Jun 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଗୃହରେ ବିରୋଧୀ ଦଳ ନେତା ଓ ରଣେନ୍ଦ୍ର ପ୍ରତାପ ମୁହାଁମୁହିଁ

    Share on :
    Date: Dec 13, 2017    Views: 1328

    ଭୁବନେଶ୍ୱର : ବିଧାନସଭାରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁହାଁମୁହିଁ ହୋଇଛନ୍ତି । ବିଧାନସଭାରେ ବେଶ୍ କିଛି ସମୟ ଧରି ଉଭୟଙ୍କ ମଧ୍ୟରେ କଥା କଟାକଟି ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା  ।


    ମୁଲତବୀ ପରେ ୧୨ଟାରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା  । ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଲେଯେ, ଧାନ କିଣାରେ ହୋଇଥିବା ବ୍ୟାପକ ଅବ୍ୟବସ୍ଥା, ଏଫଏକୁ୍ୟ ଧାନ କିଣା ଆଳରେ ଚାଷୀଙ୍କ ଧାନ କଟାଯିବା ନେଇ ସେ ମନ୍ତ୍ରୀଙ୍କ ବିବୃତି ଦାବି କରିଥିଲେ  । ହେଲେ ଏଯାଏଁ ମନ୍ତ୍ରୀ ଏନେଇ ବିବୃତି ରଖିନାହାନ୍ତି  । ଏହି ପ୍ରସଙ୍ଗଟି ସାରା ରାଜ୍ୟର ଚାଷୀଙ୍କ ସ୍ୱାର୍ଥ ସହ ଜଡ଼ିତ  । ତେଣୁ ବିବୃତି ଦେବା ପାଇଁ ମନ୍ତ୍ରୀଙ୍କୁ ନିଦେ୍ର୍ଧଶ ଦିଅନ୍ତୁ ବୋଲି ନରସିଂହ ଦାବି କରିଥିଲେ  ।


    ଏହି ଅବସରରେ ଶାସକ ଦଳ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିରୋଧୀ ଦଳଙ୍କୁ ଟାର୍ଗେଟ୍ କରିଥିଲେ  । ସେ କହିଥିଲେଯେ, ଚାଷୀଙ୍କ ପାଇଁ ବିରୋଧୀ ଦଳ ଦରଦ ଦେଖାଇ ହେଉଛନ୍ତି  । ହେଲେ ଆଜି ବିରୋଧୀ ଦଳର ଉପନେତା ଚିରଂଜୀବୀ ବିଶ୍ୱାଳ କୃଷକମାନଙ୍କ ହିତ ଦୃଷ୍ଟିରୁ ଏକ ପ୍ରଶ୍ନ କରିଥିଲେ  । ଏନେଇ ଆଲୋଚନା ହୋଇଥିଲେ ସାରା ରାଜ୍ୟର ଚାଷୀକୂଳଙ୍କୁ ବାର୍ତା ଯାଇଥା’ନ୍ତା  । ସରକାର ସେମାନଙ୍କ ପାଇଁ କ’ଣ କରିଛନ୍ତି ତାହା ଜଣାପଡ଼ିଥା’ନ୍ତା  । ଏବେ ବିରୋଧୀ ଦଳ ଯେଉଁ ପ୍ରଶ୍ନ ଉଠାଉଛନ୍ତି ସେହି ପ୍ରଶ୍ନ ବି ଉଠାଇ ପାରିଥା’ନ୍ତେ  । ହେଲେ ବିରୋଧୀ ଦଳ ହଟ୍ଟଗୋଳ କରିବାରୁ ପ୍ରଶ୍ନକାଳ ସମ୍ପୂର୍ଣ୍ଣ ଧୋଇ ହୋଇଗଲା  । ପ୍ରଶ୍ନକାଳ ବନ୍ଦ ପଛରେ ବିରୋଧୀ ଦଳର କ’ଣ ମତଲବ ରହିଛି ? ଟିଭିରେ ମୁହଁ ଦେଖାଇବା ପାଇଁ କଂଗ୍ରେସ ଓ ବିଜେପି ଏଭଳି କରୁଛନ୍ତି ବୋଲି ସେ ମତ ରଖିବା ସହ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କୁ ମଧ୍ୟ ସମାଲୋଚନା କରିଥିଲେ  ।


    ଅପରପକ୍ଷରେ ବିରୋଧୀ ଦଳ ଉପସ୍ଥାପିତ କରିଥିବା ପ୍ରସଙ୍ଗରେ ମନ୍ତ୍ରୀ ବିବୃତି ଦେବେବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରକାଶ କରିବା ସହ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ  ।


    ତେବେ ତାଙ୍କ ବିଷୟରେ ବିଧାୟକ ଶ୍ରୀ ସ୍ୱାଇଁ କହିଥିବାରୁ ବିରୋଧୀ ଦଳ ନେତା କହିବାକୁ ସୁଯୋଗ ମାଗିଥିଲେ  । ବିରୋଧୀ ଦଳ ନେତା କହିଥିଲେଯେ, ସେ ଦିଦିନ ହେଲା ଏସଂକ୍ରାନ୍ତରେ ମନ୍ତ୍ରୀଙ୍କ ଠାରୁ ବିବୃତି ମାଗିଥିଲେ  । ହେଲେ ଏଯାଏଁ ମନ୍ତ୍ରୀ ଗୃହରେ ବିବୃତି ରଖିନାହାନ୍ତି  । ଆଜିର ଯେଉଁ ପ୍ରଶ୍ନ ଥିଲା ତାହା ଅଭାବୀ ଧାନ ବିକ୍ରି ସଂକ୍ରାନ୍ତୀୟ ନଥିଲା  । କୃଷିମନ୍ତ୍ରୀଙ୍କୁ ପଚାରିଥିଲେ ସେ ଏହାର ଉତର ରଖିନଥା’ନ୍ତେ  । ସରକାର ଆଲୋଚନା ପାଇଁ ପ୍ରସ୍ତୁତ ବୋଲି କହୁଛନ୍ତି  । ହେଲେ ମୁଖ୍ୟମନ୍ତ୍ରୀ ଆଜି ଯାଏଁ କେତୋଟି ପ୍ରଶ୍ନର ଉତର ଦେଇଛନ୍ତି ବୋଲି ନରସିଂହ ପ୍ରଶ୍ନ କରିଥିଲେ  । ଶାସକ ଦଳ ଅସହିଷ୍ଣୁ ହେବା ଉଚିତ ନୁହେଁ  । ସରକାରଙ୍କୁ ଜବାବ ମାଗିବାର ଅଧିକାର ବିରୋଧୀ ଦଳର ଅଛି  । ଶାସକ ଦଳର ମର୍ଜିରେ ଗୃହ ଚାଲିପାରିବ ନାହିଁ  । ଆମେ ଆଲୋଚନାରେ ସହଯୋଗ କରିବାକୁ ପ୍ରସ୍ତୁତ ଅଛୁ  । ହେଲେ ବିରୋଧୀଙ୍କ ପ୍ରତି ଏଭଳି ପ୍ରଶ୍ନ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ନରସିଂହ କହିଥିଲେ  ।


    ଏନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଲେଯେ, ଅଭାବୀ ବିକ୍ରି ନେଇ ଗୃହରେ ଆଲୋଚନା ହୋଇଛି  । ଚାଷୀ ହନ୍ତସନ୍ତ ହେଉଛନ୍ତି  । ତାରା ଏହି ପ୍ରସଙ୍ଗ ଉଠାଉଥିବାବେଳେ ଶାସକ ଦଳ ବିଧାୟକ ତାଙ୍କୁ ବିରୋଧ କରିଥିଲେ  । ତାଙ୍କୁ କୁହାଇ ଦିଆଯାଉନଥିବା ଅଭିଯୋଗ କରି ତାରା ଗୃହର ମଧ୍ୟଭାଗରେ ଆସି ଧାରଣାରେ ବସିଥିଲେ  । ତେବେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ୍ ଓ ଶାସକ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ବୁଝାସୁଝା କରି ଧାରଣାରୁ ଉଠାଇଥିଲେ  । ଧାରଣାରୁ ଉଠି ତାରା କହିଥିଲେଯେ, ଚାଷୀଙ୍କ ଠାରୁ ମଣ୍ଡିରେ ଧାନ କଟାଯାଉଛି  । ସେପଟେ ଖାଇବା ପାଇଁ ବି ୩ କୁଇଂଟାଲ ଧାନ କଟାଯାଉଛି  । ଏବର୍ଷ ପ୍ରାକୃତିକ ଦୁର୍ବିପାକ ଯୋଗୁଁ ଧାନ ଏଫଏକୁ୍ୟ ହୋଇପାରିବ ନାହିଁ ବୋଲି ସରକାର ଜାଣିଛନ୍ତି  । ହେଲେ ଏଫଏକୁ୍ୟ ଧାନ କିଣିବା ଆଳରେ ଧାନ କଟାଯାଉଥିବାରୁ ଚାଷୀ କ୍ଷତିଗ୍ରସ୍ତ ହେଉଛି  । ଚାଷୀଙ୍କୁ ନେଇ ରାଜନୀତି କରାନଯାଉ ବୋଲି ସେ କହିଥିଲେ  । ସେହିପରି ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଭଳି ଜଣେ ବରିଷ୍ଠ ବିଧାୟକ ବିରୋଧୀ ଦଳ ନେତାଙ୍କୁ ଯେଉଁଭଳି କହିଲେ ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ବୋଲି ତାରା କହିଥିଲେ  ।

     

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook