Dec 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

କେନ୍ଦ୍ର ନକଲେ ରାଜ୍ୟ କରିବ ବ୍ରାହ୍ମଣୀ ସେତୁ : ମୁଖ୍ୟମନ୍ତ୍ରୀ

Date: Dec 4, 2017    Views: 545

ଭୁବନେଶ୍ୱର : ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣ ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ  । ଯଦି କେନ୍ଦ୍ର ସରକାର ସେତୁ ନିର୍ମାଣ ନକରନ୍ତି ତେବେ ରାଜ୍ୟ ସରକାର ସେତୁ ନିର୍ମାଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି  ।


ଦ୍ୱିତୀୟ ବ୍ରାହ୍ମଣୀ ସେତୁକୁ ନେଇ ବିଜେଡ଼ି ପକ୍ଷରୁ ରାଉରକେଲାରେ ଆନେ୍ଦାଳନ କରାଯାଇଥିବାବେଳେ ଆଜି ବରିଷ୍ଠ ବିଧାୟକ ମଙ୍ଗଳା କିଷାନଙ୍କ ନେତୃତ୍ୱରେ ରାଉରକେଲାରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ  । ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ସେମାନେ ଭେଟି ସେତୁର ଆବଶ୍ୟକତା ସମ୍ପର୍କରେ ଅବଗତ କରାଇଥିଲେ  । ଆଲୋଚନା ପରେ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଏପ୍ରସଙ୍ଗରେ ସେ ପୁଣି ଥରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ  । ଯଦି କେନ୍ଦ୍ର ସରକାର ଏହାକୁ ଗୁରୁତର ସହ ଗ୍ରହଣ ନକରିବେ ତେବେ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଏହି ସେତୁ ନିର୍ମାଣ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ  ।


ସୂଚନାଯୋଗ୍ୟଯେ, ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁକୁ ନେଇ ବିଜେପି ବିଧାୟକ ଦିଲ୍ଲୀପ ରାୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ବି ଟାର୍ଗେଟ କରିବାକୁ ପଛେଇ ନଥିଲେ  । ସେହିପରି ନିକଟରେ ବିଜେଡ଼ି ପକ୍ଷରୁ ରାଉରକେଲାରେ ଏନେଇ ବିକ୍ଷୋଭ ଓ ଆନେ୍ଦାଳନ କରାଯାଇଥିଲା  ।


    

Maximum 500 characters