Dec 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

ଫେସବୁକରେ ବିଧାୟକଙ୍କ ନାଁରେ ଫେକ୍ ଆଇଡ

Date: Dec 5, 2017    Views: 31

ଭୁବନେଶ୍ୱର: ଦେବଗଡ଼ର ବିଜେପି ବିଧାୟକ ନିତେଶ ଗଙ୍ଗଦେବଙ୍କ ନାଁରେ ସୋଶିଆଲ୍ ୱେବସାଇଟ୍ ଫେସ୍ବୁକ୍ରେ ଫେକ ଆଇଡି ଖୋଲାଯାଇଥିବା ଜଣାପଡ଼ିଛି । ଏହି ଫେକ ଆଇଡି ଖୋଲି କେହି ଯୁବକ ମେସେଞ୍ଜରରେ ଚାଟ କରିବା ସହ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି । ଏ ନେଇ ବିଧାୟକ ଶ୍ରୀ ଗଙ୍ଗଦେବ କହିଛନ୍ତି ଯେ, ଏହି ଖବର ପାଇବା ପରେ ସେ ନିଜେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତାଙ୍କର ଫେସବୁକ ଆଇଡି ନଥିବା ବେଳେ କେହି ଦୁର୍ବୃତ ଏଭଳି କାଣ୍ଡ ଭିଆଇଛନ୍ତି । ଏ ନେଇ ସେ ଏତଲା ଦେବା ସହ ତୁରନ୍ତ ଦୋଷୀକୁ ଗିରଫ କରିବାକୁ ଦାବି କରିଛନ୍ତି ।


    

Maximum 500 characters