Dec 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

ବ୍ରାହ୍ମଣୀ ଦ୍ୱିତୀୟ ପୋଲ ନେଇ ନୀତିନ ଗଡ଼କରୀଙ୍କ ଚିଠି ନବୀନଙ୍କ ମିଛର ମୁଖା ଖୋଲିଛି

Date: Dec 6, 2017    Views: 17

 ନୂଆଦିଲ୍ଲୀ ଠାରେ ଗତ ସେପ୍ଟେମ୍ବର ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ଓ ଗଡ଼କରୀ ସାକ୍ଷାତ ଆଲୋଚନା ସମୟରେ ବୈଧାନିକ ଜଙ୍ଗଲ ସମ୍ପର୍କିତ ଅନୁମତି ନ ମିଳିବା କାରଣରୁ ଏହି ପୋଲ ସମେତ ଏନ୍ଏଚ୍-୧୪୩ କାମ ଆଗେଇ ପାରୁନଥିବା ନେଇ ଅବଗତ କରାଯାଇଥିବା ନେଇ ସ୍ଥିତି ସ୍ପଷ୍ଟ କରନ୍ତୁ ମୁଖ୍ୟମନ୍ତ୍ରୀ 

 ରାଜ୍ୟସରକାରଙ୍କ ପାଖରେ ପଡ଼ିରହିଥିବା ଜଙ୍ଗଲ ସମ୍ପର୍କିତ ବୈଧାନିକ ଅନୁମତି ଓ ଜମି ଅଧିଗ୍ରହଣ କାର୍ୟ୍ୟ ସମାପ୍ତ ହେବାର ୭ ଦିନ ମଧ୍ୟରେ କାମ ଆରମ୍ଭ ହେବ ବୋଲି ଶ୍ରୀ ଗଡ଼କରୀ ତାଙ୍କ ଚିଠି ପରିପ୍ରେକ୍ଷୀରେ କେବେ ରାଜ୍ୟସରକାର ଦେବେ ଅନୁମତି ବିଧାନସଭାରେ ସ୍ପଷ୍ଟ କରନ୍ତୁ ମୁଖ୍ୟମନ୍ତ୍ରୀ

 ଗୋଟିଏ ପଟେ ୨୦୧୩ ମସିହାରେ ରାଉରକେଲା ଠାରେ ମୁଖ୍ୟମନ୍ତ୍ରୀ ଭିତିପ୍ରସ୍ତର ଦେଇଥିବା କୋଏଲ୍ ନଦୀବନ୍ଧ ପାଇଁ ଟେଣ୍ଡର ନହୋଇପାରି ଥିବାବେଳେ ବ୍ରାହ୍ମଣୀ ଦ୍ୱିତୀୟ ପୋଲ ନାଁରେ ନିଜର ଅପାରଗତାକୁ ଲୁଚାଇବା ପାଇଁ କେନ୍ଦ୍ର ଅବହେଳାର ମିଛ ଡ୍ରାମା କରୁଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ତା.୦୬/୧୨ : ବ୍ରାହ୍ମଣୀ ନଦୀ ଉପରେ ରାଉରକେଲା ଠାରେ ଦ୍ୱିତୀୟ ପୋଲ ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି ପରେ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଉତର ମୁଖ୍ୟମନ୍ତ୍ରୀଙ୍କ ମିଛ ଅଭିଯୋଗର ମୁଖା ଖୋଲି ଦେଇଛି ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି । ଏହା ସହ ନବୀନଙ୍କ ଚିଠିର ଗଡ଼କରୀଙ୍କ ଉତର ପରିପ୍ରେକ୍ଷୀରେ ଖୋଦ୍ ମୁଖ୍ୟମନ୍ତ୍ରୀ ଗଡ଼କରୀ ଉଠାଇଥିବା ପ୍ରସଙ୍ଗ ସମ୍ପର୍କରେ ଆଜି ବିଧାନସଭାରେ ସ୍ପଷ୍ଟୀକରଣ ରଖିବାପାଇଁ ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି । 

ଶ୍ରୀ ହରିଚନ୍ଦନ କହିଛନ୍ତି ନୂଆଦିଲ୍ଲୀ ଠାରେ ଗତ ସେପ୍ଟେମ୍ବର ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ଓ ଗଡ଼କରୀ ସାକ୍ଷାତ ଆଲୋଚନା ସମୟରେ ବୈଧାନିକ ଜଙ୍ଗଲ ସମ୍ପର୍କିତ ଅନୁମତି ନ ମିଳିବା କାରଣରୁ ଏହି ପୋଲ ସମେତ ଏନ୍ଏଚ୍-୧୪୩ କାମ ଆଗେଇ ପାରୁନଥିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଗଡ଼କରୀଙ୍କ ଦ୍ୱାରା ଅବଗତ କରାଯାଇଥିବା କେନ୍ଦ୍ରମନ୍ତ୍ରୀଙ୍କ ଚିଠିରେ ଉଲ୍ଲିଖିତ ଏହି ପ୍ରସଙ୍ଗ ଉପରେ ମୁଖ୍ୟମନ୍ତ୍ରୀ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି ।

ଶ୍ରୀ ହରିଚନ୍ଦନ କହିଛନ୍ତି ରାଜ୍ୟସରକାରଙ୍କ ପାଖରେ ପଡ଼ିରହିଥିବା ଜଙ୍ଗଲ ସମ୍ପର୍କିତ ବୈଧାନିକ ଅନୁମତି ଓ ଜମି ଅଧିଗ୍ରହଣ କାର୍ୟ୍ୟ ସମାପ୍ତ ହେବାର ୭ ଦିନ ମଧ୍ୟରେ କାମ ଆରମ୍ଭ ହେବ ବୋଲି ଶ୍ରୀ ଗଡ଼କରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି । ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ କେତେ ଦିନ ଭିତରେ ଏହି ବୈଧାନିକ ଅନୁମତି ଓ ଜମିଅଧିଗ୍ରହଣ କରି ଏନ୍ଏଚ୍ଏଆଇ କୁ ପ୍ରଦାନ କରିବେ ତାର ସ୍ପଷ୍ଟୀକରଣ ମଧ୍ୟ ବିଧାନସଭାରେ ରଖିବାକୁ ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି ।

ଶ୍ରୀ ହରିଚନ୍ଦନ କହିଛନ୍ତି କେନ୍ଦ୍ରରେ ମୋଦି ସରକାର ରାଜ୍ୟରେ ସଡ଼କ ଭିତିଭୂମି ନିର୍ମାଣ କ୍ଷେତ୍ରରେ ଯୁଗାନ୍ତକାରୀ ନିଷ୍ପତି ନେଇଛନ୍ତି । ୨ଲେନ୍ ର ପ୍ରସ୍ତାବିତ ବ୍ରାହ୍ମଣୀ ସେତୁକୁ ୬ ଲେନ୍ ବିଶିଷ୍ଟ କରିଛନ୍ତି । ଗୋଟିଏ ପଟେ ୨୦୧୩ ମସିହାରେ ରାଉରକେଲା ଠାରେ ମୁଖ୍ୟମନ୍ତ୍ରୀ ଭିତିପ୍ରସ୍ତର ଦେଇଥିବା କୋଏଲ୍ ନଦୀବନ୍ଧ ପାଇଁ ଟେଣ୍ଡର ନହୋଇପାରି ଥିବାବେଳେ ବ୍ରାହ୍ମଣୀ ଦ୍ୱିତୀୟ ପୋଲ ନାଁରେ ନିଜର ଅପାରଗତାକୁ ଲୁଚାଇବା ପାଇଁ କେନ୍ଦ୍ର ଅବହେଳାର ମିଛ ଡ୍ରାମା କରୁଛନ୍ତି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । 

ରାଜ୍ୟ କାର୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମହାନ୍ତି ଏବଂ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।


    

Maximum 500 characters