Dec 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

ରାଷ୍ଟ୍ରୀୟ ଭାବନା ନୁହେଁ, ଦଳୀୟ ଭାବନାରେ କାର୍ଯ୍ୟ କରୁଛନ୍ତି ପ୍ରଧାନମନ୍ତ୍ରୀ : ଦାମ

Date: Nov 30, 2017    Views: 378

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦଳୀୟ ପ୍ରୀତିକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତ  । ବିଧାନସଭାରେ ଏମଏସପି ସଂକ୍ରାନ୍ତୀୟ ଆଲୋଚନାରେ ଅଂଶଗ୍ରହଣ କରି କୃଷି ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଚାଷୀ ପ୍ରସଙ୍ଗରେ ରାଜନୀତି ହେଉଥିବାରୁ ଉଦବେଗ ପ୍ରକାଶ କରିଥିଲେ  । ସେ କହିଥିଲେଯେ, ଗୃହ କମିଟିକୁ ପ୍ରଧାନମନ୍ତ୍ରୀ ସମୟ ନଦେବା ଦୁର୍ଭାଗ୍ୟଜନକ । ପ୍ରଧାନମନ୍ତ୍ରୀ ନିଜକୁ ଦଳର ବୋଲି ଭାବୁଛନ୍ତି  । ନେହେରୁ, ଲାଲବାହାଦୂର ଶାସ୍ତ୍ରୀ, ମୋରାଜୀ ଦେଶାଇ ଓ ଅଟଳ ବିହାରୀ ବାଜପାୟୀଙ୍କ ଭଳି ପ୍ରଧାନମନ୍ତ୍ରୀଙ୍କ ମନରେ ରାଷ୍ଟ୍ରୀୟ ଭାବନା ଥିଲା  । ହେଲେ ଏବେ ମୋଦି କହୁଛନ୍ତି ଯେଉଁଠି ବିଜେପି ନାହିଁ, ସେଠାରେ ବିକାଶ ନାହିଁ  । ଏହା କ’ଣ ଜଣେ ପ୍ରଧାନମନ୍ତ୍ରୀଙ୍କ ଭାଷା ବୋଲି ସେ ସମାଲୋଚନା କରିଥିଲେ  ।

ସେ କହିଲେଯେ, ମୋଦି ଯେତିକି ସମୟ ଭାଷଣ ଦେଉଛନ୍ତି ତାର କାଣିଚାଏ ସମୟ ବି ଓଡ଼ିଶାର ଚାଷୀଙ୍କ ପାଇଁ ଦେଲେନାହିଁ  । ବିଧାୟକମାନଙ୍କର ଜାତି ଓ ମାଟି ପ୍ରୀତି ରହିବା ଦରକାର  । ହେଲେ ବିଜେପିର ନେତାମାନେ ଦଳ ପ୍ରୀତି ଦେଖାଉଛନ୍ତି  । ଛତିଶଗଡ଼ର ବ୍ୟାରେଜ ଦ୍ୱାରା ଏବର୍ଷ ଓଡ଼ିଶାର ମହାନଦୀ ଓ କେନାଲମାନଙ୍କରେ ପାଣି ନାହିଁ  । ଯେଉଁ ବର୍ଷ ଭଲ ବର୍ଷା ହେବ ଓ ଛତିଶଗଡ଼ ଯଦି ଏକ ସାଙ୍ଗେ ବ୍ୟାରେଜ ଖୋଲି ଦିଏ ତେବେ ଓଡ଼ିଶାର କି ଅବସ୍ଥା ହେବ ସେନେଇ ବିଚାର କରିବା ଦରକାର  । ଆଇଓସିଏଲ ପ୍ରତିଷ୍ଠାରେ ମୋଦି ସରକାରଙ୍କ କିଛି ଭୂମିକା ନଥିଲା  । ହେଲେ ଏହାର ଉଦ୍ଘାଟନ ପାଇଁ ୧୨ କୋଟି ଟଙ୍କା ଖର୍ଚ୍ଚ କରାଗଲା ବୋଲି ଡାକ୍ତର ରାଉତ କହିଥିଲେ  ।


ସେ କହିଥିଲେଯେ, ଚାଷୀ ଆତ୍ମହତ୍ୟାକୁ ନେଇ ରାଜନୀତି ହେଉଛି  । କେନ୍ଦ୍ର ସଚିବ କହିଲେ ଚାଷୀ ଆତ୍ମହତ୍ୟାର କାରଣ ଚାଷ ଜନିତ ବୋଲି କହିବା ଠିକ୍ ହେବନାହିଁ  । ସେଇକଥା ମୁଁ କହିଲେ ମୋର ଫଟୋ ଜଳାଯାଉଛି  । ଆଗରୁ କ’ଣ ଚାଷୀ ମରୁଡ଼ି, ବାତ୍ୟା, ବନ୍ୟା ଦେଖିନଥିଲା କି ? ହେଲେ ସେତେବେଳେ ଚାଷୀ ଆତ୍ମହତ୍ୟା ନଥିଲା, କିନ୍ତୁ ଏବେ କାହିଁକି ବୋଲି ସେ ପ୍ରଶ୍ନ କରିଥିଲେ  । ଡାକ୍ତର ରାଉତ କହିଲେଯେ, ଚାଷୀର ଭାଗ୍ୟ ଭାଗଚାଷରେ । ଚାଷୀକୁ ଜମି ମାଲିକମାନେ ଶୋଷଣ କରୁଛନ୍ତି । ଆଜି ବିଜେପି ବିଧାୟକମାନେ ବିଜେଡ଼ି ଉପରେ ଦୋଷ ଲଦୁଛନ୍ତି  । ହେଲେ ୨୦୦୯ ପର୍ଯ୍ୟନ୍ତ ସେମାନେ ମଧ୍ୟ ସରକାରରେ ଥିଲେ  । ସେମାନଙ୍କ ହାତରେ ସମବାୟ ଓ ରାଜସ୍ୱ ବିଭାଗ ଥିଲା  । ସେତେବେଳେ ସେମାନେ କ’ଣ କରୁଥିଲେ  । ସମବାୟ ବିଭାଗରେ ୫୧୯ ଜଣଙ୍କୁ ନିଯୁକ୍ତି ଦେବା ପାଇଁ କେତେ ଟଙ୍କା ନେଇଥିଲେ ବୋଲି ଡାକ୍ତର ରାଉତ ପ୍ରଶ୍ନ କରିଥିଲେ  । 


    

Maximum 500 characters