Dec 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

ଗୃହ ଅଚଳ କଲା ବିଜେପି

Date: Dec 5, 2017    Views: 81

ଭୁବନେଶ୍ବର : ଗଂଗାଧର ମେହେର ବୃହତ ଉଠା ଜଳସେଚନ ପାଇଁ ଅତିରିକ୍ତ ବଜେଟରେ ଅର୍ଥ ବ୍ୟବସ୍ଥା କରାଯାଇନଥିବା ପ୍ରତିବାଦରେ ଗୃହରେ ବିଜେପି ତୁମଳ ହଟ୍ଟଗୋଳ କରିଛି । ଫଳରେ ଗୃହକାର୍ଯ୍ୟ ୧୦ଟା ୩୨ରୁ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି । ଆଜି ପ୍ରଶ୍ନକାଳ ଆରମ୍ଭ ହେବା କ୍ଷଣି ବିଜେପି ବିଧାୟକମାନେ ନିଜ ନିଜ ଆସନରେ ଠିଆ ହୋଇ ହଟ୍ଟଗୋଳ କରିଥିଲେ । ଗଂଗାଧର ମେହେର ବୃହତ ଉଠା ଜଳସେଚନ ପ୍ରକଳ୍ପ ସଂକ୍ରାନ୍ତରେ ଘୋଷଣା କରିଥିଲେ । ହେଲେ ଅତିରିକ୍ତ ବଜେଟରେ ପ୍ରକଳ୍ପ ପାଇଁ ଟଂକାଟିଏ ବି ଘୋଷଣା କରାଯାଇନାହିଁ । ଏହା ଗଂଗାଧର ମେହେରଙ୍କ ପ୍ରତି ଅବମାନନା ବୋଲି ବିଜେପି ବିଧାୟକ ରବି ନାରାୟଣ ନାଏକ କହୁଥିବା ଶୁଣିବାକୁ ମିଳିଥିଲା । ଅପରପକ୍ଷରେ ବାଚସ୍ପତି ପ୍ରଦୀପ କୁମାର ଅମାତ ପ୍ରଶ୍ନକାଳ ଆରମ୍ଭ କରିବା ସହ ପ୍ରଶ୍ନର ଉତ୍ତର ଦେବାକୁ ପଂଚାୟତିରାଜ ମନ୍ତ୍ରୀଙ୍କୁ ଡାକିଥିଲେ । ମନ୍ତ୍ରୀ ପ୍ରଦୀପ କୁମାର ମହାରଥୀ ଉତ୍ତର ପଢୁଥିବାବେଳେ ବିଜେପି ବିଧାୟକ ବସନ୍ତ ପଣ୍ଡା, ରବି ନାରାୟଣ ନାଏକ, ପ୍ରଦୀପ ପୁରୋହିତ ଓ ଗୋବିନ୍ଦ ଦାଶ ଗୃହର ମଧ୍ୟଭାଗକୁ ମାଡିଆସି ହଟ୍ଟଗୋଳ କରିଥିଲେ । ଗୃହକାର୍ଯ୍ୟରେ ସହଯୋଗ କରିବାକୁ ବାଚସ୍ପତି ଅନୁରୋଧ କରିଥିଲେ ମଧ୍ୟ ବିଜେପି ବିଧାୟକମାନେ ହଟ୍ଟଗୋଳ ଜାରି ରଖିଥିଲେ । ଫଳରେ ବାଚସ୍ପତି ଗୃହକୁ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ ରଖିବାକୁ ବାଧ୍ୟ ହୋଇଥିଲେ ।


    

Maximum 500 characters