Dec 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଧାନସଭା ଖବର

ମୁଖ୍ୟ ଖବର

ଜିଏସଟି କ୍ଷତିପୂରଣ ବାବଦରେ ଓଡ଼ିଶା ପାଇଛି ୧୦୨୦ କୋଟି

Date: Dec 4, 2017    Views: 173

ଭୁବନେଶ୍ୱର : ଜିଏସଟି ଆଇନ୍ ଅନୁସାରେ ୨୦୧୫-୧୬କୁ ମୂଳବର୍ଷର ଟିକସ ହିସାବରେ ଧରାଯାଇଛି  । ଏଥିରେ ବାର୍ଷିକ ୧୪% ଅଭିବୃଦ୍ଧି ହାର ଗ୍ରହଣ କରାଯାଇଛି  । ୨୦୧୫-୧୬ରେ ୧୧୦୪୭ କୋଟି ଟଙ୍କାର ଟିକସ ଆଦାୟ କରାଯାଇଥିବାବେଳେ ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ୧୪୩୫୭ କୋଟି ୭୬ ଲକ୍ଷ ଟଙ୍କାର ରାଜସ୍ୱ ଆକଳନ କରାଯାଇଛି  । ଆକଳିତ ପରିମାଣରୁ ପ୍ରକୃତ ଆଦାୟ ପରିମାଣ ବାଦ୍ ଦେଲେ ଯାହା ରହୁଛି, ସେହି ପରିମାଣକୁ କ୍ଷତି ପୂରଣ ହିସାବରେ ରାଜ୍ୟକୁ ପ୍ରଦାନ କରାଯାଉଛି  । ଜୁଲାଇ ଓ ଅଗଷ୍ଟ ପାଇଁ ରାଜ୍ୟ ସରକାର ୩୩୩ କୋଟି ଟଙ୍କା କ୍ଷତିପୂରଣ ପାଇଥିବାବେଳେ ସେପ୍ଟେମ୍ବର ଓ ଅକ୍ଟୋବର ପାଇଁ ଜିଏସଟି କ୍ଷତିପୂରଣ ବାବଦକୁ ୬୮୭ କୋଟି ଟଙ୍କା ମଂଜୁର କରାଯାଇଛି  ।


ଅର୍ଥମନ୍ତ୍ରୀ କହିଥିଲେଯେ, ଚଳିତ ବର୍ଷ ଜୁଲାଇରୁ ଅକ୍ଟୋବର ମଧ୍ୟରେ ଜିଏସଟି ଲାଗୁଥିବା ଦ୍ରବ୍ୟ ଓ ସେବା ଉପରୁ ୩୭୩୫ କୋଟି ଟଙ୍କା ଆଦାୟ ହୋଇଛି  । ଗତବର୍ଷ ଏହି ସମୟ ମଧ୍ୟରେ ୩୬୫୧ କୋଟି ୨୮ ଲକ୍ଷ ଟଙ୍କାର ଟିକସ ଆଦାୟ ହୋଇଥିଲା  । ଗତବର୍ଷ ତୁଳନାରେ ଟିକସ ଆଦାୟ ୨.୩% ବୃଦ୍ଧି ପାଇଛି ବୋଲି ଅର୍ଥମନ୍ତ୍ରୀ ପ୍ରକାଶ କରିଥିଲେ  । ସେହିପରି ଜିଏସଟି ବାହାରେ ଥିବା ପେଟ୍ରୋଲ, ଡିଜେଲ ଓ ମଦ ଆଦି ଉପôାଦ ଉପରୁ ରାଜ୍ୟ ସରକାର ମୂଲ୍ୟଯୁକ୍ତ କର ଓ କେନ୍ଦ୍ରୀୟ ବିକ୍ରି କର ବାବଦରେ ୪୪୧୫ କୋଟି ୨୦ ଲକ୍ଷ ଟଙ୍କା ଆଦାୟ କରିଛନ୍ତି  । ଏଥିମଧ୍ୟରେ ଆଇଓସିଏଲ୍ ବକେୟା ଭାଟ୍ ବାବଦରେ ୨୯୩୪ କୋଟି ପ୍ରଦାନ କରିଛନ୍ତି  । 


ସେହିପରି କେନ୍ଦ୍ରୀୟ ବିକ୍ରି କର ବାବଦ ଜନିତ କ୍ଷତିପୂରଣ ବାବଦକୁ ୨୦୦୭-୦୮ରୁ ୨୦୧୨-୧୩ ପର୍ଯ୍ୟନ୍ତ ରାଜ୍ୟ ସରକାର ୩୮୪୩ କୋଟି ଟଙ୍କା ଦାବି କରିଥିବାବେଳେ କେନ୍ଦ୍ର ସରକାର ୨୬୨୧.୬୯ କୋଟି ଟଙ୍କା ପ୍ରଦାନ କରିଛନ୍ତି  ।  ବିଧାୟକ ସରୋଜ କୁମାର ସାମଲ ଓ ଅଶ୍ୱିନୀ କୁମାର ପାତ୍ରଙ୍କ ମୂଳ ପ୍ରଶ୍ନ ଓ ବିଧାୟକ ସର୍ବଶ୍ରୀ ଅମର ପ୍ରସାଦ ଶତପଥୀ, ତାରା ପ୍ରସାଦ ବାହିନୀପତି, ପ୍ରି୍ରୟଦର୍ଶୀ ମିଶ୍ର, ନବକିଶୋର ଦାସ, ପ୍ରଦୀପ ପୁରୋହିତ ପ୍ରମୁଖଙ୍କ ଅତିରିକ୍ତ ପ୍ରଶ୍ନ ପଚାରିଥିଲେ  ।


    

Maximum 500 characters