Dec 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

ମୁଖ୍ୟମନ୍ତ୍ରୀ ଯାହା କହନ୍ତି, ଅକ୍ଷରେ ଅକ୍ଷରେ ପାଳନ କରନ୍ତି

Date: Dec 2, 2017    Views: 27

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା ଘୋଷଣା କରନ୍ତି ତାହା ଅକ୍ଷରେ ଅକ୍ଷରେ ପାଳନ କରନ୍ତି । ହେଲେ ମୋଦି ଯାହା କହନ୍ତି ତାହା ଛଳନା ବୋଲି ବିଜେଡି ମୁଖପାତ୍ର ପ୍ରଶାନ୍ତ ନନ୍ଦ କହିଛନ୍ତି । ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ବି ଅତିରିକ୍ତ ବଜେଟରେ ସେଥିପାଇଁ ଟଂକାଟିିଏ ବ୍ୟୟବରାଦ କରାଯାଇନାହିଁ । ଏନେଇ ବିଜେପି ସରକାରଙ୍କୁ ଟାର୍ଗେଟ କରିଥିଲା । ପ୍ରକଳ୍ପ ପାଇଁ ବ୍ୟୟବରାଦ ନକରି ଗଙ୍ଗାଧର ମେହେରଙ୍କୁ ମୁଖ୍ୟମନ୍ତ୍ରୀ ଅପମାନିତ କରିଛନ୍ତି ବୋଲି ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଥିଲେ । ଏନେଇ ବିଧାନସଭାରେ ସରକାରଙ୍କ ଠାରୁ ବିଜେପି ଉତ୍ତର ଲୋଡିବ ବୋଲି ପ୍ରଦୀପ କହିଥିଲେ । ଏହାର ଉତ୍ତରରେ ପ୍ରଶାନ୍ତ ନନ୍ଦ ମୋଦିଙ୍କ ଘୋଷଣାକୁ ଛଳନା କହିଥିବାବେଳେ ନବୀନ ଯାହା କହନ୍ତି ତାହା କରନ୍ତି ବୋଲି କହିଛନ୍ତି ।


    

Maximum 500 characters