Jun 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ପୋଲାଭରମ ତାତି, ଗୃହ ଅଚଳ

    Share on :
    Date: Dec 8, 2017    Views: 216

    ଭୁବନେଶ୍ବର : ପୋଲାଭରମ ପ୍ରସଂଗ ପୁଣି ଗୃହକୁ ସରଗରମ କରିଦେଇଛି । ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ବାରା ହେଉଥିବା ପୋଲାଭରମକୁ କେନ୍ଦ୍ର ସରକାର ସବୁମତେ ସାହାଯ୍ୟ କରୁଥିବା ବେଳେ ଓଡିଶାର ସ୍ବାର୍ଥକୁ ଅଣଦେଖା କରାଯାଉଛି । ସରକାର ନୀରବଦ୍ରଷ୍ଟା ସାଜିଛନ୍ତି । ସୁପ୍ରିମକୋର୍ଟରେ ଆନ୍ଧ୍ରପ୍ରଦେଶକୁ ସୁହାଇବା ଭଳି ସତ୍ୟପାଠ ଦାଖଲ କରି କେନ୍ଦ୍ର ସରକାର ଓଡିଶା ବିରୋଧୀ ଆଭିମୁଖ୍ୟ ପୋଷଣ କରୁଛନ୍ତି ବେଲି ସ୍ପଷ୍ଟ ହୋଇଯାଇଛି । ପୋଲାଭରମ ପ୍ରକଳ୍ପ କାର୍ଯ୍ୟ ବନ୍ଦ ରଖିବାକୁ ବିଜେଡି ଦାବି କରିବା ସହ ଗୃହରେ ହଟ୍ଟଗୋଳ କରିଛି । ଫଳରେ ବାଚସ୍ପତି ଗୃହକୁ ୧୨ଟା ୬ରୁ ୧୨ଟା ୩୦ ପର୍ଯ୍ୟନ୍ତ ମୁଲତବୀ କରିଦେଇଛନ୍ତି । ୧୨ଟାରେ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ଶାସକଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ କହିଲେଯେ, ଗୃହରେ ଅନାବଶ୍ୟକ ଅଚଳାବସ୍ଥା ସୃଷ୍ଟି ହେଉଛି । ଗତକାଲି କୃଷି ଓ ସମବାୟ ବିଭାଗର ଅତିରିକ୍ତ ଆଲୋଚନାବେଳେ ଚାଷୀ ପ୍ରସଂଗ ଆଲୋଚନା ହୋଇଥିଲା । ଚାଷୀ ପ୍ରସଂଗ ନେଇ ଆଲୋଚନା କରିବାର ଅନେକ ସୁଯୋଗ ରହିଛି । ହେଲେ ସେହି ପ୍ରସଂଗରେ ଗୃହରେ ହଟ୍ଟଗୋଳ ହେବାରୁ ବାଚସ୍ପତି ଗୃହକୁ ମୁଲତବୀ ରଖିବାକୁ ବାଧ୍ୟ ହେଲେ । ଏହାଫଳରେ ଗୃହର ସଭ୍ୟମାନଙ୍କ ଅଧିକାର କ୍ଷୁର୍ଣ ହେଉଛି ବୋଲି ସେ କହିଥିଲେ । ଶାସକ ଦଳ ବିଧାୟକ ସଂଜୟ କୁମାର ଦାସବର୍ମା କହିଲେଯେ, କେନ୍ଦ୍ର ସରକାର ସଂଘୀୟ ବ୍ୟବସ୍ଥାକୁ ପଦଦଳିତ କରିଛନ୍ତି । ଗୋଦାବରୀ ଜଳ ବିବାଦ ଟ୍ରିବ୍ୟୁନାଲର ରାୟକୁ ଉଲ୍ଲଂଘନ କରି ଆନ୍ଧ୍ରପ୍ରଦେଶ ସରକାର ମନମୁଖୀ ଭାବେ ପୋଲାଭରମ ପ୍ରକଳ୍ପ କରୁଛନ୍ତି । ଏହି ପ୍ରକଳ୍ପ ଦ୍ବାରା ଓଡିଶାର ୬୮୦୦ ଲୋକ ପ୍ରଭାବିତ ହୋଇଛନ୍ତି । ପ୍ରାୟ ୫୯୧୦ ଜଣ ଆଦିବାସୀ ଲୋକ ଜଳମଗ୍ନ ହେବେ । ଓଡିଶାର ସ୍ବାର୍ଥକୁ ଉପେକ୍ଷା କରି କେନ୍ଦ୍ର ସରକାର ଆନ୍ଧ୍ରକୁ ସବୁମତେ ସହଯୋଗ କରୁଛନ୍ତି । ଉପା ସରକାର ପ୍ରକଳ୍ପକୁ ପରିବେଶ ମଂଜୁରୀ ଦେଇଥିବାବେଳେ ଏନଡିଏ ସରକାର ଜାତୀୟ ପ୍ରକଳ୍ପର ମାନ୍ୟତା ଦେଇଛନ୍ତି । ଓଡିଶାରେ ଜନଶୁଣାଣୀ ମଧ୍ୟ କରାଯାଇନାହିଁ । ସଂଘୀୟ ବ୍ୟବସ୍ଥାକୁ ଉଲ୍ଲଂଘନ କରି ଆନ୍ଧ୍ରକୁ ସୁହାଇବା ଭଳି ସତ୍ୟପାଠ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି ବୋଲି ସଂଜୟ କହିଥିଲେ । ପରେ ବିଜେଡି ବିଧାୟକମାନେ ନିଜ ନିଜ ଆସନରେ ଠିଆ ହୋଇ ପୋଲାଭରମ ପ୍ରକଳ୍ପ ବନ୍ଦ ଆମର ଦାବି, କେନ୍ଦ୍ର ସରକାର ହାଏ ହାଏ ବୋଲି ନାରାବାଜି କରିଥିଲେ । ଫଳରେ ବାଚଲ୍ପତି ଗୃହକୁ ମୁଲତବୀ କରିଥିଲେ ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook