Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଗୁଜୁରାଟ : ଶତାଧିକ ଇଭିଏମ ଅଚଳ

    Share on :
    Date: Dec 9, 2017    Views: 194

    ଗାନ୍ଧୀନଗର : ଆଜି ସକାଳୁ ଆରମ୍ଭ ହୋଇଛି ଗୁଜୁରାଟ ବିଧାନସଭା ନିର୍ବାଚନ । ଆଜି ୮୯ ଆସନ ବିଶିଷ୍ଟ ଆସନର ପ୍ରଥମ ପର୍ଯ୍ୟାୟ ନିର୍ବାଚନଟି ବିଜେପି ପାଇଁ ଅତୀବ ଗୁରୁତ୍ୱପୂର୍ଣ୍ଣ  । କାହିଁକିନା ଗତ ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଜେପି ଏହି ୮୯ ଆସନ ମଧ୍ୟରୁ ୬୭ ଆସନରେ ବିଜୟୀ ହୋଇଥିଲା  । ଯେତେବେଳେକି କଂଗ୍ରେସ ମାତ୍ର ୧୬ ଆସନ ପାଇଥିବାବେଳେ ଏନସିପି ଓ ଜେଡ଼ିୟୁ ଗୋଟିଏ ଲେଖାଏଁ ଆସନ ପାଇଥିଲେ  । ଅନ୍ୟ ୨ଟି ଆସନ ସ୍ୱାଧୀନ ପ୍ରାର୍ଥୀ ହାତେଇ ନେଇଥିଲେ  । ଆଜି ସକାଳୁ ସକାଳୁ ନିର୍ବାଚନ ହୋଇଥିବାବେଳେ ଅନେକ ସ୍ଥାନରେ ଇଭିଏମରେ ଥିବା ତ୍ରୁଟିବିଚୁ୍ୟତି ଯୋଗୁଁ ନିର୍ବାଚନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି  । ପ୍ରାରମ୍ଭିକ ସୂଚନା ଅନୁଯାୟୀ, ସୁରଟରେ ୭୫ଟି ଇଭିଏମ ଅଚଳ ହୋଇଥିବାବେଳେ ରାଜକୋଟରେ ୩୫ଟି ଅଚଳ ହୋଇଥିବା ଜାଣିବାକୁ ମିଳିଛି  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook