ, ୩୪ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗୋଟିଏ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ୪ ବେସରକାରୀ ଉଚ୍ଚ ବିଦ୍ୟାଳୟ ବନ୍ଦ ହୋଇଛି  । ଯେତେବେଳେକି ୭୩୬୩ ନୂତନ ପ୍ରାଥମିକ ବିଦ୍ୟାଳୟ, ୫୫୮୩ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ୧୨୯୬ ଉଚ୍ଚ ବିଦ୍ୟାଳୟ ଖୋଲଯାଇଛି  ।


    ତଥ୍ୟ ଅନୁଯାୟୀ, ଅନୁଗୁଳ ଜିଲ୍ଲାର ୧୫, ବାଲେଶ୍ୱରର ୨, ବରଗଡ଼ର ୩୪, ଭଦ୍ରକର ୯, ବଲାଙ୍ଗୀରର ୨୬, ବୌଦ୍ଧର ୨୧, କଟକର ୪୦, ଦେବଗଡ଼ର ୧୨, ଢେଙ୍କାନାଳର ୧୬, ଗଜପତିର ୬୬, ଗଂଜାମର ୮୫, ଜଗତସିଂହପୁରର ୯, ଯାଜପୁରର ୧, ଝାରସୁଗୁଡ଼ାର ୨୮, କଳାହାଣ୍ଡିର ୧୪, କନ୍ଧମାଳର ୧୨୯, କେନ୍ଦ୍ରାପଡ଼ାର ୨୦, କେନ୍ଦୁଝରର ୧୪, ଖୋର୍ଦ୍ଧାର ୪୨, କୋରାପୁଟର ୪୯, ମାଲକାନାଗିରିର ୧୪, ମୟୂରଭଂଜର ୨୨, ନବରଙ୍ଗପୁରର ୪, ନୟାଗଡ଼ର ୨୩, ନୂଆପଡ଼ାର ୩୮, ପୁରୀର ୨୭, ରାୟଗଡ଼ାର ୧୩୭, ସମ୍ବଲପୁରର ୩୫, ସୋନପୁରର ୨୯, ସୁନ୍ଦରଗଡ଼ର ୭୦ଟି ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟ ବନ୍ଦ ହୋଇଛି  । 


    ଅପରପକ୍ଷରେ ସର୍ବଶିକ୍ଷା ଅଭିଯାନରେ ଅନୁଗୁଳ ଜିଲ୍ଲାର ୨୭୮, ବାଲେଶ୍ୱରର ୩୬୬, ବରଗଡ଼ର ୨୩୯, ଭଦ୍ରକର ୪୨୬, ବଲାଙ୍ଗୀରର ୪୭୪, ବୌଦ୍ଧର ୨୦୦, କଟକର ୧୬୧, ଦେବଗଡ଼ର ୧୫୮, ଢେଙ୍କାନାଳର ୨୬୦, ଗଜପତିର ୫୮୬, ଗଂଜାମର ୫୦୧, ଜଗତସିଂହପୁରର ୨୦୦, ଯାଜପୁରର ୫୨୦, ଝାରସୁଗୁଡ଼ାର ୮୦, କଳାହାଣ୍ଡିର ୬୭୩, କନ୍ଧମାଳର ୭୩୫, କେନ୍ଦ୍ରାପଡ଼ାର ୨୩୪, କେନ୍ଦୁଝରର ୬୩୮, ଖୋର୍ଦ୍ଧାର ୧୨୬, କୋରାପୁଟର ୧୦୨୪, ମାଲକାନାଗିରିର ୪୩୭, ମୟୂରଭଂଜର ୧୨୦୬, ନବରଙ୍ଗପୁରର ୬୨୮, ନୟାଗଡ଼ର ୨୧୨, ନୂଆପଡ଼ାର ୩୧୫, ପୁରୀର ୨୭୪, ରାୟଗଡ଼ାର ୯୮୯, ସମ୍ବଲପୁରର ୨୧୪, ସୋନପୁରର ୧୨୮, ସୁନ୍ଦରଗଡ଼ର ୬୬୪ଟି ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଖୋଲ ହୋଇଛି  ।

    Maximum 500 characters

    ବିଶେଷ View all

    Find Us on Facebook