Dec 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

ମୁଖ୍ୟମନ୍ତ୍ରୀ କହିଲେ ଜୟୀ ରାଜଗୁରୁ ସ୍ୱାଧୀନତା ସଂଗ୍ରାମର ପ୍ରଥମ ଶହୀଦ

Date: Dec 6, 2017    Views: 96

ଭୁବନେଶ୍ୱର : ସ୍ୱାଧୀନତା ଆନେ୍ଦାଳନର ପ୍ରଥମ ଓଡ଼ିଆ ସହିଦ ଜୟୀ ରାଜଗୁରୁଙ୍କ ଶ୍ରାଦ୍ଧବାର୍ଷିକୀରେ ଭକ୍ତିପୂତ ଶ୍ରଦ୍ଧାଂଜଳୀ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ନବୀନଙ୍କ ଏଭଳି ଟ୍ୱିଟ୍ ପରେ ପୁଣି ଜୟୀ ରାଜଗୁରୁ ସ୍ୱାଧୀନତା ସଂଗ୍ରାମୀ ନା ନୁହଁନ୍ତି ସେନେଇ ବିବାଦ ଆରମ୍ଭ ହୋଇଯାଇଛି  । ଆଉ ସବୁଠାରୁ ବଡ଼ କଥା ହେଉଛି, ଜୟୀଙ୍କୁ ସ୍ୱାଧୀନତା ସଂଗ୍ରାମୀ ମାନିବାକୁ ନାରାଜ ଡାକ୍ତର ଦାମୋଦର ରାଉତ ଏବେ ବି ନିଜ ମତରେ କାଏମ ରହିଛନ୍ତି  । ସେ କହିଛନ୍ତିଯେ, ବିସି ରାୟ ଓ ୫ ଐତିହାସିକ ଜୟୀ ରାଜଗୁରୁ ସ୍ୱାଧୀନତା ସଂଗ୍ରାମୀ ନୁହଁନ୍ତି ବୋଲି ମତବ୍ୟକ୍ତ କରିଛନ୍ତି  । ମୁଁ ଇତିହାସ ବଦଳାଇପାରିବିନି  । ଜୟୀଙ୍କୁ ମୁଁ ସ୍ୱାଧୀନତା ସଂଗ୍ରାମୀ ବୋଲି ମାନିପାରିବି ନାହିଁ ବୋଲି ରୋକଠୋକ ଜବାବ ଦେଇଛନ୍ତି ଦାମ  । ତେବେ ମୁଖ୍ୟମନ୍ତ୍ରୀଙ୍କ ଏସଂକ୍ରାନ୍ତୀୟ ଟ୍ୱିଟ୍ ନେଇ ଦାମଙ୍କୁ ପଚାରିଯିବା ପରେ ସେ ଫିଡ଼ିକି ଯାଇଛନ୍ତି  । ‘କିଏ କ’ଣ କହିଲେ, ମୋତେ କାହିଁ ପଚାରୁଛ’ ବୋଲି ଗଣମାଧ୍ୟମକୁ ସେ କହିଛନ୍ତି  ।


    

Maximum 500 characters