Dec 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

ବର୍ଷା ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶ

Date: Dec 5, 2017    Views: 100

ଭୁବନେଶ୍ୱର : ଲଘୁଚାପ ପ୍ରଭାବରେ ଆସନ୍ତା ୭ ତାରିଖରୁ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଆଖିଆଗରେ ରଖି ଜିଲ୍ଲାପାଳମାନଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି । ସମ୍ଭାବ୍ୟ ବର୍ଷା ପାଇଁ ପ୍ରସ୍ତୁତ ରହିବା ସହ ଚାଷୀମାନଙ୍କୁ ତୁରନ୍ତ ଇନପୁଟ ସବସିଡ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି । 


ଏ ସଂକ୍ରାନ୍ତରେ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ବିଷ୍ଣୁପଦ ସେଠୀ କହିଛନ୍ତି ଯେ, ସମ୍ଭାବ୍ୟ ବର୍ଷା ପାଇଁ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି । ମାଇକ ଓ ବିଜ୍ଞାପନ ଜରିଆରେ ଏ ନେଇ ପ୍ରଚାର କରିବା ସହ ଧାନଖଳାରେ ଧାନ ଯେପରି ସୁରକ୍ଷିତ ଭାବେ ରହିପାରିବ ସେ ନେଇ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳମାନଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ଧାନକୁ ସୁରକ୍ଷିତ କରି ରଖିବା ପାଇଁ ଆର୍ଏମ୍ସି ଗୁଡ଼ିକ ଅର୍ଥ ଖର୍ଚ୍ଚ କରିପାରିବେ ବୋଲି ଶ୍ରୀ ସେଠୀ ସୂଚନା ଦେଇଛନ୍ତି । 


    

Maximum 500 characters