Dec 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

ପ୍ରଭାତ ବିଶ୍ୱାଳଙ୍କୁ ମିଳିଲାନି ଜାମିନ୍

Date: Dec 1, 2017    Views: 383

ଭୁବନେଶ୍ୱର : ସିସୋର ଚିଟ୍ଫଣ୍ଡ ଲିଙ୍କରେ ଗିରଫ ହୋଇଥିବା ବିଜେଡ଼ି ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଜାମିନ୍ ଆଦେବନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି  । ଦୁଇ ମାସ ମଧ୍ୟରେ ଏହି ମାମଲାର ତଦନ୍ତ କରିବା ପାଇଁ  ହାଇକୋର୍ଟ ସିବିଆଇକୁ ନିଦେ୍ର୍ଧଶ ଦେଇଛନ୍ତି  । ତେବେ ଚାର୍ଜସିଟ୍ ଦାଖଲ କରିବା ପରେ ପୁଣି ଥରେ ପ୍ରଭାତ ନିମ୍ନ ଅଦାଲତରେ ଜାମିନ୍ ଆବେଦନ କରିପାରିବେ  ।


ସିସୋର କମ୍ପାନୀ ସହ ଜମି ଡିଲ ନେଇ ଗତ ସେପ୍ଟେମ୍ବର ୧୯ରେ ପ୍ରଭାତ ବିଶ୍ୱାଳଙ୍କୁ ସିବିଆଇ ଗିରଫ କରିଥିଲା  । ପ୍ରଭାତଙ୍କ ପନôୀଙ୍କ ନାମରେ ଥିବା ଜମି କିଣିବା ପାଇଁ ସିସୋର ଅର୍ଥ ପ୍ରଦାନ କରିଥିଲା  । ତେବେ ସିସୋର ନାମରେ ଏହି ଜମି ରେଜିଷ୍ଟ୍ରେସନ ହୋଇନଥିଲା  । ଏନେଇ ଖୋଳତାଡ଼ ହେବା ପରେ ସିସୋର ଏମଡ଼ି ପ୍ରଶାନ୍ତ ଦାଶଙ୍କୁ ସେ ଅର୍ଥ ଫେରାଇ ଦେଇଥିଲେ ବୋଲି ଉଭୟ ପ୍ରଭାତ ଓ ତାଙ୍କ ପନôୀ ସଫେଇ ଦେଇଥିଲେ  । କିନ୍ତୁ ସିବିଆଇ କାଗଜପତ୍ର ଯାଂଚ ବେଳେ ଏଥିରେ ଓଲମବିଲମ ଥିବା ଜାଣିବାକୁ ପାଇଥିଲା  । ପୂର୍ବରୁ ଅନେକ ବାର ଜେରା କରିବା ପରେ ସେପ୍ଟେମ୍ବର ୧୯ରେ ପ୍ରଭାତଙ୍କୁ ଗିରଫ କରିଥିଲା  ।


ପ୍ରଭାତଙ୍କ ଗିରଫଦାରୀକୁ କିନ୍ତୁ ସହଜରେ ଗ୍ରହଣ କରିପାରିନଥିଲା ବିଜୁ ଜନତା ଦଳ  । ସିବିଆଇ ରାଜନୈତିକ ଉଦେ୍ଧଶ୍ୟ ପ୍ରଣୋଦିତ ହୋଇ ପ୍ରଭାତଙ୍କ ଗିରଫ କରିଛି ବୋଲି ବିଜେଡ଼ି କହିଥିଲା  । ଅପରପକ୍ଷରେ ପ୍ରଭାତ ଗିରଫ ହେବା ପରେ ତାଙ୍କର ଶରୀର ଅସୁସ୍ଥ ହେବାରୁ ତାଙ୍କୁ ଏସସିବିରେ ଭର୍ତି କରାଯାଇଥିଲା  । ଦୀର୍ଘଦିନ ଧରି ସେ ଚିକିତ୍ସାଧୀନ ଅବସ୍ଥାରେ ଏସସିବିରେ ଅଛନ୍ତି  । ତେବେ ସେ ଜେଲକୁ ନଯିବା ପାଇଁ ଏଭଳି ବାହାନା କରିଛନ୍ତି ବୋଲି ବିରୋଧୀ ଦଳ ଅଭିଯୋଗ କରିଥିଲା  ।


    

Maximum 500 characters