Jul 18, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଫେବୃଆରୀ ପହିଲାରେ କେନ୍ଦ୍ର ବଜେଟ୍

    Share on :
    Date: Dec 3, 2017    Views: 196

    ନୂଆଦିଲ୍ଲୀ : ଆସନ୍ତା ଜାନୁଆରୀ ୩୦ରୁ ଆରମ୍ଭ ହେବ ସଂସଦର ବଜେଟ୍ ଅଧିବେଶନ  । ଫେବୃଆରୀ ପହିଲାରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ବଜେଟ୍ ଉପସ୍ଥାପନ କରିବେ  । କେନ୍ଦ୍ର ସରକାରଙ୍କ ଅର୍ଥମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ଏହା ପ୍ରକାଶ କରିଛନ୍ତି  । ଜିଏସଟି ଲାଗୁ ହେବା ପରେ ଏହା ହେବ ଦେଶର ପ୍ରଥମ ବଜେଟ୍  ।
    ମିଳିଥିବା ସୂଚନା ଅନୁଯାୟୀ, ଜାନୁଆରୀ ୩୦ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ମିଳିତ ଅଧିବେଶନକୁ ଉଦବୋଧନ ଦେବେ  । ସେହିପରି ଜାନୁଆରୀ ୩୧ରେ କେନ୍ଦ୍ର ସରକାର ଅର୍ଥନୈତିକ ସର୍ଭେ ଉପସ୍ଥାପନ କରିବେ  ।  ପୂର୍ବର ସମସ୍ତ ପରମ୍ପରାକୁ ବଦଳାଇ ପ୍ରଥମ ଥର ପାଇଁ ଚଳିତ ବର୍ଷ ଫେବୃଆରୀ ପହିଲାରେ ଜେଟଲୀ ବଜେଟ୍ ଉପସ୍ଥାପନ କରିଥିଲେ  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook