Dec 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

୭ରୁ ଅଦିନିଆ ବର୍ଷା

Date: Dec 3, 2017    Views: 282

ଭୁବନେଶ୍ୱର : ପୁଣି ଓଡ଼ିଶାରେ ହେବ ଅଦିନିଆ ବର୍ଷା  । ଡିସେମ୍ବର ୭ରୁ ୧୦ ପର୍ଯ୍ୟନ୍ତ ବର୍ଷା ହେବବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି  । ଏନେଇ ଭୁବନେଶ୍ୱର ପାଣିପାଗ ବିଭାଗର ନିଦେ୍ର୍ଧଶକ ଶରତ ଚନ୍ଦ୍ର ସାହୁ କହିଛନ୍ତିଯେ, ଉତର ସୁମାତ୍ରା ଓ ଦକ୍ଷିଣ ଆଣ୍ଡାମାନରେ ଲଘୁଚାପ କେନ୍ଦ୍ରୀଭୂତ ହୋଇଛି  । ଏହା କ୍ରମଶଃ ଘନୀଭୂତ ହେବାରେ ଲାଗିଛି  । ଏହାର ପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି  । ଡିସେମ୍ବର ୭ରେ କମ୍ ବର୍ଷା ହେବାର ଥିବାବେଳେ ୮ ଓ ୯ରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି  ।


    

Maximum 500 characters