Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଓଡ଼ିଶାକୁ ଅଣଦେଖା କଲେ ଧ୍ୱଂସ ପାଇଯିବ : ନବ ଦାସ

    Share on :
    Date: Dec 13, 2017    Views: 994

    ଭୁବନେଶ୍ୱର : ମହାନଦୀ ଟ୍ରିବୁନାଲ ଗଠନ ସଂକ୍ରାନ୍ତୀୟ ମୋସନ୍ ଆଲୋଚନାରେ ଅଂଶଗ୍ରହଣ କରି କଂଗ୍ରେସ ବିଧାୟକ ନବକିଶୋର ଦାସ କେନ୍ଦ୍ର ଉପରେ ବର୍ଷିଥିଲେ  । ମହାନଦୀ ଟ୍ରିବୁନାଲକୁ ନେଇ କେନ୍ଦ୍ର ସରକାର ଯେଉଁ ଆଭିମୁଖ୍ୟ ପୋଷଣ କରିଛନ୍ତି ତାହା ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବର ପରିଚାୟକ  । ଏପଟେ ରାଜ୍ୟ ସରକାର ଶୋଇଥିବାବେଳେ ସେପଟେ କେନ୍ଦ୍ର ସରକାରଙ୍କ ଏଭଳି ଆଭିମୁଖ୍ୟ ଯୋଗୁଁ ଓଡ଼ିଶାବାସୀ ଓ ମହାନଦୀ କ୍ଷତିଗ୍ରସ୍ତ ହେବାକୁ ଯାଉଛି  । କେନ୍ଦ୍ର ସରକାର ସଂସଦ ଓ ସୁପ୍ରିମକୋର୍ଟରେ ଟ୍ରିବୁନାଲ ଗଠନର ଆବଶ୍ୟକତା ରହିଛି ବୋଲି ହୃଦବୋଧ କରିଥିବାବେଳେ ଏବେ ଛେପ ଢେ଼ାକିଛନ୍ତି  । ଭୋଟ ପାଇଁ କେନ୍ଦ୍ରକୁ ଛତିଶଗଡ଼ ଦେଖାଯାଉଛି  । ହକ୍ ପାଇଁ ଓଡ଼ିଶା ଲଢ଼ିବାକୁ ପ୍ରସ୍ତୁତ  । ଓଡ଼ିଶାକୁ ଅଣଦେଖା କଲେ ଧ୍ୱଂସ ପାଇଯିବ ବୋଲି ଶ୍ରୀ ଦାସ କହିଥିଲେ  ।
    ଶ୍ରୀ ଦାସ କହିଲେଯେ, ମାଟି ଠାରୁ ଦଳ ବଡ଼ ନୁହେଁ  । ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ ମଧ୍ୟ ଏଯାଏଁ ପ୍ରଧାନମନ୍ତ୍ରୀ ଉତର ନଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ  । କେନ୍ଦ୍ର ସରକାରଙ୍କ ଏଭଳି ଆଭିମୁଖ୍ୟ ପାଇଁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ କାନ ମୋଡିବାକୁ ବାଧ୍ୟ ହୋଇଛନ୍ତି  । ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ତୁତୁ ମେଁମେଁ ଚାଲିଥିବାବେଳେ ଓଡ଼ିଶାର ସ୍ୱାର୍ଥ ପାଇଁ କେନ୍ଦ୍ର ସରକାର ତୁରନ୍ତ ମହାନଦୀ ଟ୍ରିବୁନାଲ ଗଠନ କରିବାକୁ ପଦକ୍ଷେପ ନିଅନ୍ତୁ ବୋଲି ଶ୍ରୀ ଦାସ କହିଥିଲେ  ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook