Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଗୁରୁବାର ଠାରୁ ରାଜ୍ୟରେ ଚାଲିବ ଘରୋଇ ବସ

ବରଗଡ଼: ମେଳଛାମୁଣ୍ଡା ଥାନା ସୁକଲତରମା ଜଙ୍ଗଲରେ ମାଓବାଦୀ- ଡିଭିଏଫ ଗୁଳି ବିନିମୟ

ଶିକ୍ଷକଙ୍କୁ ଆକ୍ରମଣ କଲେ ବରଦାସ୍ତ କରାଯିବନି: ମନ୍ତ୍ରୀ

ଗୁରୁବାର କଂଗ୍ରେସର ‘ସ୍ପିକ ଅଫ ଇଣ୍ଡିଆ’

ଭଦ୍ରକ: ବିଦୁ୍ୟତ ତାର ସଂସ୍ପର୍ଶରେ ୫ ବର୍ଷର ଶିଶୁ କନ୍ୟା ମୃତ

ପୁରୀ: ଦଇତାପତିଙ୍କ ହେଲା କରୋନା ଟେଷ୍ଟ

ଅଭିନେତା ବିଜୟ ମହାନ୍ତି ଅସୁସ୍ଥ, ଆଇସିୟୁରେ ଭର୍ତ୍ତି

ଆଜି ୧୦ ଜିଲ୍ଲାରୁ ୭୬ କରୋନା ପଜିଟିଭ ଚିହ୍ନଟ

banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଚାଷୀ ଆତ୍ମହତ୍ୟା : ଗୃହ ଅଚଳ

    Share on :
    ajab-Image
    Date: Dec 8, 2017    Views: 338

    ଭୁବନେଶ୍ବର : ଚାଷୀ ଆତ୍ମହତ୍ୟାକୁ ନେଇ ଗୃହରେ ବିଜେପି ହଟ୍ଟଗୋଳ କରିଛି । ଗୃହରେ ଅସ୍ବାଭାବିକ ସ୍ଥିତି ଲାଗି ରହିବାରୁ ବାଚସ୍ପତି ଗୃହକୁ ୧୦ଟା ୩୧ରୁ ୧୨ଟା ପର୍ଯ୍ୟନ୍ତ ମୁଲତବୀ କରି ଦେଇଥିଲେ । ପୂର୍ବାହ୍ନ ସାଢେ ଦଶଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବାଚସ୍ପତି ପ୍ରଶ୍ନୋତ୍ତର କାଳ ଆରମ୍ଭ କରିଥିଲେ । ଗୃହ ଓ ନଗର ଉନ୍ନୟନ ବିଭାଗ ସଂକ୍ରାନ୍ତୀୟ ପ୍ରଶ୍ନର ଉତ୍ତର ଦେବା ପାଇଁ ମନ୍ତ୍ରୀ ନିରଂଜନ ପୂଜାରୀଙ୍କୁ ବାଚସ୍ପତି ଡାକିଥିଲେ । ମନ୍ତ୍ରୀ ଶ୍ରୀ ପୂଜାରୀ ଉତ୍ତର ରଖୁଥିବା ବେଳେ ବିଜେପି ବିଧାୟକମାନେ ନିଜ ଆସନରେ ଠିଆ ହୋଇ ହଟ୍ଟଗୋଳ କରିଥିଲେ । ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ ଓ ବସନ୍ତ ପଣ୍ଡା ନିଜ ନିଜ ଆସନରେ ଠିଆ ହୋଇଥିବା ବେଳେ ବିଧାୟିକା ରାଧାରାଣୀ ପଣ୍ଡା, ବିଧାୟକ ସର୍ବଶ୍ରୀ ବିଭୂତି ଭୂଷଣ ହରିଚନ୍ଦନ, ପ୍ରଦୀପ ପୁରୋହିତ, ନୀତେଶ ଗଙ୍ଗଦେବ ଓ ରବି ନାରାୟଣ ନାଏକ ଗୃହର ମଧ୍ୟଭାଗକୁ ଚାଲି ଆସି ହଟ୍ଟଗୋଳ କରିଥିଲେ । ଚାଷୀ ଆତ୍ମହତ୍ୟା ସ୍ବୀକାର କରିବା ଆମର ଦାବି, ଚାଷୀ ଆତ୍ମହତ୍ୟା ପାଇଁ ସରକାର ଦାୟୀ ଭଳି ନାରାବାଜି କରିଥିଲେ । ହୋହାଲ୍ଲା ଓ ହଟ୍ଟଗୋଳ ମଧ୍ୟରେ ଗୃହ କାର୍ଯ୍ୟ ୧ ମିନିଟ ଚାଲିବା ପରେ ବାଚସ୍ପତି ଗୃହକୁ ୧୦ଟା ୩୧ରୁ ୧୨ଟା ପର୍ଯ୍ୟନ୍ତ ମୁଲତବୀ କରିଦେଇଥିଲେ ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook