Dec 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

ମହାନଦୀ ପାଇଁ ଏକାଠି ହେଲେ ୧୩ ଦଳ, ୧୮ରେ ଦିଲ୍ଲୀରେ ହେବ ଜନପ୍ରତିବାଦ ସଭା

Date: Dec 5, 2017    Views: 282

ଭୁବନେଶ୍ୱର : ମହାନଦୀ ଉପରେ ଛତିଶଗଡ଼ର ବେଆଇନ୍ ବ୍ୟାରେଜ ନିର୍ମାଣ ଓ ମହାନଦୀ ଟ୍ରିବୁନାଲ ଗଠନରେ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତିକୁ ବିରୋଧ କରିବା ସହ ଓଡ଼ିଶାର ହକ୍ ପାଇଁ ଏକାଠି ହୋଇଛନ୍ତି ୧୩ ରାଜନୈତିକ ଦଳ  । କେନ୍ଦ୍ର ସରକାରଙ୍କ ଏତାଦୃଶ ମନୋଭାବକୁ ନିନ୍ଦା କରିବା ସହ ତୁରନ୍ତ ଏହି ପ୍ରସଙ୍ଗର ସମାଧାନ ନହେଲେ ଆନେ୍ଦାଳନ ତୀବ୍ରତର ହେବବୋଲି ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଚେତାବନୀ ଦେଇଛନ୍ତି  । 
ମହାନଦୀ ବଂଚାଅ ଆନେ୍ଦାଳନର ଆବାହକତ୍ୱରେ ଆଜି ଜନପ୍ରତିବାଦ ସଭା ଆୟୋଜିତ ହୋଇଥିଲା  । ମହାନଦୀ ଓ ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ୧୩ ରାଜନୈତିକ ଏକତ୍ରିତ ହୋଇ ସ୍ୱର ଉତୋଳନ କରିଥିଲେ  । ଏଭଳି ଏକ ପ୍ରତିବାଦ ସଭା ଓଡ଼ିଶା ଇତିହାସରେ ନୂଆ ଅଧ୍ୟାୟ ସୃଷ୍ଟି କରିଥିବାବେଳେ ଓଡ଼ିଶାର ନାଯ୍ୟଦାବି ଓ ମହାନଦୀ ପ୍ରତି ହୋଇଥିବା ଅନ୍ୟାୟ ପ୍ରତି କେନ୍ଦ୍ର ସରକାର ଆଖି ବୁଜି ଦେଇଛନ୍ତି ବୋଲି ମତପୋଷଣ ପାଇଥିଲା  ।
ଏହି ଜନପ୍ରତିବାଦ ସଭାରେ ବିଜେଡ଼ି ନେତା ଦେବୀ ପ୍ରସାଦ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ଅନନ୍ତ ନାରାୟଣ ଜେନା, କଂଗ୍ରେସ ନେତା ଯୁଦ୍ଧିଷ୍ଠିର ଜେନା, ଗଣେଶ୍ୱର ବେହେରା, ଲଲାଟେନ୍ଦୁ ମହାପାତ୍ର, ସମତାକ୍ରାନ୍ତି ଦଳର ନେତା ଲଳିତ ମୋହନ ପଟ୍ଟନାୟକ, ସିପିଏମ ନେତା ଜମ୍ବେଶ୍ୱର ସାମନ୍ତରାୟ, ସିପିଆଇ ନେତା ଦିକାକର ନାୟକ, ରାମକୃଷ୍ଣ ପଣ୍ଡା, ନାରାୟଣ ରେଡ୍ଡୀ, ତୃଣମୂଳ କଂଗ୍ରେସ ନେତା ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, କଳିଙ୍ଗ ସେନାର ହେମନ୍ତ ରଥ, ଫରୱାଡର଼୍ ବ୍ଲକର ଜ୍ୟୋତିରଂଜନ ମହାପାତ୍ର, ସମାଜବାଦ ପାର୍ଟିର ରବି ବେହେରା, ସୁଦର୍ଶନ ପ୍ରଧାନ, ଉକôଳ ଭାରତର କମିଲଉଦ୍ଧିନ୍ ମହମ୍ମଦ, ସମୃଦ୍ଧଓଡ଼ିଶାର ନିରାକାର ବେଉରା, ରାଷ୍ଟ୍ରୀୟ ଜନତା ଦଳର ହରିଶ ଚନ୍ଦ୍ର ମହାପାତ୍ର, ଭିଟମାଟି ବଂଚାଅ ଅଭିଯାନର ଅରୁଣ ଜେନା ପ୍ରମୁଖ ମହାନଦୀ ଜଳବିବାଦ ସଂକ୍ରାନ୍ତରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ  ।
ଜନପ୍ରତିବାଦ ସଭା ପରେ ମହାନଦୀ ବଂଚାଅ ଆନେ୍ଦାଳନର ନେତୃତ୍ୱରେ ସମସ୍ତ ରାଜନୈତିକ ଦଳର ଏକ ପ୍ରତିନିଧିମଣ୍ଡଳୀ ରାଷ୍ଟ୍ରପତିଙ୍କ ଉଦେ୍ଧଶ୍ୟରେ  ସ୍ମାରକପତ୍ର ପ୍ରଦାନ କରିଥିଲେ  । ତୁରନ୍ତ ମହାନଦୀ ଟ୍ରିବୁ୍ୟନାଲ ଗଠନ ସହ ଚୁଡ଼ାନ୍ତ ରାୟ ପ୍ରକାଶ ପାଇବା ପର୍ଯ୍ୟନ୍ତ ଛତିଶଗଡ଼ ଦ୍ୱାରା ନିର୍ମିତ ପ୍ରକଳ୍ପ କାର୍ଯ୍ୟ ବନ୍ଦ ରଖିବାକୁ ସ୍ମାରକପତ୍ରରେ ଦାବି କରାଯାଇଥିଲା  । ତେବେ ରାଜ୍ୟପାଳ ଉପସ୍ଥିତ ନଥିବାରୁ ତାଙ୍କର ସ୍ୱତନ୍ତ୍ର ସଚିବ ଭେନୁଗୋପାଳ ସ୍ମାରକପତ୍ର ଗ୍ରହଣ କରିଥିଲେ  । ମହାନଦୀ ବଂଚାଅ ଆନେ୍ଦାଳନର ଆବାହକ ସୁଦର୍ଶନ ଦାସଙ୍କ ନେତୃତ୍ୱରେ ଆାୟୋଜିତ ଏହି ସଭାରେ ବାସୁଦେବ ଭଟ୍ଟ, ପ୍ରସନ୍ନ ବିଶୋୟୀ, ବିଜୟ ପ୍ରଧାନ, ଅଶୋକ ପାଇକରାୟ ପ୍ରମୁଖ ସାମିଲ୍ ହୋଇଥିଲେ  । ଅପରପକ୍ଷରେ ଆସନ୍ତା ୧୮ରେ ଦିଲ୍ଲୀରେ ଜନପ୍ରତିବାଦ ସଭା କରିବା ପାଇଁ ମହାନଦୀ ବଂଚାଅ ଆନେ୍ଦାଳନ ପକ୍ଷରୁ ନିଷ୍ପତି ନିଆଯାଇଛି  । 


    

Maximum 500 characters