Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ପରବର୍ତୀ କାର୍ଯ୍ୟପନ୍ଥା ନେଇ ଅନ୍ୟ ଦଳ ସହ ଆଲୋଚନା ହେବ : ନବୀନ

    Share on :
    Date: Dec 7, 2017    Views: 280

    ଭୁବନେଶ୍ୱର : କେନ୍ଦ୍ର ସରକାର ଯାହା କରୁଛନ୍ତି, ନିରପେକ୍ଷ ଭଳି ଲାଗୁନାହିଁ । ମହାନଦୀ ପ୍ରସଙ୍ଗରେ ବିଧାନସଭାରେ ଗୃହ କମିଟି ଗଠନ କରାଯିବ  । ପରବର୍ତୀ କାର୍ଯ୍ୟପନ୍ଥା ନେଇ ଅନ୍ୟ ଦଳ ସହ ଆଲୋଚନା କରାଯିବ  । ଚାଷୀଙ୍କ ସ୍ୱାର୍ଥ ପାଇଁ ଆମର ସଂଗ୍ରାମ ଜାରି ରହିବ  । ସର୍ବଦଳୀୟ ବୈଠକ ସରିବା ପରେ ଗଣମାଧ୍ୟମକୁ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।
    ମହାନଦୀ ଟ୍ରିବୁନାଲକୁ କେନ୍ଦ୍ର ସରକାର ନାଁ କରିବା ପରେ ଆଜି ଗୃହରେ ତୁମୁଳ ହଟ୍ଟଗୋଳ ହୋଇଥିଲା  । ତିନି ଦଳ ପରସ୍ପରକୁ ଆକ୍ଷେପ ପ୍ରତିଆକ୍ଷେପ କରି ନାରାବାଜି କରିଥିଲେ  । ଗୃହ ବାରବାର ମୁଲତବୀ ହେବାରୁ ବାଚସ୍ପତି ସର୍ବଦଳୀୟ ବୈଠକ ଡକାଇଥିଲେ  । ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ୍, ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ, ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ ପ୍ରମୁଖ ଉପସ୍ଥିତ ରହି ଏହି ପ୍ରସଙ୍ଗରେ ବିଚାରବିମର୍ଷ କରିଥିଲେ  ।

     

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook