Jun 20, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ୧୮୦୪ ନା ୧୮୧୭ ? ଅଙ୍କ ତ ଛିଣ୍ଡୁନି, ହକ୍ ପାଇବା କେମିତି ?

    Share on :
    Date: Dec 9, 2017    Views: 270

    କେନ୍ଦ୍ର ଓ ରାଜ୍ୟ ସରକାର ପାଇକ ବିଦ୍ରୋହର ଦୁଇ ଶତ ବାର୍ଷିକୀ ପାଳନ କରୁଛନ୍ତି  । କୋଟି କୋଟି ଟଙ୍କା ଖର୍ଚ୍ଚ ବି ହୋଇଛି  । ଧୂମଧାମରେ ପାଳିତ ହୋଇଛି  । ବିଡ଼ମ୍ବନାର ବିଷୟ ଯାହା ବି ହେଉଛି ସବୁ ଦଳୀୟ ଆଧାରରେ  । କେନ୍ଦ୍ର ପକ୍ଷରୁ ଆୟୋଜିତ ସମାବେଶମାନଙ୍କରେ ବିଜେପି ପକ୍ଷରୁ ଗାଡ଼ି ଘୋଡ଼ା କରି ପାଇକମାନଙ୍କୁ ଅଣାଯାଉଥିବାବେଳେ ରାଜ୍ୟ ପକ୍ଷରୁ ଆୟୋଜିତ ସମାବେଶରେ ବିଜେଡ଼ି ପକ୍ଷରୁ ଗାଡ଼ି ଘୋଡ଼ାରେ ଲୋକ ଭିଡ଼ା ହେବାର ଦୃଶ୍ୟ ପାଇକମାନଙ୍କୁ କେତେ ଆହ୍ଲାଦିତ କରିଛି ଆଉ କେତେ ବ୍ୟଥିତ କରିଛି ତାହାର ହିସାବ ପରେ କରିବା  । ପାଇକ ବିଦ୍ରୋହର ଦ୍ୱିଶତ ବାର୍ଷିକୀ ପୂର୍ତି ଏବେ ଶେଷ ପର୍ଯ୍ୟାୟରେ ପହଁଚିଥିବାବେଳେ ପାଇକମାନେ କ’ଣ ପାଇଛନ୍ତି ସେ ବିଷୟରେ ସମ୍ୟକ ଦୃଷ୍ଟିପାତ କରିବାର ଆବଶ୍ୟକତା ରହିଛି  ।
    - ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପାଇକମାନଙ୍କୁ ସ୍ୱତନ୍ତ୍ର ଭତା ପ୍ରଦାନ ପାଇଁ ପଦକ୍ଷେପ ଗ୍ରହର କରିଛନ୍ତି କି ?
    - ରାଜ୍ୟର ବିଭିନ୍ନ ସ୍କୁଲ ପାଠ୍ୟକ୍ରମରେ ସିପାହୀ ବିଦ୍ରୋହ ଭଳି ପାଇକ ବିଦ୍ରୋହକୁ ଇତିହାସ ବହିରେ ସମାନ ଗୁରୁତ୍ୱ ମିଳିଛି କି ?
    - ସାରା ଭାରତ ବର୍ଷର ସରକାରୀ ପାଠ୍ୟକ୍ରମରେ ଏହି ବିଷୟ ପାଠ୍ୟପୁସ୍ତକରେ ସ୍ଥାନୀତ ହୋଇଛି କି ?
    - ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ମିଳିବ କି ନାହିଁ, ତାହା ତ ପର କଥା  । ଏଯାଏଁ ୧୮୦୪ ନା ୧୮୧୭ରେ ବିଦ୍ରୋହ ଆରମ୍ଭ ହୋଇଥିଲା ସେହି ଅଙ୍କ ଛିଣ୍ଡିଲାଣି କି ? ସୂଚନାଯୋଗ୍ୟଯେ, ଏବେ କେତେକ ଐତିହାସିକ ୧୮୦୪ର ଗୁରୁତ୍ୱ ନେଇ ସ୍ୱତନ୍ତ୍ର କମିଟି ଗଠନ କରିଛନ୍ତି  । ଇତିହାସ ବହିରେ ସତ ପ୍ରକାଶ ପାଉ, କେହି ମନା କରିବାର ନାହିଁ  । ହେଲେ ସେହି ବୁଦ୍ଧିଜୀବୀମାନେ ଏଯାଏଁ କାଇଁ ଶୋଇଥିଲେ ? ୧୮୦୪ରେ ଯଦି ବିଦ୍ରୋହ ଆରମ୍ଭ ହୋଇଥିଲା ତେବେ ୧୫ ବର୍ଷ ତଳୁ ସେମାନେ ଉଦ୍ୟମ କରିବାର ଆବଶ୍ୟକତା ଥିଲା  । ଯାହାଫଳରେ ୨୦୦୪ରେ ହିଁ ପାଇକମାନେ ନିଜର ହକ୍ ପାଇପାରିଥା’ନ୍ତେ  । ଆଉ ସବୁଠାରୁ ବଡ଼ କଥା ହେଉଛି, ସେହି ସମୟରେ ଉଭୟ ରାଜ୍ୟ ଓ କେନ୍ଦ୍ରରେ ବିଜେଡ଼ି-ବିଜେପି ସରକାର ଥିଲା  ।
    ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ମିଳିବା ଏତେ ସହଜ ନୁହେଁ  । କାହିଁକିନା ଏନେଇ ଖାଲି ରାଜ୍ୟ ସ୍ତରରେ ନୁହେଁ ଜାତୀୟସ୍ତରରେ ବି ଐତିହାସିକମାନେ ତର୍ଜମା କରିବାର ଆବଶ୍ୟକତା ରହିଛି  । ଏନେଇ ଅନେକ ତର୍କ ବିତର୍କ ହେବ  । ତେବେ ଇତିହାସର ସେଇ ଭଉଁରୀ ମଧ୍ୟରେ ଆମେ ନପଡ଼ି ଯଦି ପାଇକ ବିଦ୍ରୋହ ପ୍ରସଙ୍ଗଟିକୁ ସାରା ଭାରତର ପାଠ୍ୟକ୍ରମରେ ଯୋଡ଼ିବା ନେଇ ପଦକ୍ଷେପ ଗ୍ରହଣ କରାଯାଏ ତେବେ ପାଇକ ବିଦ୍ରୋହ ଆପେଆପେ ଇତିହାସର ପୃଷ୍ଠାରେ ତାହାର ନ୍ୟାୟୋଚିତ ହକ୍ ପାଇପାରିବ ବୋଲି ମନେ କରୁଛୁ  ।

    Maximum 500 characters

    ବିଶେଷ View all

    Find Us on Facebook