Dec 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

କେବଳ ବିଜେଡ଼ି ସରକାର ହିଁ ଇସ୍ତାହାର ଆଧାରରେ କାର୍ଯ୍ୟ କରୁଛି : ମୁଖ୍ୟମନ୍ତ୍ରୀ

Date: Dec 5, 2017    Views: 259

ଭୁବନେଶ୍ୱର : ଆମେ କମ୍ କଥା କହୁ କିନ୍ତୁ ଆମର କାର୍ଯ୍ୟ ହିଁ କଥା କହେ  । ଆମର ହିଁ ଏକମାତ୍ର ସରକାର ଯାହାକି ଇସ୍ତାହାରକୁ ଗ୍ରହଣ କରିବା ସହ ତଦନୁଯାୟୀ କାର୍ଯ୍ୟ କରିଆସୁଛି  । କୁମ୍ଭୀରକାନ୍ଦଣା ନକରି ଗୃହ କାର୍ଯ୍ୟରେ ସହଯୋଗ କରନ୍ତୁ ବୋଲି ବିଜେପିକୁ ଟାର୍ଗେଟ୍ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।
ଗଙ୍ଗାଧର ମେହେର ଉଠା କେନାଲ ବ୍ୟବସ୍ଥା ପାଇଁ ଅତିରିକ୍ତ ବଜେଟ୍ରେ କୌଣସି ବ୍ୟୟବରାଦ କରାଯାଇନଥିବାରୁ ଆଜି ଗୃହରେ ବିଜେପି ବିଧାୟକମାନେ ତୁମୁଳ ହଟ୍ଟଗୋଳ କରିଥିଲେ  । ଫଳରେ ବିଧାନସଭାକୁ ମୁଲତବୀ କରିବାକୁ ପଡ଼ିଥିଲା  । ତେବେ ସାଢେ଼ ୧୧ଟାରେ ବିଧାନସଭା କାର୍ଯ୍ୟ ଆରମ୍ଭ ହେବା ପରେ ମୁଖ୍ୟମନ୍ତ୍ରୀ ଏନେଇ ବିବୃତି ରଖିଥିଲେ  । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେଯେ, ବରଗଡ଼ ଜିଲ୍ଲାର ଗଙ୍ଗାଧର ମେହେର ଉଠା କେନାଲ ବ୍ୟବସ୍ଥା ପାଇଁ ଅର୍ଥ ବ୍ୟୟବରାଦ କରାଯାଇନାହିଁ ବୋଲି ଯାହା କୁହାଯାଉଛି ତାହା ତଥ୍ୟ ଆଧାରିତ ନୁହେଁ  । ୨୦୧୭-୧୮ ବାର୍ଷିକ ବଜେଟ୍ରେ ଅନ୍ୟ ପ୍ରସ୍ତାବିତ ପ୍ରାକ୍ ପ୍ରକଳ୍ପ  କାର୍ଯ୍ୟପାଇଁ ୧.୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା  । ସେହି ସମୟରେ ପ୍ରସ୍ତାବିତ ୫୮ ପ୍ରକଳ୍ପ ମଧ୍ୟରୁ ଗୋଟିଏ ହେଉଛି ବିଜେପୁର ଉଠା ଜଳସେଚନ ପ୍ରକଳ୍ପ  । ନିକଟରେ ବିଜେପୁର ଉଠା ଜଳସେଚନ ପ୍ରକଳ୍ପକୁ ଗଙ୍ଗାଧର ମେହେର ଲିଫ୍ଟ କେନାଲ ସିଷ୍ଟମ ଭାବେ ନାମିତ କରାଯାଇଛି  । ଯାହାକି ଜଳସେଚନ ବିଭାଗର ବଜେଟ୍ରେ ପ୍ରତିଫଳିତ ହୋଇଛି  । ସେହିପରି ବିଜେପୁରରେ ଏକ ଡିଭିଜନ୍ ସୃଷ୍ଟି କରାଯାଇଥିବାବେଳେ ପ୍ରକଳ୍ପ କାର୍ଯ୍ୟର ତଦାରଖ ପାଇଁ ଜଣେ ଏକଜକୁ୍ୟଟିଭ ଇଞ୍ଜିନିୟର, ତିନିଜଣ ଆସିଷ୍ଟାଂଟ ଏକଜକୁ୍ୟଟିଭ ଇଞ୍ଜିନିୟର ଓ ୬ ଜଣ କନିଷ୍ଠ ଇଂଜିନିୟରଙ୍କ ସମେତ ଅନ୍ୟ ସହାୟକ କର୍ମଚାରୀ ନିଯୁକ୍ତ କରାଯାଇଛି  । ଏହି ପ୍ରକଳ୍ପର ବ୍ୟୟ ଅଟକଳ ୧୨୪୬ କୋଟି ୫୬ ଲକ୍ଷ ଟଙ୍କା ରଖାଯାଇଛି  । ଏହାଦ୍ୱାରା ମରୁଡ଼ି ପ୍ରଭାବିତ ବିଜେପୁର, ସୋହେଲା ଓ ବରପାଲି ବ୍ଲକରେ ଖରିଫରେ ୨୫୬୦୦ ହେକ୍ଟର ଓ ରବିରେ ୭ ହଜାର ହେକ୍ଟର ଜମିକୁ ଜଳସେଚିତ କରାଯାଇପାରିବ  । ସେହିପରି ଜଳ ପରିଚାଳନା ପାଇଁ ଅତ୍ୟାଧୁନିକ ଭୂତଳ ପାଇପଲାଇନ ସୁପରଭାଇଜରୀ କଂଟ୍ରୋଲ, ଡାଟା ଆକୁ୍ୟଜିଏସନ ସିଷ୍ଟମ ଭଳି ବୈଷୟିକ ପ୍ରଯୁକ୍ତିର ମଧ୍ୟ ବ୍ୟବହାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ  ।   


    

Maximum 500 characters