Dec 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

ବିଜେଡିରେ ମିଶିଲେ ନାରାୟଣ

Date: Dec 3, 2017    Views: 20

ଭୁବନେଶ୍ୱର : ବିଜେପିର ପୂର୍ବତନ ବରଗଡ଼ ଜିଲ୍ଲା ସଭାପତି ନରାୟଣ ସାହୁ ବିଜେଡ଼ିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି  । ବିଜେପୁରରେ ଆୟୋଜିତ ବିଜେଡ଼ି କର୍ମୀ ସମ୍ମିଳନୀରେ ନାରାୟଣ ସାହୁ ଯୋଗ ଦେଇଥିଲେ  ।  ଏହି କର୍ମୀ ସମ୍ମିଳନୀରେ ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ତଥା ବିଜେଡ଼ି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ମନ୍ତ୍ରୀ ସୁଶାନ୍ତ ସିଂହ ଓ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ  ।
ସୂଚନାଯୋଗ୍ୟଯେ, ଗତ ୨୧ରେ ନାରାୟଣ ବିଜେପିରୁ ଇସ୍ତଫା ଦେବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଥିଲେ  । ଆଲୋଚନା ପରେ ବିଜେପୁରରେ ସେ ନିଜର ସମର୍ଥକମାନଙ୍କ ସହ ବିଜେଡ଼ିରେ ଯୋଗଦେବେ ବୋଲି ନାରାୟଣ ଘୋଷଣା କରିଥିଲେ  ।

ନବୀନଙ୍କୁ ଭେଟିବା ପରେ ଶ୍ରୀ ସାହୁ ଗଣମାଧ୍ୟମରେ ମନ୍ତବ୍ୟ ଦେଇ ବିଜେପି ଉପରେ ବର୍ଷିଥିଲେ  । ସେ କହିଥିଲେଯେ, ବିଜେପିରେ ନୀତି, ନୈତିକତା, ତ୍ୟାଗ ଓ ତପସ୍ୟାର କୌଣସି ମୂଲ୍ୟ ନାହିଁ  । ବିଜେପି ନେତାଙ୍କ ଅହଙ୍କାର ବଢ଼ିଯାଇଛି  । ମୁଁ ଅଣନିଃଶ୍ୱାସୀ ହୋଇ ପଡ଼ିଥିଲି  । ଦଶ ବର୍ଷ ହେଲା ଦଳ ପାଇଁ ବହୁ କାମ କରିଥିଲେ ବି ତାହାର ମୂଲ୍ୟ ପାଇଲେନି  । ଚାଷୀଙ୍କ ପାଇଁ ମୋଦି ସରକାର କିଛି କରିବେ ବୋଲି ସେ ଭାବିଥିଲେ  । ହେଲେ ମୋଦି ସରକାର ଏମଏସପି ବୃଦ୍ଧି କଲେନାହିଁ  । ନବୀନଙ୍କ ନୀତି ଆଦର୍ଶରେ ସେ ଅନୁପ୍ରାଣୀତ ହୋଇଛନ୍ତି  । ଦଳର ଜଣେ ଶୃଙ୍ଖଳିତ କର୍ମୀ ଭାବେ ସେ କାର୍ଯ୍ୟ କରିବା ସହ ଆସନ୍ତା ନିର୍ବାଚନରେ ରୀତା ସାହୁଙ୍କୁ ସମର୍ଥନ କରିବେ ବୋଲି କହିଥିଲେ  ।


    

Maximum 500 characters